କ୍ରୀଡା

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ : ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଧର୍ମଶାଳାରେ ପୂଜାର୍ଚ୍ଚନା, ଭାରତ ବିଜୟ ପାଇଁ କରାଗଲା ପ୍ରାର୍ଥନା

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଉଭୟ ଦଳ ଏପର୍ଯ୍ୟନ୍ତ ବିଶ୍ୱକପରେ କୌଣସି ମ୍ୟାଚ ହାରିନାହାନ୍ତି । ଆଜି ଧର୍ମଶାଳାରେ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ଭାରତର ବିଜୟ ପାଇଁ ପୂଜାପାଠ କରାଯାଇଛି । ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ମ୍ୟାଚ ପାଇଁ ପୂଜା କରିଛି । ଭଗବାନ ଇନ୍ଦ୍ରୁନାଗଙ୍କୁ ପୂଜାର୍ଚ୍ଚନା କରିଛି ଆସୋସିଏସନ । ଧର୍ମଶାଳାର ଏକ ପୌରାଣିକ ମନ୍ଦିରରେ ଏହାର ଆୟୋଜନ କରାଯାଇଥିଲା ।

ଏହି ପୂଜାରେ ଆଇପିଏଲର ଚେୟାରମ୍ୟାନ ଅରୁଣ ଧୂମଲ ସାମିଲ ହୋଇଥିଲେ । ଭାରତ ଜିତିବା ପାଇଁ ପୂଜା କରାଯାଇଥିଲା । ଏହି ମନ୍ଦିର ଧର୍ମଶାଳାରୁ ପ୍ରାୟ ୪ କିମି ଦୂର ପାହାଡ ଉପରେ ରହିଛି । ଏଠାରେ ପୂଜା କରିବା ଦ୍ୱାରା ବର୍ଷା ହେବାରୁ ରକ୍ଷା ହେବ । ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ ପାଇଁ ବର୍ଷା ସମ୍ଭାବନା ରହିଛି । ଯଦି ବର୍ଷା ହୁଏତ ତେବେ ଓଭର କମ୍‌ ହେବ । ଆଉ ମ୍ୟାଚ ରଦ୍ଦ ହେଲେ ଦୁଇଟି ଯାକ ଟିମକୁ ଏକ-ଏକ ପଏଣ୍ଟ ମିଳିବ ।

ଭାରତ ଏପର୍ଯ୍ୟନ୍ତ ବିଶ୍ୱକପରେ ୪ଟି ମ୍ୟାଚ ଖେଳିଥିବା ବେଳେ ୪ଟି ଯାକରେ ବିଜୟ ପାଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ପ୍ରମୁଖ ଅଲ୍ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ଭାରତ ପଡିଆକୁ ଓହ୍ଲାଇବ । ଦିନିକିଆରେ ଭାରତ ଓ ନ୍ୟୁଜିଲାଣ୍ଡ ୧୧୬ ଥର ମୁହାଁମୁହିଁ ହୋଇଛନ୍ତି । ୫୮ ଥର ଭାରତ ଜିତିଥିବା ବେଳେ ୫୦ ଥର ଜିତିଛି ନ୍ୟୁଜିଲାଣ୍ଡ । ଗୋଟିଏ ମ୍ଯାଚ ଟାଇ ହୋଇଥିବା ବେଳେ ୭ଟି ମ୍ୟାଚର ଫଳାଫଳ ଟାଇ ରହିଛି । ଉଭୟ ଦେଶ ବିଶ୍ବକପରେ ୮ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୩ଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚରେ ବାଜିମାତ କରିଛି । ଦିନିକିଆ ବିଶ୍ବକପ ୨୦୦୩ ପରଠାରୁ ଭାରତ ବିପକ୍ଷରେ କିୱି ଟିମ ଅପରାଜୟ ରହିଛି । ଅର୍ଥାତ ୨୦ ବର୍ଷ ହେଲା ଭାରତ ଦିନିକିଆ ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ହାରି ଆସୁଛି ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

51 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago