ଇଣ୍ଟିମେଟ୍‌ ସିନ ବେଳେ ବଡ଼ ଭୁଲ କରିଥିଲେ ବଲିଉଡ୍‌ ଅଭିନେତା, ୧୫ ଥର କଟ୍ କହିବା ପରେ ମଧ୍ୟ ଅଭିନେତ୍ରୀଙ୍କୁ ଛାଡି ନଥିଲେ

ପ୍ରାୟତଃ ମେନଷ୍ଟ୍ରୀମ୍ ବଲିଉଡ୍ ଫିଲ୍ମ ମାନଙ୍କରେ ଇଣ୍ଟିମେଟ୍ ସିନସ୍ ଜରୁରୀ ହୋଇଥାଏ । କିନ୍ତୁ ସୁଟିଙ୍ଗ୍ କରିବା ବହୁତ କଷ୍ଟ ହୋଇଥାଏ । ଅନେକ ଅଭିନେତା ସୁଟିଙ୍ଗ୍ ସମୟରେ ନିଜର ନିୟନ୍ତ୍ରଣ ହରାଇ ବସିଥାନ୍ତି ଏବଂ ନିର୍ଦ୍ଦେଶକ କଟ୍ କହିବା ପରେ ମଧ୍ଯ ସେମାନେ ଅଭିନେତ୍ରୀ ମାନଙ୍କୁ ଛାଡି ନଥାନ୍ତି । ଯାହା ବିଷୟରେ ଉକ୍ତ ଅଭିନେତ୍ରୀମାନେ ନିଜେ ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ଅଭିନେତ୍ରୀମାନେ ସେହି ଅଭିନେତାଙ୍କ ସହିତ କାମ କରିବାକୁ ମନା କରିଦେଇଛନ୍ତି । କିନ୍ତୁ ପରେ ଅଭିନେତା ଏବଂ ଡାଇରେକ୍ଟର କ୍ଷମା ମାଗିବାପରେ ସବୁ ସମାଧାନ ହୋଇଥାଏ।

୧୫ବର୍ଷର ରେଖାଙ୍କୁ ପାଞ୍ଚ ମିନିଟ୍ କିସ୍ କରିଥିଲେ ଏହି ଅଭିନେତା:

rekhaଅସଲରେ ୧୯୬୯ରେ ଆସିଥିବା ଫିଲ୍ମ ଅନଜାନା ସଫର ଫିଲ୍ମର ସୁଟିଙ୍ଗ ମୁମ୍ବାଇର ମେହବୁବ ଷ୍ଟୁଡିଓରେ କରାଯାଉଥିଲା । ଗୋଟେ ସିନ୍ ସମୟରେ ଡାଇରେକ୍ଟର ଆକ୍ସନ୍ କହିବା କ୍ଷଣି ଖ୍ଯାତିନାମା ଅଭିନେତା ବିଶ୍ବଜିତ୍ ରେଖାଙ୍କୁ ଆଲିଙ୍ଗନ କରି କିସ୍ କରିବା ଆରମ୍ଭ କରିଦେଇଥିଲେ । ସେତେବେଳେ ରେଖାଙ୍କ ବୟସ ୧୫ବର୍ଷ ଥିଲା । ଏହି ସିନ ବିଷୟରେ ୟାସିର୍ ଉସ୍ମାନ୍ ନିଜ ପୁସ୍ତକରେ ରେଖା-ଏକ୍ ପହେଲି ରେ ଲେଖିଛନ୍ତି । ଏହି ସମୟରେ ଡାଇରେକ୍ଟର ୧୫ ଥର କଟ୍ କହିବା ପରେ ମଧ୍ଯ ଅଭିନେତା ଜଣଙ୍କ ରେଖାଙ୍କୁ ଛାଡିନଥିଲେ ।

ବନୋଦ ଖାନ୍ନା ମାଧୁରୀଙ୍କୁ ମାଗିଥିଲେ କ୍ଷମା:

Madhuri-Dixitଫିଲ୍ମ ଦୟାବାନ୍ ର ଗୀତ ‘ଆଜ୍ ଫିର୍ ତୁମପେ ପ୍ଯାର୍ ଆୟା ହେ’ ସୁଟିଙ୍ଗ୍ ସମୟରେ ବିନୋଦ ଖନ୍ନା ନିଜର ନିୟନ୍ତ୍ରଣ ହରାଇ ବସିଥିଲେ । କିଛି ଗଣମାଧ୍ଯମର ରିପୋର୍ଟ ଅନୁସାରେ ଜଣାପଡିଥିଲା କି ସୁଟିଙ୍ଗ ସମୟରେ ବିନୋଦ ଖାନ୍ନା କରିଥିବା ନିଜର ବ୍ଯବହାର ପାଇଁ ମାଧୁରୀଙ୍କ କ୍ଷମା ମାଗିଥିଲେ ।

ଡିମ୍ପଲ କପାଡିୟାଙ୍କ ସହିତ ସୁଟିଙ୍ଗ୍ କରିବା ସମୟରେ ନିୟନ୍ତ୍ରଣ ହରାଇଥିଲେ ବିନୋଦ୍:

dimple୧୯୮୭ ମସିହାରେ ବିନୋଦ ଖାନ୍ନା ନିଜର କାରିୟରର ଶୀର୍ଷରେ ଥିଲେ । କୁହାଯାଉଛି କି, ସେତେବେଳେ ବିନୋଦ୍ ଡବଲ ସିଫ୍ଟରେ କାମ କରୁଥିଲେ । ଏହି ସମୟରେ ରାତିରେ ସୁଟିଙ୍ଗ୍ ସମୟରେ ତାଙ୍କର ଫିଲ୍ମ ‘ପ୍ରେମ୍ ଧରମ’ ରେ ଡିମ୍ପଲଙ୍କ ସହିତ ଏକ ଇଣ୍ଟିମେଟ୍ ସିନ୍ କରୁଥିଲେ । ଏହି ସମୟରେ ନିର୍ଦ୍ଦେଶକ ମହେଶ ଭଟ୍ଟ କଟ୍ କଟ୍ କରିବା ପରେ ମଧ୍ଯ ଡିମ୍ପଲଙ୍କୁ ଲଗାତାର ସେ କିସ୍ କରିବାକୁ ଲାଗିଥିଲେ। କୁହାଯାଉଛି କି ଡିମ୍ପଲ ଏହାପରେ ବିନୋଦଙ୍କ ସହିତ କାମ କରିବାକୁ ମନାକରିଦେଇଥିଲେ । କିନ୍ତୁ ବିନୋଦ ଏବଂ ମହେଶ ଭଟ୍ଟ ଦୁଇ ଜଣ ଡିମ୍ପଲଙ୍କୁ କ୍ଷମା ମାଗିବା ପରେ ଡିମ୍ପଲ ପୁନଶ୍ଚ ସୁଟିଙ୍ଗ୍ ପାଇଁ ରାଜି ହୋଇଥିଲେ ।

ମାଧୁରୀଙ୍କ ସହିତ ରେପ୍ ସିନ୍ ବେଳେ ଏମିତି କିଛି କରି ବସିଥିଲେ ଏହି ଖଳନାୟକ:

ranjit-madhuriଖଳନାୟକ ରଞ୍ଜୀତ୍, ମାଧୁରୀ ଦୀକ୍ଷିତଙ୍କ ସହିତ ଏକ ରେପ୍ ସିନ୍ ସମୟରେ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ । କୁହାଯାଉଛି କି ସେତେବେଳେ ମାଧୁରୀ ନିଜେ ଉପସ୍ଥିତ ବୁଦ୍ଧି ଖଟାଇ ସେଠାରୁ ମୁକ୍ତି ପାଇଥିଲେ ।

ଜୟା ପ୍ରଦାଙ୍କ ସହିତ ସୁଟିଙ୍ଗ୍ ସମୟରେ ଦୀଲ୍ଲିପ୍ ହରାଇ ବସିଥିଲେ ନିୟନ୍ତ୍ରଣ:

dilipନିଜ ସମୟରେ ଖୁବ୍ ସୁନ୍ଦର ଅଭିନେତ୍ରୀମାନଙ୍କ ଭିତରେ ପରିଚିତ ଥିବା ଜୟା ପ୍ରଦାଙ୍କ ସହିତ ସୁଟିଙ୍ଗ ସମୟରେ ଖଳନାୟକ ଦିଲ୍ଲୀପ ତାହିଲ୍ ନିୟନ୍ତ୍ରଣ ହରାଇ ବସିଥିଲେ । କୁହାଯାଏ କି ସେହି ସମୟରେ ଜୟା ପ୍ରଦା ଦିଲ୍ଲୀପଙ୍କୁ ଚାପୁଡା ମାରି ଦେଇଥିଲେ ।

ଡାଇରେକ୍ଟର କଟ୍ କହିବା ପରେ ମଧ୍ଯ ନିଜକୁ ଅଟକାଇ ପାରିଲେନି ଉଭୟ ଅଭିନେତ୍ରୀ ଓ ଅଭିନେତା:

Jacqueline-Fernandezଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଜ୍ଯାଙ୍କଲିନ୍ ଫର୍ଣ୍ଣାଡିସ୍ ଙ୍କ ଏହି କଥା ବେଶ୍ ଚର୍ଚ୍ଚାରେ ଥିଲା । ଫିଲ୍ମ ‘ଏ ଜେଣ୍ଟଲ୍ ମ୍ଯାନ୍’ ର ସୁଟିଙ୍ଗ୍ ସମୟରେ ଏକ କିସ୍ ସିନ୍ ସମୟରେ ଡାଇରେକ୍ଟର କଟ୍ କଟ୍ କହିବା ପରେ ମଧ୍ଯ ଦୁଇ ଜଣ ଅଲଗା ହୋଇନଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.