Categories: ସ୍ପେଶାଲ

କୁନି ହାତରେ ବଡ ସାହାଯ୍ୟ, ୧୦୦ ପିଲାଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା ଜମା କଲେ ୫ ବର୍ଷର ଶିଶୁ

ଆମେରିକାରେ ୫ ବର୍ଷିୟା କୈଥଲୀନ ହାର୍ଡି ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଉଦାହରଣ ପାଲଟିଛନ୍ତି। ଯେଉଁମାନେ ସ୍କୁଲରେ ନିଜର ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ଦେବା ପାଇଁ ସମର୍ଥ ହୋଇପାରୁ ନାହାଁନ୍ତି ସେହି ପିଲାମାନଙ୍କ ପାଇଁ କୈଥଲୀନ ଟଙ୍କା ଆୟ କରିବା ପାଇଁ ନିଷ୍ପତି କରିଛନ୍ତି। ରିପୋର୍ଟ ଅନୁଯାୟୀ କୈତଲୀନ ଜାଣିବାକୁ ପାଇଥିଲେ ଅନେକ ପରିବାରର ଲୋକମାନେ ପିଲାମାନଙ୍କ ଭୋଜନ ପାଇଁ ସଂଘର୍ଷ କରୁଛନ୍ତି। ଏହି କାରଣରୁ ସେ ଏପରି କରିବା ପାଇଁ ନିଷ୍ପତି କରିଛନ୍ତି। ସେ ୧୨୩ଜଣ ପିଲାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ କିନ୍ତୁ ସେ ୧୦୦ ପିଲାଙ୍କର ଫିସ୍‌ ଜମା କରିପାରିଛନ୍ତି।

କୈଥଲୀନଙ୍କ ମାଁ କରୀନା ହାର୍ଡି କହିଛନ୍ତି, ପ୍ରଥମେ ଝିଅ ମୋ ପାଖକୁ ଆସି ସେମାନଙ୍କ ସାହାଯ୍ୟ କରିବା ପାଇଁ ଅନେକ ପ୍ରଶ୍ନ ପଚାରିଥିଲା। ମୁଁ ତାକୁ ବୁଝାଇଥିଲି ଦୁନିଆରେ ଏଭଳି କିଛି ଲୋକ ରହିଛନ୍ତି, ଯେଉଁମାନେ ଆମପରି ଭାଗ୍ୟଶାଳୀ ନୁହଁନ୍ତି। ଆମେ ସେମାନଙ୍କ ପାଇଁ ଯାହା କରିହେବ ତାହା କରିବା ଉଚିତ। ଏହାପରେ ଝିଅ କିଛି କଥା ଚିନ୍ତା କରି ମୋ ପାଖକୁ ଆସି କହିଥିଲା ଆମେ ଏକ ଷ୍ଟଲରେ କୋକା ଏବଂ କୁକିଜ୍‌ ବିକ୍ରି କରିବା। ଏପରି କରିବା ଦ୍ୱାରା ଆମେ ସେମାନଙ୍କୁ ସାହାଯ୍ୟ କରିପାରିବା। ଏହାପରେ କୈଥଲୀନ ଗତ ୮ ଡିସେମ୍ବରରେ ମାଁ ଙ୍କ ସହ ମିଶି ଏକ ଷ୍ଟଲ ଲଗାଇ ୮୦ ଡଲାର ଏକତ୍ରିତ କରିଛନ୍ତି।

ବ୍ରିଜ୍‌ ହିଲ ଇଲେମେଂଟରୀ ସ୍କୁଲର ପ୍ରିନ୍ସିପାଲ ଲୋରୀ ହିଗଲେଙ୍କ କହିବାନୁଯାୟୀ, ଏହା ସବୁଠାରୁ ଖୁସିର କଥା। ଏହି ସମସ୍ତ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା କିନ୍ତୁ ଏହି ଛୋଟ ଶିଶୁଟି ସମ୍ଭବ କରି ଦେଖାଇପାରିଛି। ଅନ୍ୟପଟେ ଛୋଟ ଶିଶୁଟିର ମାଁ କରୀନା ହାର୍ଡି କହିଛନ୍ତି ଆମେ ଏହି ପ୍ରୟାସକୁ ଆଗକୁ ନେବାକୁ ଚାହୁଁଛୁ। କାରଣ ଜିଲ୍ଲାରେ ଯେପରି ସମସ୍ତ ସ୍କୁଲରେ ହଜାର ହଜାର ପିଲାମାନଙ୍କ ମଧ୍ୟାହ୍ନ ଭୋଜନର ଅର୍ଥ ଜମା କରାଯାଇପାରିବ। ଏହିକାରଣରୁ କୈଥଲୀନ ସୋସିଆଲ ମିଡିଆରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଯେପରିକି ଆଗକୁ ଏପରି ଷ୍ଟଲ ଲଗାଇ ଆଗକୁ ଆହୁରୀ ଟଙ୍କା ଏକତ୍ରିତ କରାଯାଇପାରିବ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

9 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

15 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

29 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago