ରାସ୍ତାରେ ଯାଉଥିବା କାର୍ ସହ ଚାଲିଲେ ୨ ସିଂହ, ଭାଇରାଲ ହେଉଛି ଏହି ଆଶ୍ଚର୍ଯ୍ଯକର ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ୨ଟି ସିଂହର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ଯ ଆଶ୍ଚର୍ଯ୍ଯ ହୋଇଯିବେ। ଭିଡିଓରେ ଦୁଇଟି ସିଂହଙ୍କୁ କାର୍ ସହ ଚାଲି ଯାଉଥିବାର ଦେଖିବାକୁ ମିଳିଛି। ରାଜନେତା ଏବଂ ଉଦ୍ଯୋଗପତି ପରମିଲ ନାଥୱାନୀ ଏହି ଭିଡିଓକୁ ଟ୍ବିଟରରେ ସେୟାର କରିଛନ୍ତି। ଯାହାକୁ ଅନେକ ଲୋକ ପ୍ରଶଂସା କରିଛନ୍ତି। ସୂଚନା ମୁତାବକ ଏହି ଭିଡିଓ ଗୁଜୁରାଟର ଗିର ଫରେଷ୍ଟର ବୋଲି କୁହାଯାଉଛି।

ଏହି ଭିଡିଓରେ ଦୁଇଟି ସିଂହ ଏକାଠି ଜଙ୍ଗଲରେ ବୁଳୁଥିବାର ଆପଣମାନେ ଦେଖିପାରିବେ। ଏହି ସମୟରେ ଦୁଇଟି ସିଂହ ରାସ୍ତାକୁ ଆସିଥିଲେ ଏବଂ କାର୍ ସହ ଚାଲିବାକୁ ଲାଗିଥିଲେ। ଏହି ସମୟରେ କାର୍ ଭିତରେ ବସିଥିବା ବ୍ଯକ୍ତି ସିଂହର ରେକଡିଂ ମଧ୍ଯ କରିଛନ୍ତି। ସିଂହଟି କାର୍ କୁ ଦେଖି କିଛି ସମୟ ଚାଲିବା ପରେ ରାସ୍ତାରେ ବସି ଯାଇଥିଲା। ସବୁଠାରୁ ବିଶେଷ କଥା ହେଉଛି ସିଂହଟି କାର୍ ଟିକୁ ଦେଖି ବିଲକୁଲ୍ ରାଗି ନଥିଲା କି ଆକ୍ରମଣ ମଧ୍ଯ କରିନଥିଲା।

ଏହି ଭିଡିଓକୁ ପରମିଲ ନାଥୱାନି ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ବର୍ତ୍ତମାନ ପର୍ଯ୍ଯନ୍ତ ଏକ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୨୦୦ରୁ ଅଧିକ ଲାଇକ୍ ଏବଂ କମେଣ୍ଟସ୍ ମଧ୍ଯ ମିଳିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.