ବିଜେପି ସହିତ ଶତ୍ରୁଙ୍କ ଶତ୍ରୁତା : କଂଗ୍ରେସ ନା ରାଷ୍ଟ୍ରୀୟ ଜନତା ଦଳ, କେଉଁଥିରେ ମିଶିବେ ସଟ୍‌ଗନ୍‌ ସ୍ପଷ୍ଟ ହେବ ୨୪ ତାରିଖରେ

ପାଟନା : ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା କଂଗ୍ରେସ କିମ୍ବା ରାଷ୍ଟ୍ରୀୟ ଜନତା ଦଳରେ ଯୋଗ ଦେବେ । ଏବେ ଏମିତି କିଛି ଚର୍ଚ୍ଚା ଚାଲିଛି । ତେବେ ବିଧିବଦ୍ଧ ଭାବେ ଜଣାପଡ଼ି ନଥିଲେ ମଧ୍ୟ ସମ୍ଭବତଃ ୨୪ ତାରିଖ ଦିନ ସେ କଂଗ୍ରେସ ଦଳରେ ଯୋଗ ଦେଇ ପାରନ୍ତି ବୋଲି ସୂଚନା ମିଳୁଛି । କିନ୍ତୁ ଏକଥା ଥୟ ଯେ ସେ ପାଟନା ସାହିବ ଆସନରୁ ନିର୍ବାଚନ ଲଢ଼ିବେ ।
ବିଜେପିକୁ ‘ଖାମୋସ୍‌’ କହି ଅନ୍ୟ ବାଟ ଧରିଛନ୍ତି ଶତ୍ରୁ । ତେବେ ସମସ୍ୟା ହେଉଛି ଉଭୟ କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ପାଟନା ସାହିବ ଆସନକୁ ନିଜ ଅକ୍ତିୟାରରେ ରଖିବାକୁ ଚାହୁଁଛନ୍ତି । ତେଣୁ ଉଭୟ ଦଳ ଶତ୍ରୁଘ୍ନଙ୍କୁ ନିଜ ଦଳର ସାମିଲ କରି ସେଠାରେ ପ୍ରାର୍ଥୀ କରିବା ଲକ୍ଷ୍ୟରେ ଅଛନ୍ତି । କଂଗ୍ରେସ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଅଭିନେତାରୁ ନେତା ବନିଥିବା ଶତ୍ରୁଘ୍ନ ସିହ୍ନା ଓରଫ୍‌ ସଟ୍‌ଗନ୍‌ ୨୪ ତାରିଖ ଦିନ କଂଗ୍ରେସ ଗାମୁଛା ବେକରେ ପକାଇବେ । ଏପଟେ ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ ଶତ୍ରୁଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.