Categories: ସ୍ପେଶାଲ

ଦୁଇ ବର୍ଷର ଶିଶୁ ପାଇଁ ସେପ୍ଟେମ୍ବରରେ କ୍ରିସମାସ୍ ପାଳନ କରୁଛି ପୁରା ସହର , କାରଣ ଜାଣିଲେ ଭିଜିଯିବ ଆଖି

୨୫ ଡିସେମ୍ବରରେ ଅର୍ଥାତ୍ କ୍ରିସମାସ୍ ପାଇଁ ବାକି ଅଛି ଆହୁରି ୩ ମାସ । ହେଲେ କ୍ରିସମାସ୍ ପୂର୍ବରୁ ଏହି ଉତ୍ସବ ପାଳନ କରୁଛି ଆମେରିକାର ଏକ ଛୋଟ ସହର ସିନସିନାଟି । ଏଠାକାର ଲୋକ ନିଜ ଘରକୁ ସୁନ୍ଦର ଭାବରେ ସଜାଇ ସାରିଛନ୍ତି । ଆଉ ଏହି ସୌନ୍ଦର‌୍ୟ୍ୟ ଆଖ ପାଖ ଅଂଚଳକୁ ମଧ୍ୟ ଆଲୋକିତ କରିସାରିଲାଣି । ହେଲେ ୩ ମାସ ମାସ ପୁର୍ବରୁ ଏହି ଉତ୍ସବ ପାଳନ ପଛର କାରଣ ହେଉଛି ଏକ ଦୁଇ ବର୍ଷର ଶିଶୁ ବ୍ରୋଡି ଏଲନ୍ । ଜୀବନ କଣ ଜାଣିବା ପୂର୍ବରୁ ବ୍ରୋଡିର ଲିଭିଯିବ ଜୀବନ ଦୀପ ।

ବ୍ରେନ୍ କ୍ୟାନ୍ସରରେ ପୀଡିତ ଦୁଇ ବର୍ଷର ବ୍ରୋଡି । ଡାକ୍ତରଙ୍କ ମୂତାବକ ବ୍ରୋଡି ନିକଟରେ ଆଉ ମାତ୍ର ଦୁଇ ମାସ ସମୟ ଅଛି । ତେଣୁ ବ୍ରୋଡିକୁ ଖୁସି ଦେବା ପାଇଁ ତିନି ମାସ ପୂର୍ବରୁ କ୍ରିସମାସ୍ ପାଳନ କରୁଛନ୍ତି ଘରଲୋକ । ଏଥିପାଇଁ ବ୍ରୋଡିର ବାପା ମା’ ଫେସବୁକରେ ଗୋଟିଏ ପୋଷ୍ଟ କରିଥିଲେ । ଯେଉଁଥିରେ ବ୍ରୋଡିକୁ ଖୁସି ଦେବା ପାଇଁ ଘର ଲୋକଙ୍କ ସହ ସାମିଲ୍ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ୨୩ ସେପ୍ଟେମ୍ବରରେ ଏହି ଅଂଚଳରେ ବାହାରିବ କ୍ରିସମାସ୍ ପରେଡ୍ ।

ବ୍ରୋଡିକୁ ଖୁସି କରିବା ପାଇଁ ଲୋକମାନେ ଉପହାର ଏବଂ କାର୍ଡ ମଧ୍ୟ ଦେଉଛନ୍ତି । ଏପରି କରିବାର କାରଣ ହେଉଛି ବ୍ରୋଡିକୁ ଯେମିତି ଲାଗିବ ଏହା ସତ କ୍ରିସମାସ୍ ହେଉଛି ବୋଲି । ବ୍ରୋଡି ଜୀବନରେ ବାକି ଥିବା ଏହି ଦୁଇ ମାସ ସମୟକୁ ଚୀର ସ୍ମରଣୀୟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ତାର ବାପା ମା’ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago