Below header

ପ୍ରଥମ ବିଶ୍ୱଯୁଦ୍ଧର ଅନ୍ତକୁ ଆଜି ପୂରିଲା ଶହେ ବର୍ଷ

ପ୍ରଥମ ବିଶ୍ୱଯୁଦ୍ଧର ଅନ୍ତକୁ ଆଜି ପୂରିଲା ଶହେ ବର୍ଷ । ୧୯୧୮ ମସିହା ନଭେମ୍ବର ୧୧ ତାରିଖରେ ସରିଥିଲା ଯୁଦ୍ଧ । ବିଶ୍ୱ ଦେଖିଥିଲା ପ୍ରଳୟଙ୍କରୀ ଯୁଦ୍ଧର ବିଭୀଷିକା । ପ୍ରାଣ ହରାଇଥିଲେ ୧ କୋଟି ୬୦ ଲକ୍ଷ ଲୋକ । ଆଜି ପ୍ୟାରିସରେ ଏକାଠି ହୋଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ସମେତ ବହୁ ପ୍ରମୁଖ ନେତା ।

ମାସ ୧୧-ଦିନ -୧୧-ସମୟ ସକାଳ ୧୧- ଫ୍ରାନ୍ସରେ ମିତ୍ର ଶକ୍ତି ଓ ଜର୍ମାନୀ ମଧ୍ୟରେ ହୋଇଥିଲା ଚୁକ୍ତି। ପ୍ରଥମ ବିଶ୍ୱ ଯୁଦ୍ଧର ଅନ୍ତ ଘଟିଥିଲା। ଘୋଷଣା ହେଲା ଅସ୍ତ୍ର ବିରତ। କିନ୍ତୁ ତା ପୂର୍ବରୁ ୧ କୋଟି ୬୦ ଲକ୍ଷ ଲୋକଙ୍କ ଜୀବନ ଚାଲି ଯାଇଥିଲା। ବିଶ୍ୱ ଯୁଦ୍ଧ କେତେ ଭୟଙ୍କର ତାର ପ୍ରଥମ ଝଲକ ଦେଖିଥିଲା ସାରା ବିଶ୍ୱ। ୧୯୧୪ରୁ ୧୯୧୮ ବିଶ୍ୱର ଅଧିକାଂଶ ଦେଶ ଯୁଦ୍ଧରେ ମାତିଥିଲେ। ଗୋଟିଏ ପଟେ ଫ୍ରାନ୍ସ, ଇଂଲଣ୍ଡ ଓ ଆମେରିକା ଭଳି ଦେଶ। ଅନ୍ୟପଟେ ଜର୍ମାନୀ, ହଙ୍ଗେରି ଭଳି ଦେଶ। ବିଶ୍ୱ ଯୁଦ୍ଧରେ ସାମିଲ ଥିଲା ବ୍ରିଟିଶ ଶାସିତ ଭାରତ। ବ୍ରିଟଶ ସେନାରେ ଥିବା ଭାରତୀୟ ସୈନିକ ଓ କର୍ମଚାରୀଙ୍କୁ ଯୁଦ୍ଧରେ ନିୟୋଜିତ କରାଯାଇଥିଲା।

warପ୍ରାୟ ଦେଢ଼ ଲକ୍ଷ ଭାରତୀୟ ଯୁଦ୍ଧରେ ସାମିଲ ହୋଇଥିଲେ। ପ୍ରାୟ ୫୦ ହଜାର ଭାରତୀୟଙ୍କ ମୃତ୍ୟୁ ହୋଇଥିଲା, ଆଉ ଆହତ ହୋଇଥିଲେ ୬୫ ହଜାରରୁ ଅଧିକ। ନଭେମ୍ବର ୧୧, ୧୯୧୮ରେ ସରିଥିଲା ଯୁଦ୍ଧ। ହାରିଥିଲା ଜର୍ମାନୀ। ଯୁଦ୍ଧରେ ଯାହା କ୍ଷୟକ୍ଷତି ହୋଇଛି ତାର ଭରଣା କରିବ ଜର୍ମାନୀ। ଏହି ସର୍ତ୍ତ ସହ ଅସ୍ତ୍ରବିରତି ଚୁକ୍ତି ହେଲା। ଏବେ ସେହି ଘଟଣାକୁ ପୁରିଛି ଶହେ ବର୍ଷ। ପ୍ରଥମ ବିଶ୍ୱ ଯୁଦ୍ଧ ସରିବାର ଶହେ ବର୍ଷ ପୂର୍ତ୍ତି ଅବସରରେ ଫ୍ରାନ୍ସରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ।

world warବିଶ୍ୱର ବହୁ ନେତା ଏକାଠି ହେଲେଣି। ଫ୍ରାନସ ଯାଇଛନ୍ତି ଭାରତର ଉପରାଷ୍ଟ୍ରପତି। ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ଜର୍ମାନୀରେ ଥିଲା ରାଜତନ୍ତ୍ର। ବିଶ୍ୱ ଯୁଦ୍ଧ ପରେ ପ୍ରତିଷ୍ଠା ହେଲା ଗଣତନ୍ତ୍ର। କିନ୍ତୁ ସେହି ଗଣତନ୍ତ୍ର ଭିତରୁ ଜନ୍ମ ନେଇଥିଲା ହିଟ୍ଲରଙ୍କ ଏକଛତ୍ରବାଦ ଶାସନ। ଯାହା ଆଉ ଏକ ବିଶ୍ୱଯୁଦ୍ଧର ସୂତ୍ରପାତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.