ମାଆ ତାରିଣୀଙ୍କ ନାଁରେ ମିଥ୍ୟା ପ୍ରଚାର ଘଟଣା : ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଘଟଗାଁ ଥାନାରେ ଏତଲା

କେନ୍ଦୁଝର (କେନ୍ୟୁଜ୍) : ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ନାଁରେ ମିଥ୍ୟା ପ୍ରଚାରକୁ ନେଇ ଏତଲା । ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଘଟଗାଁ ଥାନାରେ ଏତଲା ଦିଆଯାଇଛି । ନିକଟରେ ସୋସିଆଲ୍ ମିଡିଆରେ ମାଆଙ୍କୁ ନେଇ କିଛି ଗୁଜବ ହୋଇଥିଲା । ମାଆଙ୍କ ଅଖଣ୍ଡ ଦୀପ ଲିଭି ଯାଇଥିବାରୁ ପରିବାର ପ୍ରତି ବିପଦ ଆସିବ । ତୁରନ୍ତ ସିନ୍ଦୁର ଅଳତା ଲଗାଇ ମାଆଙ୍କ ପୂଜାର୍ଚ୍ଚନା କରିବା ନେଇ ମିଥ୍ୟା ଖବର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ମନ୍ଦିରରେ ଏମିତି ଘଟଣା ଘଟି ନାହିଁ କି ଗୁଜବକୁ ବିଶ୍ୱାସ ନ କରିବା ପାଇଁ ମନ୍ଦିର କର୍ତ୍ତୃପକ୍ଷ କହିଥିଲେ । ମିଛ ଖବର ଭାଇରାଲ୍ କରିଥିବା ଲୋକଙ୍କ ବିରୋଧରେ କାର‌୍ୟ୍ୟାନଷ୍ଠାନ ପାଇଁ ଦାବି ହୋଇଛି ।

 

Leave A Reply

Your email address will not be published.