Categories: ସ୍ପେଶାଲ

ଦିନେ ମୁଣ୍ଡରେ ଥିଲା ବିଉଟି କୁଇନର ମୁକୁଟ, କିନ୍ତୁ ଏବେ କାନ୍ଧରେ ବନ୍ଧୁକ : ପଢନ୍ତୁ ସୁନ୍ଦରୀରୁ ସେନା ହୋଇଥିବା ଗରିମାଙ୍କ କାହାଣୀ

୨୦୧୭ରେ ମୁଣ୍ଡରେ ସାଜିଥିଲା ବିଉଟି କୁଇନର କ୍ରାଉନ୍ । ଆଉ ଆଜି କ୍ରାଉନ୍ ବଦଳରେ ଅଛି ସେନାର କ୍ୟାପ୍ । ୨୦୧୭ ରେ ହୋଇଥିଲେ ଇଣ୍ଡିଆଜ୍ ମିସ୍ ଚାର୍ମିଙ୍ଗ୍ ଫେସ୍ । ଆଉ ଆଜି ସେ ଭାରତୀୟ ସେନାର ଅଫିସର୍ । ସେ ହେଉଛନ୍ତି ଗରିମା ଯାଦବ । ସୌନ୍ଦର‌୍ୟ୍ୟ ପ୍ରତିଯୋଗିତା ଜିତିଥିବା ଅନେକ ବିଉଟି କୁଇନଙ୍କ ଯାତ୍ରା ମଡେଲିଙ୍ଗ୍ ଏବଂ ବଲିଉଡରେ ଶେଷ ହୁଏ , ଏହାକୁ ଭୁଲ୍ ବୋଲି ପ୍ରମାଣିତ କରିଦେଖାଇଛନ୍ତି ଗରିମା ।

ଇଣ୍ଡିଆଜ୍ ମିସ୍ ଚାର୍ମିଙ୍ଗ୍ ଫେସ୍ – ୨୦୧୭ ନିଜ ନାଁ ନିଜ ନାଁରେ କରିଥିଲେ ହରିୟାଣାର ଗରିମା । ମୁମ୍ବାଇରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ ବିଉଟି କୁଇନର କ୍ରାଉନ୍ ବିଜୟିନୀ ହୋଇଥିଲା ।

ତେବେ ଇଣ୍ଡିଆଜ୍ ମିସ୍ ଚାର୍ମିଙ୍ଗ୍ ଫେସ୍ ଜିତିବା ପରେ ମଡେଲିଙ୍ଗ୍ ଆଡେ ମୁହାଁଇନଥିଲେ ଗରିମା । ବରଂ ଚାହୁଁଥିଲେ ଦେଶ ସେବା କରିବାକୁ । ପ୍ରଥମ ଚେଷ୍ଟାରେ ହିଁ କମ୍ପାଇନ୍ଡ ଡିଫେନ୍ସ ସର୍ଭିସେସ୍ ପରୀକ୍ଷା ପାସ୍ କରି ଚେନ୍ନାଇ ଓଟିଏ ପହଂଚିଥିଲେ ଗରିମା । ଏଠାରେ ସେ ଏକ ବର୍ଷର ଟ୍ରେନିଙ୍ଗ୍ ନେଇଥଲେ । ଏପରିକି ଭାରତୀୟ ସେନାରେ ଅଫିସର୍ ହେବା ପୂର୍ବରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ହେଉଥିବା ଏକ ସୌନ୍ଦର‌୍ୟ୍ୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ନିମନ୍ତ୍ରଣ ଆସିଥିଲା । କିନ୍ତୁ ଓଟିଏ ଯିବା ପାଇଁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଗରିମା । ପ୍ରତିଯୋଗୀତା ପରିବର୍ତ୍ତେ ଦେଶସେବା କରିବା ନିଷ୍ପତ୍ତି ନେଇଥିଲେ ଗରିମା ଯାଦବ ।

KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

11 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

17 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

47 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

55 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago