ସ୍ପେଶାଲ

ବାହାଘରର ୨୦ ଦିନରେ ପରିବାରର ୫ ସଦସ୍ୟଙ୍କୁ ହତ୍ୟା କଲା ବୋହୂ

ଘର ଉଜାଡ଼ି ଦେଲା ନୂଆ ବୋହୁ ..ବାହା ହେଇକି ଆସିଲା ..ପରିବାର ଲୋକଙ୍କୁ ଏକାଠି ରଖିବ କଣ ସମସ୍ତଙ୍କୁ ଖାଇବାରେ ବିଷ ଦେଇ ମାରିଦେଲା… ଘରର କୌଣସି ସଦସ୍ୟଙ୍କୁ କିଛି ବି ଜଣା ନଥିଲା..ହଠାତ ଖାଇବା ପରେ ବିଗିଡ଼ିଗଲା ସ୍ୱାସ୍ଥ୍ୟାବସ୍ଥା..ଆଉ ଜଣକ ପରେ ଜଣେ ପାଞ୍ଚ ଜଣ କରି ସମସ୍ତଙ୍କର ମୃତ୍ୟୁ ହେଇଗଲା..ଯାହାକୁ ନେଇ ଏବେ ସନ୍ଦେହ କରାଯାଉଛି। ଆପଣ ଏ ଘଟଣା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ । ପ୍ରତିଶୋଧର ନିଆଁରେ ଅନ୍ଧ ହୋଇ ଶେଷରେ ନିଜ ପରିବାରକୁ ଉଜାଡ଼ିଦେଲା ବୋହୂ । ଶାଶୂ, ଶ୍ୱଶୁର, ନଣନ୍ଦ ଏମିତିକି ନିଜ ସ୍ୱାମୀ ବି ତୁଚ୍ଛ ଲାଗିଲା । କୌଣସି କଥାରେ ଖରାପ ଭାବି ଶେଷରେ ଅତିଷ୍ଠ ହୋଇଗଲା.. ମୁଣ୍ଡ କୁ ରାଗ ଚଢିବାରୁ ବୋହୂ ପୂରା ପରିବାରକୁ ଶେଷ କରିଦେଇଛ ।

ମହାରାଷ୍ଟ୍ରର ଗଡଚିରୋଲିରେ ଏହି ଘଟଣା ସମସ୍ତଙ୍କୁ ଡରାଇ ଦେଇଛି .. ଏମିତି ବି ବୋହୁ ହେଇପାରେ .. ରାଗିଲା ବୋଲି ସମସ୍ତଙ୍କୁ ମାରିଦେଲା..ସୂଚନା ଅନୁସାରେ ବୋହୁ ର ନାଁ ହେଉଛି ସଂଘମିତ୍ରା, ସେ ଏକା ଏହି କାମ କରିନାହାନ୍ତି ତାଙ୍କୁ ଜଣେ ସମ୍ପର୍କୀୟ ଓ ଆଉ ଜଣେ ମହିଳା ମିଶି ଏଥିରେ ସହଯୋଗ କରିଛନ୍ତି ..

ମହାରାଷ୍ଟ୍ରର ଗଡଚିରୋଲିରେ ଗୋଟିଏ ପରିବାରରେ ପାଞ୍ଚ ଜଣଙ୍କ ରହସ୍ୟମୟ ମୃତ୍ୟୁର ପର୍ଦ୍ଦାଫାଶ କରିଛି ପୋଲିସ । ଡେଥ୍‌ ମିଷ୍ଟ୍ରି ସାଜିଥିବା ଏହି ଘଟଣା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ଆଉ ଏହି ମୃତ୍ୟୁ ପଛରେ ପରିବାରର ବୋହୂ ଥିବା ଜଣାପଡ଼ିଛି । ଦୁଇ ମହିଳା ଯୋଜନା କରି ପରିବାର ଲୋକଙ୍କୁ ଖାଦ୍ୟରେ ବିଷ ମିଶାଇ ହତ୍ୟା କରିଛନ୍ତି ।

ସୂଚନା ଅନୁସାରେ ସଂଘମିତ୍ରା ରୋଶନଙ୍କୁ ପ୍ରେମ ବିବାହ କରିବା ପରେ ତାଙ୍କ ବାପା ଆତ୍ମହତ୍ୟା କରିଥିଲେ । ଆଉ ସେହି କଥାକୁ ନେଇ ସ୍ୱାମୀ ଓ ଶାଶୂଘର ଲୋକେ ତାଙ୍କୁ ଅନେକ କଥା କହୁଥିଲେ। ସେମାନଙ୍କ କଥାରେ ସଂଘମିତ୍ରା ଏତେ ରାଗିଗଲେ ଯେ ସେମାନଙ୍କୁ ମାରିବା ପାଇଁ ଯୋଜନା କଲେ । ଖାଦ୍ୟ ଓ ପାଣିରେ ବିଷ ମିଶାଇ ପରିବାର ଲୋକଙ୍କୁ ଦେଇଥିଲେ ସଂଘମିତ୍ରା ।

ପରେ ସମସ୍ତଙ୍କ ଶରୀରରେ ଖାଦ୍ୟ ବିଷାକ୍ତ ହେବାର ଲକ୍ଷଣ ସବୁ ଦେଖାଦେଇଥିଲା । ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଉଭୟଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଜଣ ଜଣ କରି ସମସ୍ତେ ମରିଗଲେ । ଏହାପରେ ସେମାନଙ୍କ ଦୁଇ ଝିଅ କୋମଲ ଓ ଆନନ୍ଦା ଏବଂ ପୁଅ ରୋଶନ ସମାନ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ବି ମୃତ୍ୟୁ ଘଟିଥିଲା ।

ଏହାକୁ ନେଇ ସନ୍ଦେହ ହେବାରୁ ପୋଲିସକୁ ଖବର ଦିଆଗଲା। ତୁରନ୍ତ ୪ଟି ଟିମ ଗଠନ କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ସତ ଏବେ ପଦାକୁ ଆସିଛି । ଯାହାପରେ ସଙ୍ଘମିତ୍ରା ଓ ଅନ୍ୟ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ ।

D Sonali

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

4 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

6 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

6 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

8 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

9 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

10 hours ago