Below header

ଦିନେ ମୁଣ୍ଡରେ ଥିଲା ବିଉଟି କୁଇନର ମୁକୁଟ, କିନ୍ତୁ ଏବେ କାନ୍ଧରେ ବନ୍ଧୁକ : ପଢନ୍ତୁ ସୁନ୍ଦରୀରୁ ସେନା ହୋଇଥିବା ଗରିମାଙ୍କ କାହାଣୀ

୨୦୧୭ରେ ମୁଣ୍ଡରେ ସାଜିଥିଲା ବିଉଟି କୁଇନର କ୍ରାଉନ୍ । ଆଉ ଆଜି କ୍ରାଉନ୍ ବଦଳରେ ଅଛି ସେନାର କ୍ୟାପ୍ । ୨୦୧୭ ରେ ହୋଇଥିଲେ ଇଣ୍ଡିଆଜ୍ ମିସ୍ ଚାର୍ମିଙ୍ଗ୍ ଫେସ୍ । ଆଉ ଆଜି ସେ ଭାରତୀୟ ସେନାର ଅଫିସର୍ । ସେ ହେଉଛନ୍ତି ଗରିମା ଯାଦବ । ସୌନ୍ଦର‌୍ୟ୍ୟ ପ୍ରତିଯୋଗିତା ଜିତିଥିବା ଅନେକ ବିଉଟି କୁଇନଙ୍କ ଯାତ୍ରା ମଡେଲିଙ୍ଗ୍ ଏବଂ ବଲିଉଡରେ ଶେଷ ହୁଏ , ଏହାକୁ ଭୁଲ୍ ବୋଲି ପ୍ରମାଣିତ କରିଦେଖାଇଛନ୍ତି ଗରିମା ।

ଇଣ୍ଡିଆଜ୍ ମିସ୍ ଚାର୍ମିଙ୍ଗ୍ ଫେସ୍ – ୨୦୧୭ ନିଜ ନାଁ ନିଜ ନାଁରେ କରିଥିଲେ ହରିୟାଣାର ଗରିମା । ମୁମ୍ବାଇରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ ବିଉଟି କୁଇନର କ୍ରାଉନ୍ ବିଜୟିନୀ ହୋଇଥିଲା ।

Garima Yadavତେବେ ଇଣ୍ଡିଆଜ୍ ମିସ୍ ଚାର୍ମିଙ୍ଗ୍ ଫେସ୍ ଜିତିବା ପରେ ମଡେଲିଙ୍ଗ୍ ଆଡେ ମୁହାଁଇନଥିଲେ ଗରିମା । ବରଂ ଚାହୁଁଥିଲେ ଦେଶ ସେବା କରିବାକୁ । ପ୍ରଥମ ଚେଷ୍ଟାରେ ହିଁ କମ୍ପାଇନ୍ଡ ଡିଫେନ୍ସ ସର୍ଭିସେସ୍ ପରୀକ୍ଷା ପାସ୍ କରି ଚେନ୍ନାଇ ଓଟିଏ ପହଂଚିଥିଲେ ଗରିମା । ଏଠାରେ ସେ ଏକ ବର୍ଷର ଟ୍ରେନିଙ୍ଗ୍ ନେଇଥଲେ । ଏପରିକି ଭାରତୀୟ ସେନାରେ ଅଫିସର୍ ହେବା ପୂର୍ବରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ହେଉଥିବା ଏକ ସୌନ୍ଦର‌୍ୟ୍ୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ନିମନ୍ତ୍ରଣ ଆସିଥିଲା । କିନ୍ତୁ ଓଟିଏ ଯିବା ପାଇଁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଗରିମା । ପ୍ରତିଯୋଗୀତା ପରିବର୍ତ୍ତେ ଦେଶସେବା କରିବା ନିଷ୍ପତ୍ତି ନେଇଥିଲେ ଗରିମା ଯାଦବ ।

 

View this post on Instagram

 

proud moment ⚔️🇮🇳❤️ #indianairforce #indianarmy

A post shared by SSBCrack (@ssbcrackofficial) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.