ଦୁଇ ବର୍ଷର ଶିଶୁ ପାଇଁ ସେପ୍ଟେମ୍ବରରେ କ୍ରିସମାସ୍ ପାଳନ କରୁଛି ପୁରା ସହର , କାରଣ ଜାଣିଲେ ଭିଜିଯିବ ଆଖି

୨୫ ଡିସେମ୍ବରରେ ଅର୍ଥାତ୍ କ୍ରିସମାସ୍ ପାଇଁ ବାକି ଅଛି ଆହୁରି ୩ ମାସ । ହେଲେ କ୍ରିସମାସ୍ ପୂର୍ବରୁ ଏହି ଉତ୍ସବ ପାଳନ କରୁଛି ଆମେରିକାର ଏକ ଛୋଟ ସହର ସିନସିନାଟି । ଏଠାକାର ଲୋକ ନିଜ ଘରକୁ ସୁନ୍ଦର ଭାବରେ ସଜାଇ ସାରିଛନ୍ତି । ଆଉ ଏହି ସୌନ୍ଦର‌୍ୟ୍ୟ ଆଖ ପାଖ ଅଂଚଳକୁ ମଧ୍ୟ ଆଲୋକିତ କରିସାରିଲାଣି । ହେଲେ ୩ ମାସ ମାସ ପୁର୍ବରୁ ଏହି ଉତ୍ସବ ପାଳନ ପଛର କାରଣ ହେଉଛି ଏକ ଦୁଇ ବର୍ଷର ଶିଶୁ ବ୍ରୋଡି ଏଲନ୍ । ଜୀବନ କଣ ଜାଣିବା ପୂର୍ବରୁ ବ୍ରୋଡିର ଲିଭିଯିବ ଜୀବନ ଦୀପ ।

Brody Allen celebrates Christmas in Colerain Township, Ohio.ବ୍ରେନ୍ କ୍ୟାନ୍ସରରେ ପୀଡିତ ଦୁଇ ବର୍ଷର ବ୍ରୋଡି । ଡାକ୍ତରଙ୍କ ମୂତାବକ ବ୍ରୋଡି ନିକଟରେ ଆଉ ମାତ୍ର ଦୁଇ ମାସ ସମୟ ଅଛି । ତେଣୁ ବ୍ରୋଡିକୁ ଖୁସି ଦେବା ପାଇଁ ତିନି ମାସ ପୂର୍ବରୁ କ୍ରିସମାସ୍ ପାଳନ କରୁଛନ୍ତି ଘରଲୋକ । ଏଥିପାଇଁ ବ୍ରୋଡିର ବାପା ମା’ ଫେସବୁକରେ ଗୋଟିଏ ପୋଷ୍ଟ କରିଥିଲେ । ଯେଉଁଥିରେ ବ୍ରୋଡିକୁ ଖୁସି ଦେବା ପାଇଁ ଘର ଲୋକଙ୍କ ସହ ସାମିଲ୍ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ୨୩ ସେପ୍ଟେମ୍ବରରେ ଏହି ଅଂଚଳରେ ବାହାରିବ କ୍ରିସମାସ୍ ପରେଡ୍ ।

ବ୍ରୋଡିକୁ ଖୁସି କରିବା ପାଇଁ ଲୋକମାନେ ଉପହାର ଏବଂ କାର୍ଡ ମଧ୍ୟ ଦେଉଛନ୍ତି । ଏପରି କରିବାର କାରଣ ହେଉଛି ବ୍ରୋଡିକୁ ଯେମିତି ଲାଗିବ ଏହା ସତ କ୍ରିସମାସ୍ ହେଉଛି ବୋଲି । ବ୍ରୋଡି ଜୀବନରେ ବାକି ଥିବା ଏହି ଦୁଇ ମାସ ସମୟକୁ ଚୀର ସ୍ମରଣୀୟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ତାର ବାପା ମା’ ।

Leave A Reply

Your email address will not be published.