Below header

ଆଉ ଆକାଶରେ ଉଡ଼ିବ ନାହିଁ A-୩୮୦, କଣ ପାଇଁ ବନ୍ଦ ହେବ ବିଶ୍ବର ସବୁଠାରୁ ବଡ଼ ବିମାନ ?

ନୂଆଦିଲ୍ଲୀ: ବିଶ୍ବରେ ସବୁଠାରୁ ବଡ ଓ ବିଳାସପୂର୍ଣ୍ଣ ବିମାନ ଏୟାର ବସ A-୩୮୦ । ଏହି ବିମାନ ଏବେ ଆଉ ଆକାଶରେ ଉଡ଼ିବ ନାହିଁ । ଯାହାର କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବିଶାଳ ଆକାର ଓ ସବୁପ୍ରକାର ସୁବିଧା ଥିବା ବିମାନଟି ଲଞ୍ଚ ହୋବର ମାତ୍ର ୧୧ ବର୍ଷ ପରେ ତିଷ୍ଠି ରହିବା କଷ୍ଟକର ହୋଇପଡିଛି । ବିଭିନ୍ନ ସମସ୍ୟା ଓ ଅନେକ କାରଣ ପାଇଁ ଏହାକୁ କିଣିବାକୁ କେହି ରାଜି ହେଉନଥିବାରୁ କମ୍ପାନୀ ଏହି ବିମାନ ନିର୍ମାଣକୁ ବନ୍ଦ କରିବା ଲିଗି ନିଷ୍ପତ୍ତି ନେଇଛି ।

2
ଏୟାର ବସ କମ୍ପାନୀ A-୩୮୦ ବିମାନଟିକୁ ୧୫ ଅକ୍ଟୋବର ୨୦୦୭ରେ ନିର୍ମାଣ କାମ ଶେଷ କରିଥିଲା । ଏହା ପ୍ରଥମ ଥର ପାଇଁ ଆକାଶରେ ଉଡିବା ସହ କମ୍ପାନୀର ଏକ କ୍ରାନ୍ତିକାରୀ ସମୟ ଆରମ୍ଭ ହୋଇଥିଲା ବୋଲି କୁହାଯାଇଥିଲା । ବିମାନଟି ଏତେ ଆକର୍ଷଣୀୟ ଓ ଲେକାପ୍ରିୟ ଯେ ବିମାନ ବନ୍ଦରରେ ପହଞ୍ଚିବା କ୍ଷଣି ଦର୍ଶକମାନେ ଏହାକୁ ଘେରି ଯାଆନ୍ତି ସେଲଫି ନେବା ପାଇଁ ।

କଣଥିଲା ବିମାନଟିର ବିଶେଷତ୍ବ

ବିଶାଳ ଆକାର ଓ ବଡ଼ ଇଞ୍ଜିନ ବ୍ୟତୀତ ଏଥିରେ କମ ଇନ୍ଧନ ଖର୍ଚ୍ଚ ହେଉଛି । ଏହାର ଲମ୍ବ- ୭୨.୭ ମିଟର ,ଉଚ୍ଚତା ୨୪ ମିଟର ଓ ଡେଣାର ବିସ୍ତାର ୭୯.୮ ମିଟରା ବିମାନର ଭିତର ଭାଗ କୌଣସି ବିଳାସପୂର୍ଣ୍ଣ ଭବ୍ୟ ଅଟ୍ଟାଳିକା ଠାରୁ କମ୍‌ ନଥିଲା । ଏହି ବିଶାଳ ଆକାର ପାଇଁ ବିମାନଟିକୁ ସୁପର ଜମ୍ବୋ ବୋଲି କୁହାଯାଏ । ବିମାନ ଭିତରଟି ଦୁଇ ମହଲା ବିଶିଷ୍ଟ । ଯାହାର ତଳ ପାର୍ଶ୍ବରେ ୧୨ଟି ବେଡ ତିଆରି ହୋଇଛି ପାଇଲଟ୍‌ମାନଙ୍କ ପାଇଁ ।

3

ତିନଟି ଅଲଗା ଅଲଗା ବର୍ଗର ୫୦୦ ଯାତ୍ରୀଙ୍କୁ ଆରାମ ଦାୟକ ବିମାନ ଯାତ୍ରା ଯୋଗାଇବାରେ ସକ୍ଷମ ହେଉଛି ଏହି A-୩୮୦ ବିମାନ । ଅନ୍ୟ ବଡ ବିମାନ ତୁଳନାରେ ଏହାର ଯାତ୍ରୀ ନେବା ଆଣିବା କ୍ଷମତା ୧୦୦ ଗୁଣା ଅଧିକ ଥିଲା । ଯଦି ଏହି ବିମାନକୁ ଇକୋନୋମି କ୍ଲାସ କରିଦିଆଯାଏ ତେବେ ଏଥିରେ ପାଖାପାଖି ୮୫୦ ଯାତ୍ରୀ ଯାଇପାରିବେ । ଡେକ୍‌ ଓ ଫାଷ୍ଟକ୍ଲାସ କକ୍ଷରେ ଯାତ୍ରୀମାନଙ୍କ ପାଇଁ ବେଡ୍‌ର ସୁବିଧା ରହିଛି । ଯେହେତୁ ବିମାନଟି ଆକାରରେ ବହୁତ ବଡ଼ ସେଥିପାଇଁ ଏଥିରେ ଉଚ୍ଚା ଛାତ ଓ ବଡ଼ ବଡ଼ ଝରକା ରହିଛି । ଆଉ ଏଭଳି ଭାବରେ ଏହାକୁ ନିର୍ମାଣ କରାଯାଇଛି ଯେ ଇଞ୍ଜିନର ଶବ୍ଦ ଭିତରକୁ ଶୁଭେ ନାହିଁ । ବିମାନ ଭିତରେ ଯେତିକି ଜାଗା ଅଛି ସେଥିର କିଛି ଏୟାର ଲାଇନ୍ସ କମ୍ପାନୀମାନେ ନିଜ ପାଇଁ ସାୱାର , ବିଶ୍ରାମ କକ୍ଷ ଓ ଦୁଇଟି ଯାକ ଡେକ୍‌ରେ ବାର୍‌ ଆଦି କରିଛନ୍ତି । ଆଉ ଏହିସବୁ ବିଶେଷତ୍ବ ପାଇଁ ଏଥିରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ପଞ୍ଚ ତାରକା ହୋଟେଲର ଅନୁଭବ ଦେଇଥାଏ ।

ସିଙ୍ଗାପୁର ପ୍ରଥମେ ଏହାକୁ କିଣିଥିଲା

6

ଏହି A-୩୮୦ ବିମାନକୁ ପ୍ରଥମେ ସିଙ୍ଗାପୁର ଏୟାର ଲାଇନ୍ସ କିଣିଥିଲା । ସେହି ସମୟରେ ଏୟାର ଲାଇନ୍ସ ନିଜର ଗ୍ରୁପରେ ସାମିଲ କରିବାଟା ଗର୍ବର ବିଷୟ ଥିଲା । ଏକାସାଙ୍ଗରେ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରିବା ସହ ବେଶି ଲାଭର ଆଶା ରଖିଥିଲା କମ୍ପାନୀ । କିନ୍ତୁ ବିମାନଟି ଏତେ ବିଶାଳ ଥିବାରୁ ଯାତାୟାତ ବେଳେ ଏଥିରେ ସିଟ ଖାଲି ପଡ଼ିଲା । ଯାହା ଫଳରେ ଲାଭ ବଦଳରେ ଏୟାରଲାଇନ୍ସ କୁ ବହୁ କ୍ଷତି ସହିବାକୁ ପଡିଲା । ତେଣୁ କମ୍ପାନୀମାନେ ଏହାର ଯାତାୟାତକୁ ସୀମିତ କରିଦେଇଥିଲେ ।

୪ବର୍ଷ ଭିତରେ ବାହାରିଥିଲା ତ୍ରୁଟି

୨୦୦୭ରେ ପ୍ରଥମ ଉଡ଼ାଣର ୪ ବର୍ଷ ପରେ ବିମାନଟିରେ ବୈଷୟିକ ତ୍ରୁଟି ଦେଖା ଦେଇଥିଲା । ୨୦୧୧-୨୦୧୨ରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ କେତେକ ସ୍ଥାନରେ ଜରୁରୀ ଅବତରଣ କରିବାକୁ ପଡ଼ିଲା । ୨୦୧୨ରେ କାଣ୍ଟସ ଓ ସିଙ୍ଗାପୁର ଏୟାର ଲାଇନ୍ସ ବିମାନର ଡେଣାରେ ହୋଲ୍‌ ହୋଇଯିବାର ଅଭିଯୋଗ ଆସିଥିଲା । ପରେ ଯାଞ୍ଚ ବେଳେ ଜଣା ପଡିଥିଲା କି ଡେଣାରେ ଗାତ ହେବା କାରଣରୁ ଏହି ତ୍ରୁଟି ଦେଖା ଦେଇଥିଲା । ଏହାର ମରାମତି ପାଇଁ କମ୍ପାନୀକୁ ୨୦୫୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା ।

8

ତ୍ରୁଟି ସମସ୍ୟା ଯୋଗୁଁ ବେପାର ବନ୍ଦ ହେଲା

ସମସ୍ୟା ସମ୍ନାକୁ ଆସିବା ପରେ ବେପାର ବି ବନ୍ଦ ହେବାକୁ ଲାଗିଲା । ୨୦୧୯ ଜାନୁଆରୀ ଓ ଫେବ୍ରୁଆରୀରେ ଏୟାର ବସ୍‌ର ଦୁଇଟି ସବୁଠାରୁ ବଡ କିଣାବିକା ଏମିରେଟ ଓ ଅଷ୍ଟ୍ରେଲିଆ ଏୟାରଲାଇନ୍ସ କାଣ୍ଟସ A-୩୮୦ ବିମାନର ଅର୍ଡର ରଦ୍ଦ କରି ଏହା ବଦଳରେ ଛୋଟ ବିମାନ କିଣିବା ପାଇଁ ଚୁକ୍ତି କରିଥିଲେ । ଏହା ପରେ ଏୟାର ବସ କମ୍ପାନୀ ୨୦୨୧ରେ ଏହି ବିମାନ ନିର୍ମାଣ କରିବ ନାହିଁ ବୋଲି ଘୋଷଣା କରିଥିଲା ।

ସବୁ ଜାଗାରେ ଲ୍ୟାଣ୍ଡିଙ୍ଗ ହୋଇପାରୁ ନାହିଁ

ଏହି A-୩୮୦ ବିମାନଟି ଏତେ ବିଶାଳ ଯେ ଏହାକୁ ଯେକୌଣସି ଜାଗାରେ ଲ୍ୟାଣ୍ଡିଙ୍ଗ କରାଯାଇ ପାରୁନଥିଲା । ଖାସ୍‌ ଏହାରି ପାଇଁ ଲଣ୍ଡନର ହିଥ୍ରୋ ବିମାନ ବନ୍ଦରର ହ୍ୟାଙ୍ଗର୍ସକୁ ବଢ଼ାଇବାକୁ ପଡ଼ିଥିଲା । ଏମିତିକି ବିମାନଟିର ଟେକ୍‌ଅପ ଓ ଲ୍ୟାଣ୍ଡିଙ୍ଗ ପାଇଁ ଉନ୍ନତ କୁଶଳୀ ଓ ପ୍ରଶିକ୍ଷିତ ପାଇଲଟ୍‌ ଦରକାର ହୁଅନ୍ତି ।

9

ଅଧିକ ସଂଖ୍ୟକ କର୍ମଚାରୀ ଆବଶ୍ୟକ

ଏହି ବିଶାଳ ବିମାନର ଯାଞ୍ଚ ଓ ରକ୍ଷଣାବେକ୍ଷଣ ପାଇଁ ବିଶେଷ ପ୍ରଶିକ୍ଷଣ ପ୍ରାପ୍ତ ଏକ ବଡ ଟିମ୍‌ ରହିଥାନ୍ତି । ସେହି ଅନୁପାତରେ ବହୁ ସଂଖ୍ୟାରେ ଇଲେକଟ୍ରୋନିକ୍ସ ଓ କମ୍ପ୍ୟୁଟରର ବ୍ୟବହାର କରାଯାଇଛି । ସବୁ ସିଷ୍ଟମର କେବୁଲ ଉପକରଣର ଦେଖାରେଖା କରିବା ପାଇଁ ଟେକନିସିଆନ ଜାଗାରେ କମ୍ପ୍ୟୁଟର ଇଞ୍ଜିନିୟରର ଆବଶ୍ୟକତା ଆସିଥାଏ । କମ୍ପ୍ୟୁଟର ଇଞ୍ଜିନିୟର ବିମାନର ରାଡାର ଠାରୁ ଆରମ୍ଭ କରି ଏୟାର କଣ୍ଡିସନିଂ ଓ ପାଇଲଟ ନିୟନ୍ତ୍ରଣ ପର୍ଯ୍ୟନ୍ତ ନଜର ରଖନ୍ତି । ଏହି ବିମାନର ଏଭଳି ରକ୍ଷଣା ବେକ୍ଷଣକୁ ଦୃଷ୍ଟିରେ ରଖି କମ୍ପାନୀମାନେ ଏହାକୁ କିଣିବାକୁ ଆଗ୍ରହ ଦେଖାଉ ନାହାନ୍ତି । ତେବେ ଏଯାବତ ସାରା ବିଶ୍ବରେ ପାଖା ପାଖି ୧୬୦ଟି A-୩୮୦ ବିମାନ ଥିବା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.