ବହୁ ଟଣାଓଟରା ପରେ ବିହାରରେ ମହାମେଣ୍ଟ ଚୂଡ଼ାନ୍ତ, ୪୦ ଆସନରୁ ୨୦ରେ ଲଢିବ ଆରଜେଡି

ବିହାର : ବିହାର ଲୋକସଭା ଆସନ ପାଇଁ ମହାମେଣ୍ଟର ଆସନ ବୁଝାମଣା । ଗତ କିଛି ଦିନ ଧରି ସିଟ ବୁଝାମଣା ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମହାମେଣ୍ଟର ସିଟ ନେଇ ଘୋଷଣା ହୋଇଛି। ବିହାରରେ ୪୦ଟି ଲୋକସଭା ଆସନରୁ ୨୦ ଲୋକସଭା ଆସନରେ ଲଢିବ RJD । ୯ ସିଟ୍‌ରେ ଲଢିବ କଂଗ୍ରେସ । ସେହିପରି RLSP-୫,HAM-୩ ଏବଂ VIP-୩ ସିଟ୍‌ରେ ଲଢିବେ । ଚଳିତ ନିର୍ବାଚନରେ ଗୟାରୁ ଲଢିବେ HAM ପ୍ରାଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଝି । ଔରଙ୍ଗାବାଦରୁ HAMର ଉପେନ୍ଦ୍ର ପ୍ରସାଦ, ନବାଦାରୁ RJDର ବିଭା ଦେବୀ ନିର୍ବାଚନ ଲଢିବେ । ଏହାସହ କଂଗ୍ରେସକୁ ଏକ ରାଜ୍ୟ ସଭା ସିଟ ଦେବା ପାଇଁ ମଧ୍ୟ ଘୋଷଣା କରାଯାଇଛି।

Leave A Reply

Your email address will not be published.