ସ୍ପେଶାଲ

ଏଠାରେ ଲୋକେ ସାପକୁ ମାନନ୍ତି ପୌଷ୍ଟିକ ଆହାର, ରେଷ୍ଟୁରାଣ୍ଟରେ ବିକ୍ରି ହୁଏ ବିଭିନ୍ନ ପ୍ରକାର ସ୍ପେକ୍‌ ଡିସ୍‌

ଏବେ ବର୍ଷା ଋତୁ ଚାଲିଛି, ଆଉ ଏହି ସମୟରେ ସାପ ଦେଖିଯିବା ଗୋଟେ ସାଧାରଣ କଥା। ସାପର ସଁ ସଁ ଶବ୍ଦରେ ଅନେକ ଲୋକ ଭୟରେ ଚିତ୍କାର କରନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଅନେକ ଦେଶ ଏମିତି ଅଛି ଯେଉଁଠି ସାପକୁ ଡରିବା ତ ଦୂରର କଥା ବରଂ ସାପକୁ ବହୁତ ଖୁସିରେ ଖାଆନ୍ତି ଏଠାକାର ଲୋକେ। ଆଜ୍ଞା ହଁ ଆମେ ଆପଣଙ୍କୁ କହୁଛୁ ଭିଏତନାମ ବିଷୟରେ। ଯେଉଁଠି ସାପକୁ ପୌଷ୍ଟିକ ଆହାର ବୋଲି ମାନନ୍ତି ଲୋକେ।

ଖାଲି ଏତିକି ନୁହେଁ ସାପ ଅନେକ ପ୍ରକାର ବ୍ୟଞ୍ଜନ କରି ଖାଆନ୍ତି। ଭିଏତନାମାରେ ସାପକୁ ଖାଇବାର ପରମ୍ପରା ବହୁତ ପୂର୍ବରୁ ଚାଲି ଆସୁଛି। ଏଠାରେ ଉତ୍ତର ଭାଗ ଜଙ୍ଗଲରେ ଧରାଯାଇଥିବା ସାପ ମାଂସକୁ ମଣିଷ ଶରୀରର ଉଚ୍ଚ ତାପମାତ୍ରାକୁ କମ୍‌ କରିବା, ମୁଣ୍ଡବ୍ୟଥା ଏବଂ ପେଟ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିବା ପାଇଁ ସେବନ କରିଥାଏ।

ସାପରୁ ପ୍ରସ୍ତୁତ ଡିସ୍‌ ଏବେ ଭିଏତନାମର ରେଷ୍ଟୁରାଣ୍ଟରେ ମଧ୍ୟ ବିକ୍ରି ହେବାକୁ ଲାଗିଲାଣି। ଭିଏତନାମାର ରାଜଧାନୀ ହନୋଇରେ ପ୍ରାୟ ତିନି ଘଣ୍ଟା ଦୂରତା ମଧ୍ୟରେ ୟେନ ବାଇ ପ୍ରାନ୍ତରେ ସ୍ଥିତ ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ସେଫ୍‌ ଜଣାଇଛନ୍ତି ଯେ ସାପର ଲେମନ ଗ୍ରାସ୍‌ ଫୁଟାଇ କିମ୍ବା ଫ୍ରାଏ କରାଯାଇଥିବା ଖାଦ୍ୟକୁ ବହୁତ ପସନ୍ଦ କରୁଛନ୍ତି ଲୋକେ। ସେହିପରି ସାପ ରକ୍ତକୁ ଭାତରେ ମିଶାଇ ରେଷ୍ଟୁରାଣ୍ଟରେ ପରସା ଯାଏ।

ସାପ ମୁଣ୍ଡକୁ କାଟି ତାଙ୍କ ରକ୍ତକୁ ବାହାର କରିଦିଆଯାଏ। ଏହି ରକ୍ତକୁ ଲୋକେ ମଦରେ ମିଶାଇ ପିଅନ୍ତି। ସାପ ମୁଣ୍ଡ ଏବଂ ବାକି ଅଂଶକୁ ଛାଡି ଅନ୍ୟ ଭାଗକୁ ଅଲଗା ଅଲଗା ଡିସରେ ପ୍ରସ୍ତୁତ କରାଯାଏ। କୁହାଯାଏ ଯେ ସାପ ମାଂସ ବହୁତ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହା ଗଣ୍ଠିକୁ ମଧ୍ୟ ମଜବୁତ୍‌ କରିଥାଏ।

ତେବେ ସ୍ଥାନୀୟ ଲୋକଙ୍କର ଏହା ଧାରଣା ଯେ ସାପ ରକ୍ତରେ ପ୍ରସ୍ତୁତ ହୋଇଥିବା ମଦକୁ କେବଳ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପିଇବା ଉଚିତ। କାରଣ ଯୁବକ ମାନେ ଏହାକୁ ପିଇବା ଦ୍ୱାରା ଗଳା ଯନ୍ତ୍ରଣା ଏବଂ ନପୁଂସକତା ହେବାର ସମ୍ଭାବନା ରହିଥାଏ।

Pritiparna

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

8 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

21 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

30 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

33 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago