Below header

ଏଠାରେ ଲୋକେ ସାପକୁ ମାନନ୍ତି ପୌଷ୍ଟିକ ଆହାର, ରେଷ୍ଟୁରାଣ୍ଟରେ ବିକ୍ରି ହୁଏ ବିଭିନ୍ନ ପ୍ରକାର ସ୍ପେକ୍‌ ଡିସ୍‌

ଏବେ ବର୍ଷା ଋତୁ ଚାଲିଛି, ଆଉ ଏହି ସମୟରେ ସାପ ଦେଖିଯିବା ଗୋଟେ ସାଧାରଣ କଥା। ସାପର ସଁ ସଁ ଶବ୍ଦରେ ଅନେକ ଲୋକ ଭୟରେ ଚିତ୍କାର କରନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଅନେକ ଦେଶ ଏମିତି ଅଛି ଯେଉଁଠି ସାପକୁ ଡରିବା ତ ଦୂରର କଥା ବରଂ ସାପକୁ ବହୁତ ଖୁସିରେ ଖାଆନ୍ତି ଏଠାକାର ଲୋକେ। ଆଜ୍ଞା ହଁ ଆମେ ଆପଣଙ୍କୁ କହୁଛୁ ଭିଏତନାମ ବିଷୟରେ। ଯେଉଁଠି ସାପକୁ ପୌଷ୍ଟିକ ଆହାର ବୋଲି ମାନନ୍ତି ଲୋକେ।

SNAKE ଖାଲି ଏତିକି ନୁହେଁ ସାପ ଅନେକ ପ୍ରକାର ବ୍ୟଞ୍ଜନ କରି ଖାଆନ୍ତି। ଭିଏତନାମାରେ ସାପକୁ ଖାଇବାର ପରମ୍ପରା ବହୁତ ପୂର୍ବରୁ ଚାଲି ଆସୁଛି। ଏଠାରେ ଉତ୍ତର ଭାଗ ଜଙ୍ଗଲରେ ଧରାଯାଇଥିବା ସାପ ମାଂସକୁ ମଣିଷ ଶରୀରର ଉଚ୍ଚ ତାପମାତ୍ରାକୁ କମ୍‌ କରିବା, ମୁଣ୍ଡବ୍ୟଥା ଏବଂ ପେଟ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିବା ପାଇଁ ସେବନ କରିଥାଏ।

SNAKE DRINKସାପରୁ ପ୍ରସ୍ତୁତ ଡିସ୍‌ ଏବେ ଭିଏତନାମର ରେଷ୍ଟୁରାଣ୍ଟରେ ମଧ୍ୟ ବିକ୍ରି ହେବାକୁ ଲାଗିଲାଣି। ଭିଏତନାମାର ରାଜଧାନୀ ହନୋଇରେ ପ୍ରାୟ ତିନି ଘଣ୍ଟା ଦୂରତା ମଧ୍ୟରେ ୟେନ ବାଇ ପ୍ରାନ୍ତରେ ସ୍ଥିତ ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ସେଫ୍‌ ଜଣାଇଛନ୍ତି ଯେ ସାପର ଲେମନ ଗ୍ରାସ୍‌ ଫୁଟାଇ କିମ୍ବା ଫ୍ରାଏ କରାଯାଇଥିବା ଖାଦ୍ୟକୁ ବହୁତ ପସନ୍ଦ କରୁଛନ୍ତି ଲୋକେ। ସେହିପରି ସାପ ରକ୍ତକୁ ଭାତରେ ମିଶାଇ ରେଷ୍ଟୁରାଣ୍ଟରେ ପରସା ଯାଏ।

SNAKE_BLOODସାପ ମୁଣ୍ଡକୁ କାଟି ତାଙ୍କ ରକ୍ତକୁ ବାହାର କରିଦିଆଯାଏ। ଏହି ରକ୍ତକୁ ଲୋକେ ମଦରେ ମିଶାଇ ପିଅନ୍ତି। ସାପ ମୁଣ୍ଡ ଏବଂ ବାକି ଅଂଶକୁ ଛାଡି ଅନ୍ୟ ଭାଗକୁ ଅଲଗା ଅଲଗା ଡିସରେ ପ୍ରସ୍ତୁତ କରାଯାଏ। କୁହାଯାଏ ଯେ ସାପ ମାଂସ ବହୁତ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହା ଗଣ୍ଠିକୁ ମଧ୍ୟ ମଜବୁତ୍‌ କରିଥାଏ।

ତେବେ ସ୍ଥାନୀୟ ଲୋକଙ୍କର ଏହା ଧାରଣା ଯେ ସାପ ରକ୍ତରେ ପ୍ରସ୍ତୁତ ହୋଇଥିବା ମଦକୁ କେବଳ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପିଇବା ଉଚିତ। କାରଣ ଯୁବକ ମାନେ ଏହାକୁ ପିଇବା ଦ୍ୱାରା ଗଳା ଯନ୍ତ୍ରଣା ଏବଂ ନପୁଂସକତା ହେବାର ସମ୍ଭାବନା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.