ସ୍ପେଶାଲ

ମହାପ୍ରଭୁ “ମୋ ଫଳ ଟିକକ ଗ୍ରହଣ କରିବ ଆଉ ଶୀଘ୍ର ସୁସ୍ଥ ହୋଇଯାଅ”

ଶ୍ରୀ ମନ୍ଦିରର ଅଣସର ପିଣ୍ଡିରେ ଅସୁସ୍ଥ ଶ୍ରୀ ଜୀଉଙ୍କର ଚାଲିଛି ଅଣସର ସେବା । ପବିତ୍ର ସ୍ନାନ ପୁଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ଗାଧୋଇ ଜ୍ବରରେ ପୀଡିତ ହୋଇଛନ୍ତି ମହାପ୍ରଭୁ । ତାତିରେ ଖଇ ଫୁଟୁଛି ଦେହ । ମହାପ୍ରଭୁ ଶୀଘ୍ର କେମିତି ସୁସ୍ଥ ହେବେ, ପୁଣି ଥରେ କେମିତି ଭକ୍ତଙ୍କ ନିକଟକୁ ଆସିବେ ସେନେଇ ଚେଷ୍ଟାରେ ଅଛନ୍ତି ସେବାୟତ । ଅସୁସ୍ଥ ଶ୍ରୀ ଜୀଉଙ୍କୁ ସୁସ୍ଥ କରିବା ପାଇଁ ପ୍ରାଣ ପଣେ ଲାଗିଛନ୍ତି ସେବକ । ସୁସ୍ଥ ହେଲେ ସିନା ରଥଯାତ୍ରାରେ ମାଉସୀ ଘରକୁ ଯିବେ । ଅନୁଷ୍ଠିତ ନବ ଦିନାତ୍ମକ ଘୋଷଯାତ୍ରା । ଏହି ଦିନରେ ହିଁ ପୁରା ବିଶ୍ୱକୁ ଜାତି ଧର୍ମ ନିର୍ବିଶେଷରେ ଦେଖା ଦିଅନ୍ତି ମହାପ୍ରଭୁ | ଆମର ଯେମିତି ଦେହ ଖରାପ ହେଲେ ବନ୍ଧୁବାନ୍ଧବ, ସାଙ୍ଗସାଥି ମାନେ ଫଳ ଭାର ନେଇ ଆସନ୍ତି ।

ଠିକ ସେମିତି ଶ୍ରୀ ଜୀଉଙ୍କର ବି ଅଛି ଏମିତି ଏକ ପ୍ରଥା । ପ୍ରାଚୀ ନଦୀ କୂଳର କାକଟପୁର ଠାରେ ଥିବା ମହର୍ଷି ବିଶ୍ଵାମିତ୍ରଙ୍କ ଆଶ୍ରମରୁ ବାହାରିଛି ଅଣସର ଫଳ ଭାର । ମଠ ତରଫରୁ ଆମ୍ବ, ପଣସ, କଦଳୀ, ଖଜୁରୀ, ନଡ଼ିଆ, ଡାଳିମ୍ବ, ସେଓ, ସପୁରି ସମେତ ୧୦ ପ୍ରକାରର ସୁସ୍ୱାଦୁ ଫଳ ମାନ ସଂଗ୍ରହ କରାଯାଇଥାଏ ଆଉ ସେସବୁକୁ ଭାର ସାହାଯ୍ୟରେ ଶ୍ରୀ ମନ୍ଦିର ଅଭିମୁଖେ ନିଆଯାଇ ଥାଏ । ଜ୍ବରରେ ପୀଡିତ ଶ୍ରୀ ଜୀଉ ଏହି ସମୟରେ ଫଳ ମୂଳ ଖାଇବାର ପରମ୍ପରା ରହିଛି । ଏହି କାରଣରୁ ହିଁ ପ୍ରାଚୀ ନଦୀ କୂଳରୁ ଏସବୁକୁ ସଂଗ୍ରହ କରାଯାଇ ପୁରୀ ସ୍ଥିତ ଶ୍ରୀକ୍ଷେତ୍ରକୁ ପଠାଯାଇଥାଏ । ଭାର ଗଲା ବେଳେ ଭଜନ ସଂକୀର୍ତ୍ତନରେ କମ୍ପି ଉଠେ ସମଗ୍ର ପରିବେଶ । ଏହି ସମୟରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ ।

ଆପଣ ଆଶ୍ଚର୍ଯ୍ୟ ହେବେ ଚଳିତ ବର୍ଷ ଏକ ୮ ବର୍ଷର ଶିଶୁ କନ୍ୟା ନିଜେ ଆମ୍ବ, କଦଳୀ, ଡାଳିମ୍ବ ଆଦି ନିଜ ବାଡ଼ିରୁ ସଂଗ୍ରହ କରି ମଠକୁ ଆଣିଥିଲା । ଖାଲି ସେତିକି ନୁହେଁ ଏଗୁଡ଼ିକୁ ନିଜ ଗାଡିରେ ନେଇ ଶ୍ରୀ କ୍ଷେତ୍ର ଅଭିମୁଖେ ଯାଇଥିଲା | ଛୋଟ ଝିଅଟିର ଖିଲି ଖିଲି ହସ ଆଉ ତାଳି ମାଡ଼ରେ ପ୍ରକମ୍ପିତ ହୋଇଯାଇଥିଲା ପରିବେଶ । ହାତ ସିନା ଛୋଟ ହେଲେ କାମ ବଡ | ସେହି ହାତଯେ ଶ୍ରୀ ଜୀଉଙ୍କ ସେବାରେ ଲାଗୁଛି | ପ୍ରଭୁଙ୍କ ପ୍ରତି ତାର ଥିବା ଅତ୍ମୀୟତା, ଅନବୀଳ ଭକ୍ତି ତା କୁନି କୁନି ଆଖିରୁ ହିଁ ସ୍ପଷ୍ଟ ହୋଇଯାଉଛି | ତାର ସେହି କଅଁଳ ମନରେ ଭାବି ବସୁଛି ମହାପ୍ରଭୁ “ମୋ ଫଳ ଟିକକ ଗ୍ରହଣ କରିବ ଆଉ ଶୀଘ୍ର ସୁସ୍ଥ ହୋଇଯାଅ” |

 

 

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

15 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

23 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

40 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago