Below header

ଏବେ ଏହି ସବୁ ମୋବାଇଲରେ ଆଉ ଚାଲିବନି ହ୍ବାଟ୍ସଆପ୍, ଦେଖନ୍ତୁ ଆପଣଙ୍କ ସ୍ମାର୍ଟଫୋନ୍ ନାହିଁ ତ ତାଲିକାରେ

ହ୍ବାଟ୍ସଆପ୍ ୟୁଜର୍ସଙ୍କୁ ଝଟକା । କିଛି ମୋବାଇଲରେ ଚାଲିବନି ଆଉ ହ୍ବାଟ୍ସଆପ୍ । ଆଇଫୋନର ସଫ୍ଟୱେୟାର୍ ସିଷ୍ଟମ୍ IOS 7 ଏବଂ ଏହାଠାରୁ ପୁରୁଣା IOS ସଫ୍ଟୱେୟାରରେ ଆଉ କାମ କରିବନି ହ୍ବାଟ୍ସଆପ୍ । କମ୍ପାନୀ ଘୋଷଣା କରିଛି ୧ ଫେବୃଆରୀ ୨୦୨୦ ପରେ IOS 7 ଏବଂ ଏହାଠାରୁ ପୁରୁଣା ସଫ୍ଟୱେୟାର ଭର୍ସନରେ ବନ୍ଦ ହୋଇଯିବ ହ୍ବାଟ୍ସଆପ୍ । ବର୍ତ୍ତମାନ ପାଇଁ ଏହି ଭର୍ସନ ଥିବା ମୋବାଇଲରେ ହ୍ବାଟ୍ସଆପ ଜାରି ରହିବ କିନ୍ତୁ ନୂଆ ଆକାଉଂଟ୍ ଖୋଲିପାରିବେନି ୟୁଜର ।

whatsappନିକଟରେ ଆଇଓଏସ୍ 7 ଆଇଫୋନ୍ ୫s ସହ ଲଂଚ୍ ହୋଇଛି । ଆଓଏସ୍ ୮ର ଲଂଚିଙ୍ଗ୍ ସମୟରେ ଆପଲ୍ ଏମିତି କିଛି ଆଇଫୋନ୍ ତାଲିକା ଜାରି କରିଛି ଯାହା ଏବେ ଅପଡେଟ୍ ହୋଇପାରିବନି । ହ୍ବାଟ୍ସଆପ୍ କହିବା ଅନୁଯାୟୀ, ଆଇଫୋନରେ ବ୍ଯବହାର ପାଇଁ ଆଇଓଏସ୍ ୮ କିମ୍ବା ତା ପରର ଭର୍ସନ ହୋଇଥିବା ଆବଶ୍ଯକ । ଯଦି କେହି ୟୁଜର୍ ଆଇଓଏସ୍ ୭.୧.୨ ରେ ହ୍ବାଟ୍ସଆପ୍ ବ୍ଯବହାର କରୁଛି ତେବେ ୧ ଫେବୃଆରୀ ୨୦୧୦ ପରେ ବନ୍ଦ ହୋଇଯିବ । କିନ୍ତୁ ସେ ଯାଏଁ ହ୍ବାଟ୍ସଆପ୍ କାମ କରିବ । ହେଲେ ଯଦି କୌଣସି ୟୁଜର୍ ନିଜ ଆକାଉଂଟ୍ ଡିଲିଟ୍ କରିଦିଏ ତେବେ ଆଉ ଡାଉନଲୋଡ୍ କରି ଆକ୍ଟିଭେଟ୍ କରିପାରିବନି ।

ତେବେ ଏହି ପଦକ୍ଷେପରେ ବେଶୀ ୟୁଜର୍ ପ୍ରଭାବିତ ହେବେ ନାହିଁ । କେବଳ ସେହି ମାନେ ପ୍ରଭାବିତ ହେବେ ଯେଉଁମାନେ ନିଜ ଫୋନ୍ ସଫ୍ଟୱେୟାରକୁ ଆଇଓଏସ୍ ୭.୧.୨ ରେ ଅପଡେଟ୍ କରିନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.