Categories: ସ୍ପେଶାଲ

କିଚିରି ମିଚିରି ପକ୍ଷୀଙ୍କ ପାଇଁ ଫ୍ଲାଟ, ଜିଡିଏ ପ୍ରସ୍ତୁତ କରିଛି ପକ୍ଷୀ ରହିବା ପାଇଁ ଘର

ପକ୍ଷୀଙ୍କ ପାଇଁ ଫ୍ଲାଟ୍‌। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ସତ। ଗାଜିଆବାଦ ବିକାଶ ପ୍ରାଧିକରଣ ପକ୍ଷରୁ ପକ୍ଷୀମାନଙ୍କର ପ୍ରଜାତିକୁ ରକ୍ଷା କରିବା ପାଇଁ ଏପରି ଉପାୟ କରାଯାଇଛି। ଏହି ପକ୍ଷୀ ଫ୍ଲାଟ ଜିଡିଏ ଉପାଧ୍ୟକ୍ଷଙ୍କ ଆବାସରେ ନିର୍ମାଣ କରାଯାଇଛି। ଏହି ଫ୍ଲାଟରେ ୬୦ଟି ପକ୍ଷୀ ରହିବାର ବ୍ୟବସ୍ଥା କରାଯାଇଛି। ପକ୍ଷୀମାନେ ରହିବା ପାଇଁ ଏହି ଫ୍ଲାଟକୁ ଲୁହା ଖୁଣ୍ଟରେ ନିର୍ମାଣ କରାଯାଇଛି ଏବଂ ଉପରେ ଛତା ଭଳି ଛାତ ରହିଛି। ପକ୍ଷୀମାନଙ୍କୁ ଖରା ଏବଂ ବର୍ଷାରୁ ରକ୍ଷା କରିବା ପାଇଁ ଏଭଳି ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ସହିତ ପକ୍ଷୀମାନେ ପାଣି ପିଇବା ଏବଂ ଗାଧୋଇବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ସେମାନଙ୍କ ଖାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଏହାସହ ପଢ଼ନ୍ତୁ ; ଏହି ଦେଶରେ ହୁଏ ଅଦ୍ଭୁତ ସଂଗୀତ ପ୍ରତିଯୋଗିତା, ଯେଉଁଠି ଗୀତ ଗାଇବାକୁ ଆସନ୍ତି ତିନିଟି ଦେଶର ପକ୍ଷୀ

ଜିଡିଏର ଭାଇସ ଚେୟାରପର୍ସନ କଞ୍ଚନ ବର୍ମାଙ୍କ କହିବା ଅନୁସାରେ, ‘ବାର୍ଡ ଫ୍ଲାଟ ନିର୍ମାଣ କରିବା ପଛରେ ଆମର ଲକ୍ଷ୍ୟ କିଛି ଅଲଗା ରହିଥିଲା। ଏପରି କରି ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ସହିତ ପକ୍ଷୀମାନଙ୍କୁ ନିକଟତର କରିବା ଆମର ମୂଳ ଲକ୍ଷ୍ୟ ଥିଲା। ଏହି ଫ୍ଲାଟକୁ ତିଆରି କରିବା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଥମେ ଫ୍ଲାଟକୁ ଚାରିପାଖରୁ ଲୁହାର ଫ୍ରେମ ଦିଆଯାଇଥିବା ବେଳେ ଭିତରେ ୬୦ଟି କାଠର ପ୍ଲେଟ ରହିଛି। ଏହାର ଉଚ୍ଚତା ପାଖାପାଖି ୧୫ ଫୁଟ ରହିଛି। ଏଥିରେ ୧୦ ଫୁଟ ଉଚ୍ଚର ପୋଲ ଏବଂ ୫ ଫୁଟ ଉଚ୍ଚର ପ୍ଲେଟ ତିଆରି ହୋଇଛି।

Swagatika

Recent Posts

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା : ସହରରେ କର୍ଫ୍ୟୁ; ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ପୌରପାଳିକାରେ କର୍ଫ୍ୟୁ ଜାରି। ସହରରେ ସ୍କୁଲ, କଲେଜ ଓ…

8 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

7 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

10 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

11 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

11 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

11 hours ago