ସ୍ପେଶାଲ

ଦାମୀ ଗାଡ଼ିରେ ଚାଲାଣ କରୁଥିଲେ ପୁଳା ପୁଳା ଗଞ୍ଜେଇ, ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତଙ୍କୁ କାବୁ କଲା ସ୍ପେଶାଲ କ୍ରାଇମ ୟୁନିଟ

ରାସ୍ତାରେ ଖୁବ୍‌ ଜୋର୍‌ରେ ଯାଉଛି କାର୍‌ ଟି ତା ପିଛାରେ ଯାଉଛି ପୋଲିସ ଭ୍ୟାନ୍‌ । କେତେବେଳେ ନାଲି କାର୍‌ଟି ଆଗରେ ପୋଲିସ ଭ୍ୟାନ୍‌ ଯାଉଛି ତ ପୁଣି କେତେବେଳେ ପୋଲିସ ଭ୍ୟାନ୍‌ ଆଗରେ ନାଲି କାର୍‌ଟି ଯାଉଛି । ବେଶ୍‌ କିଛି ସମୟ ଧରି ଚାଲିଥିଲା ଏପରି ଛକା ପଞ୍ଝା ।କାରଣ ଏ ଦୃଶ୍ୟ ରାସ୍ତାରେ ଯାଉଥିବା ଲୋକଙ୍କୁ ବିଚଳିତ କରିଥିଲା । କେହ କିଛି ବୁଝି ପାରି ନଥିଲେ । ସମସ୍ତେ ଭାବୁଥିଲେ ଏହି ଗାଡ଼ିର ପିଛା କାହିଁକି କରୁଛି ପୋଲିସ । ବାହାରୁ ତ ସବୁକିଛି ଠିକ୍‌ ଠାକ୍‌ ଲାଗୁଛି । ପିତାପଲ୍ଲୀରୁ ପାହାଳ ଯାଏଁ ବେଶ୍‌ କିଛି ସମୟ ଧରି ଚାଲିଲା ପୋଲିସ ମାଫିଆଙ୍କ ଛକାପଞ୍ଝା । କିନ୍ତୁ କିଛି ସମୟ ପରେ ହଠାତ୍‌ ଗାଡ଼ିଟିକୁ ଅଟକାଇଥିଲା ପୋଲିସ । ଗାଡ଼ି ଭିତରେ ଯାହା ଥିଲା ତାକୁ ଦେଖି ତାଜୁବ୍‌ ହୋଇଯାଇଥିଲା ପୋଲିସ ।

ସେହି ଦାମୀ ଗାଡ଼ିରୁ ବାହାରିଥିଲା ପୁଳା ପୁଳା ଗଞ୍ଜେଇ । ସିଟ୍‌ ଭିତରେ ପ୍ୟାକ୍‌ ହୋଇ ରହିଥିଲା । ଯାହାକୁ ପୋଲିସ ଜବତ କରିଛି । ଫିଲ୍ମ ଷ୍ଟାଇଲ୍‌ରେ ପୋଲିସ ନିଶା ମାଫିଆଙ୍କୁ ଧରିବାରେ ସଫଳ ହୋଇଛି । ନିଶା ମାଫିଆ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ତାଙ୍କର ସବୁ ପ୍ଲାନ୍‌ କୁ ଚମ୍ପଟ କରିଥିଲା ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । ତେବେ ଏହି ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ବହୁତ୍‌ ସମୟ ଧରି ନିଶା ମାଫିଆଙ୍କ ପିଛା କରି ଶେଷରେ ୩ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ।

ଭୁବନେଶ୍ୱର ପିତାପଲ୍ଲୀରୁ ପାହାଳ ଯାଏଁ ଚାଲିଥିଲା ପୋଲିସ ଏବଂ ୩ ଅଭିଯୁକ୍ତଙ୍କ ମଧ୍ୟରେ ଛକା ପଞ୍ଝା । ଫିଲ୍ମ ଷ୍ଟାଇଲରେ ପୋଲିସ ଅପରାଧୀ ମୁହାଁମୁହିଁ ହୋଇଥିଲେ । ନିଶା ମାଫିଆଙ୍କୁ ଗୋଡେଇ ଗୋଡେଇ ଧରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । ଦାମୀ ଗାଡ଼ିରେ ମାଫିଆ ମାନେ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ ।

ଖବର ପାଇ ସ୍ପେଶାଲ କ୍ରାଇମ ୟୁନିଟ ଚଢ଼ାଉ କରିଛି । ଗାଡିରୁ ଜବତ ହୋଇଛି ୩ ଶହ କେଜି ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା । ଏନେଇ ୩ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୋଲିସ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

28 seconds ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

19 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

27 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

44 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago