ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ତଥା ଅନ୍ତିମ ଟି- ଟ୍ବେଣ୍ଟି

ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ତଥା ଅନ୍ତିମ ଟି- ଟ୍ବେଣ୍ଟି । ଚେନ୍ନାଇ ଏମ୍. ଏ. ଟିଦାମ୍ବରମ୍ ଷ୍ଟାଡିୟମରେ ରାତି ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ଅନ୍ତିମ ଟି-ଟ୍ବେଣ୍ଟି ଜିତି ସିରିଜ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚ୍ରୁ ଫାଷ୍ଟ ବୋଲର୍ ଯଶପ୍ରୀତ ବୁମରାହ, ଉମେଶ ଯାଦବ ଓ ସ୍ପିନର କୁଳଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି । ବୁମରାହ ଓ ଉମେଶ ଯାଦବଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ । ଚୂଡ଼ାନ୍ତ ସ୍କ୍ଵାଡରେ ସିଦ୍ଧାର୍ଥ କୌଲଙ୍କୁ ମିଳିପାରେ ସୁଯୋଗ । ଭାରତ ୨-୦ରେ ଆଗୁଆ ସିରିଜ୍ ବିଜୟୀ ହୋଇସାରିଛି । ଶେଷ ମ୍ୟାଚ୍ ଜିତି ସମ୍ମାନ ବଞ୍ଚାଇବାକୁ ମୈଦାନକୁ ଓହ୍ଲାଇବ ୱେଷ୍ଟଇଣ୍ଡିଜ । ପୂର୍ବରୁ ଟେଷ୍ଟ, ଦିନିକିଆ ସିରିଜ୍ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.