Below header

ବୟସ ମାତ୍ର ୮ ବର୍ଷ କିନ୍ତୁ ୟୁଟ୍ୟୁବରୁ କମାଉଛନ୍ତି ୧୮୪ କୋଟି, ଜାଣନ୍ତୁ କଣ କରନ୍ତି ରେୟାନ

ବୟସ ମାତ୍ର ୮ ବର୍ଷ କିନ୍ତୁ ୟୁଟ୍ୟୁବରୁ କମାଉଛନ୍ତି ୧୮୪ କୋଟି ଟଙ୍କା ତାହା ପୁଣି ଏକ ବର୍ଷରେ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, ଆଜ୍ଞା ହଁ ଆମେରିକାରେ ବାସ କରୁଥିବା କରୁଥିବା ଏହି ୮ ବର୍ଷୀୟ ପିଲାର ନାମ ରେୟାନ କାଜି। ଚଳିତ ବର୍ଷ ଅର୍ଥାତ ୨୦୧୯ ମସିହାରେ ସେ ୟୁଟ୍ୟୁବ ଚ୍ୟାନେଲ୍ରୁ ୨୬ ମିଲିୟନ ଡଲାର(୧୮୪ କୋଟି ଟଙ୍କା) ଉପାର୍ଜନ କରିଛନ୍ତି। ତେବେ ଏହି ପ୍ଲାଟଫର୍ମରେ ସବୁଠାରୁ ଅଧିକ ଆୟ କରୁଥିବା ଲୋକଙ୍କ ତାଲିକାରେ ରେୟାନଙ୍କ ନାମ ମଧ୍ୟ ସାମିଲ କରାଯାଇଛି।

ସୂଚନା ଅନୁଯାୟୀ ରେୟାନଙ୍କ ପ୍ରକୃତ ନାମ ମଧ୍ୟ ରେୟାନ ଓ ତାଙ୍କ ୟୁଟ୍ୟୁବ ଚ୍ୟାନେଲର ନାମ ହେଉଛି ‘ରେୟାନ୍ସ ୱାର୍ଲଡ’। ୨୦୧୫ ମସିହାରେ ସେ ଏହି ଚ୍ୟାନେଲ ଲଞ୍ଚ କରିଥିଲେ ଜେୟତେବେଳେ ତାଙ୍କର ବୟସ ଥିଲା ମାତ୍ର ୩ ବର୍ଷ।

ରେୟାନଙ୍କର ସବସ୍କ୍ରାଇବରଙ୍କ ସଂଖ୍ୟା ୨୨ ମିଲିୟନରୁ ମଧ୍ୟ ଅଧିକ। ରେୟାନ ଖେଳଣାର ଅନବକ୍ସିଙ୍ଗ ଭିଡିଓ ସେୟାର କରିଥାନ୍ତି। ସେଥିରେ ଖେଳିବା ସମୟରେ ଏକ ଛୋଟ ଭିଡିଓ ବନାଇଥାନ୍ତି ଏବଂ ତାଙ୍କର ପ୍ୟାରେଣ୍ଟ ଏହି ଭିଡିଓକୁ ୟୁଟ୍ୟୁବରେ ଅପଲୋଡ଼ କରିଥାନ୍ତି। ରେୟାନଙ୍କର ଅନେକ ଭିଡିଓ ୧ ବିଲିୟନରୁ ବି ଅଧିକ ଭିୟୁ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.