କୁନି ହାତରେ ବଡ ସାହାଯ୍ୟ, ୧୦୦ ପିଲାଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା ଜମା କଲେ ୫ ବର୍ଷର ଶିଶୁ

ଆମେରିକାରେ ୫ ବର୍ଷିୟା କୈଥଲୀନ ହାର୍ଡି ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଉଦାହରଣ ପାଲଟିଛନ୍ତି। ଯେଉଁମାନେ ସ୍କୁଲରେ ନିଜର ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ଦେବା ପାଇଁ ସମର୍ଥ ହୋଇପାରୁ ନାହାଁନ୍ତି ସେହି ପିଲାମାନଙ୍କ ପାଇଁ କୈଥଲୀନ ଟଙ୍କା ଆୟ କରିବା ପାଇଁ ନିଷ୍ପତି କରିଛନ୍ତି। ରିପୋର୍ଟ ଅନୁଯାୟୀ କୈତଲୀନ ଜାଣିବାକୁ ପାଇଥିଲେ ଅନେକ ପରିବାରର ଲୋକମାନେ ପିଲାମାନଙ୍କ ଭୋଜନ ପାଇଁ ସଂଘର୍ଷ କରୁଛନ୍ତି। ଏହି କାରଣରୁ ସେ ଏପରି କରିବା ପାଇଁ ନିଷ୍ପତି କରିଛନ୍ତି। ସେ ୧୨୩ଜଣ ପିଲାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ କିନ୍ତୁ ସେ ୧୦୦ ପିଲାଙ୍କର ଫିସ୍‌ ଜମା କରିପାରିଛନ୍ତି।

କୈଥଲୀନଙ୍କ ମାଁ କରୀନା ହାର୍ଡି କହିଛନ୍ତି, ପ୍ରଥମେ ଝିଅ ମୋ ପାଖକୁ ଆସି ସେମାନଙ୍କ ସାହାଯ୍ୟ କରିବା ପାଇଁ ଅନେକ ପ୍ରଶ୍ନ ପଚାରିଥିଲା। ମୁଁ ତାକୁ ବୁଝାଇଥିଲି ଦୁନିଆରେ ଏଭଳି କିଛି ଲୋକ ରହିଛନ୍ତି, ଯେଉଁମାନେ ଆମପରି ଭାଗ୍ୟଶାଳୀ ନୁହଁନ୍ତି। ଆମେ ସେମାନଙ୍କ ପାଇଁ ଯାହା କରିହେବ ତାହା କରିବା ଉଚିତ। ଏହାପରେ ଝିଅ କିଛି କଥା ଚିନ୍ତା କରି ମୋ ପାଖକୁ ଆସି କହିଥିଲା ଆମେ ଏକ ଷ୍ଟଲରେ କୋକା ଏବଂ କୁକିଜ୍‌ ବିକ୍ରି କରିବା। ଏପରି କରିବା ଦ୍ୱାରା ଆମେ ସେମାନଙ୍କୁ ସାହାଯ୍ୟ କରିପାରିବା। ଏହାପରେ କୈଥଲୀନ ଗତ ୮ ଡିସେମ୍ବରରେ ମାଁ ଙ୍କ ସହ ମିଶି ଏକ ଷ୍ଟଲ ଲଗାଇ ୮୦ ଡଲାର ଏକତ୍ରିତ କରିଛନ୍ତି।

americanବ୍ରିଜ୍‌ ହିଲ ଇଲେମେଂଟରୀ ସ୍କୁଲର ପ୍ରିନ୍ସିପାଲ ଲୋରୀ ହିଗଲେଙ୍କ କହିବାନୁଯାୟୀ, ଏହା ସବୁଠାରୁ ଖୁସିର କଥା। ଏହି ସମସ୍ତ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା କିନ୍ତୁ ଏହି ଛୋଟ ଶିଶୁଟି ସମ୍ଭବ କରି ଦେଖାଇପାରିଛି। ଅନ୍ୟପଟେ ଛୋଟ ଶିଶୁଟିର ମାଁ କରୀନା ହାର୍ଡି କହିଛନ୍ତି ଆମେ ଏହି ପ୍ରୟାସକୁ ଆଗକୁ ନେବାକୁ ଚାହୁଁଛୁ। କାରଣ ଜିଲ୍ଲାରେ ଯେପରି ସମସ୍ତ ସ୍କୁଲରେ ହଜାର ହଜାର ପିଲାମାନଙ୍କ ମଧ୍ୟାହ୍ନ ଭୋଜନର ଅର୍ଥ ଜମା କରାଯାଇପାରିବ। ଏହିକାରଣରୁ କୈଥଲୀନ ସୋସିଆଲ ମିଡିଆରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଯେପରିକି ଆଗକୁ ଏପରି ଷ୍ଟଲ ଲଗାଇ ଆଗକୁ ଆହୁରୀ ଟଙ୍କା ଏକତ୍ରିତ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.