ରାମ ମନ୍ଦିର ଭୂମି ପୂଜନର ମୁହୂର୍ତ୍ତ ଧାର୍ଯ୍ୟ କରିଥିବା ପୂଜାରୀଙ୍କୁ ଧମକ, କାଲି କିଛି ଅଘଟଣ ଘଟିବନି ତ!

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନର ମୁହୂର୍ତ୍ତକୁ ନେଇ ବିବାଦ ବଢ଼ିବାରେ ଲାଗିଛି। କାଲି ପ୍ରଧାନମନ୍ତ୍ରୀ ମୋଦି ଭୂମି ପୂଜନ କରିବାକୁ ଅଯୋଧ୍ୟା ଯିବେ। ଇତି ମଧ୍ୟରେ ଭୂମି ପୂଜନ କରିବା ପାଇଁ ଶୁଭ ସମୟ ସ୍ଥିର କରୁଥିବା ପୂଜାରୀ ବିଜୟେନ୍ଦ୍ରଙ୍କୁ ଫୋନ୍‌ ଯୋଗେ ଧମକ ମିଳିଛି। ଏହି ଘଟଣା ପରେ କର୍ଣ୍ଣାଟକର ବେଲଗାବୀରେ ତାଙ୍କ ବାସଭବନକୁ ସୁରକ୍ଷା ପ୍ରଦାନ କରାଯାଇଛି। ରିପୋର୍ଟ ମୁତାବକ ବେଲଗାବୀର ଶାସ୍ତ୍ରୀନଗର ଅଞ୍ଚଳର ପୂଜାରୀଙ୍କୁ ଧମକ ମିଳିବା ପରେ ପୋଲିସ ଏକ ମାମଲା ରୁଜୁ କରି ତାଙ୍କୁ କଡ଼ା ସୁରକ୍ଷା ଯୋଗାଇଛି।

Priest who fixed 'bhumi pujan' time receives threats, given security

ପୂଜାରୀ ବିଜୟେନ୍ଦ୍ରଙ୍କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। କଲରେ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ସେ କାହିଁକି ଭୂମି ପୂଜନ ପାଇଁ ସମୟ ଧାର୍ଯ୍ୟ କରୁଛନ୍ତି। ଏହାର ଉତ୍ତରରେ ପୂଜାରୀ କହିଥିଲେ ମୋତେ ଏଥିପାଇଁ ଅନୁରୋଧ କରାଯାଇଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜ ନାଁ କହିନଥିଲେ। କିନ୍ତୁ ଏବେ ତାଙ୍କ ନିକଟକୁ ବିଭିନ୍ନ ନମ୍ବରରୁ କଲ ଆସୁଛି ବୋଲି ସେ କହିଛନ୍ତି।

ଏନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି ଏହା ଗମ୍ଭୀର ଚିନ୍ତାର ବିଷୟ ଯେ ଯେଉଁ ପୂଜାରୀ ମୁହୂର୍ତ୍ତ ନିର୍ଦ୍ଧାରଣ କରିବେ ତାଙ୍କୁ ଧମକ ଦିଆଯାଉଛି। ଏହାର ଅର୍ଥ ହେଉଛି ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ମନ୍ଦିର ତିଆରି ହେଉ ବୋଲି ଚାହୁଁନାହାନ୍ତି।

Karnataka Priest Who Fixed Ram Mandir Bhoomi Pujan's Time Receives ...

ସୂଚନାଯୋଗ୍ୟ ଯେ ରାମ ମନ୍ଦିର ଭୂମି ପୂଜନର ତାରିଖକୁ ନେଇ ବହୁ ବିବାଦ ଚାଲିଛି। ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଧାର୍ଯ୍ୟ ହୋଇଥିବା ସମୟ ଶୁଭ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି ଅଗଷ୍ଟ ୫ରେ ଦକ୍ଷିଣାୟନ ଭାଦ୍ରପଦ ମାସ କୃଷ୍ଣ ପକ୍ଷର ଦ୍ୱିତୀୟା ତିଥି ପଡ଼ୁଛି। ଶାସ୍ତ୍ରରେ ଭାଦ୍ରପଦ ମାସରେ ଗୃହ, ମନ୍ଦିର ଆରମ୍ଭ କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି ବୋଲି ସେ କହିଛନ୍ତି। କାଶୀର ସନ୍ଥମାନେ ମଧ୍ୟ ଏହି ତାରିଖକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.