ଦାମୀ ଗାଡ଼ିରେ ଚାଲାଣ କରୁଥିଲେ ପୁଳା ପୁଳା ଗଞ୍ଜେଇ, ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତଙ୍କୁ କାବୁ କଲା ସ୍ପେଶାଲ କ୍ରାଇମ ୟୁନିଟ
ରାସ୍ତାରେ ଖୁବ୍ ଜୋର୍ରେ ଯାଉଛି କାର୍ ଟି ତା ପିଛାରେ ଯାଉଛି ପୋଲିସ ଭ୍ୟାନ୍ । କେତେବେଳେ ନାଲି କାର୍ଟି ଆଗରେ ପୋଲିସ ଭ୍ୟାନ୍ ଯାଉଛି ତ ପୁଣି କେତେବେଳେ ପୋଲିସ ଭ୍ୟାନ୍ ଆଗରେ ନାଲି କାର୍ଟି ଯାଉଛି । ବେଶ୍ କିଛି ସମୟ ଧରି ଚାଲିଥିଲା ଏପରି ଛକା ପଞ୍ଝା ।

ରାସ୍ତାରେ ଖୁବ୍ ଜୋର୍ରେ ଯାଉଛି କାର୍ ଟି ତା ପିଛାରେ ଯାଉଛି ପୋଲିସ ଭ୍ୟାନ୍ । କେତେବେଳେ ନାଲି କାର୍ଟି ଆଗରେ ପୋଲିସ ଭ୍ୟାନ୍ ଯାଉଛି ତ ପୁଣି କେତେବେଳେ ପୋଲିସ ଭ୍ୟାନ୍ ଆଗରେ ନାଲି କାର୍ଟି ଯାଉଛି । ବେଶ୍ କିଛି ସମୟ ଧରି ଚାଲିଥିଲା ଏପରି ଛକା ପଞ୍ଝା ।କାରଣ ଏ ଦୃଶ୍ୟ ରାସ୍ତାରେ ଯାଉଥିବା ଲୋକଙ୍କୁ ବିଚଳିତ କରିଥିଲା । କେହ କିଛି ବୁଝି ପାରି ନଥିଲେ । ସମସ୍ତେ ଭାବୁଥିଲେ ଏହି ଗାଡ଼ିର ପିଛା କାହିଁକି କରୁଛି ପୋଲିସ । ବାହାରୁ ତ ସବୁକିଛି ଠିକ୍ ଠାକ୍ ଲାଗୁଛି । ପିତାପଲ୍ଲୀରୁ ପାହାଳ ଯାଏଁ ବେଶ୍ କିଛି ସମୟ ଧରି ଚାଲିଲା ପୋଲିସ ମାଫିଆଙ୍କ ଛକାପଞ୍ଝା । କିନ୍ତୁ କିଛି ସମୟ ପରେ ହଠାତ୍ ଗାଡ଼ିଟିକୁ ଅଟକାଇଥିଲା ପୋଲିସ । ଗାଡ଼ି ଭିତରେ ଯାହା ଥିଲା ତାକୁ ଦେଖି ତାଜୁବ୍ ହୋଇଯାଇଥିଲା ପୋଲିସ ।
ସେହି ଦାମୀ ଗାଡ଼ିରୁ ବାହାରିଥିଲା ପୁଳା ପୁଳା ଗଞ୍ଜେଇ । ସିଟ୍ ଭିତରେ ପ୍ୟାକ୍ ହୋଇ ରହିଥିଲା । ଯାହାକୁ ପୋଲିସ ଜବତ କରିଛି । ଫିଲ୍ମ ଷ୍ଟାଇଲ୍ରେ ପୋଲିସ ନିଶା ମାଫିଆଙ୍କୁ ଧରିବାରେ ସଫଳ ହୋଇଛି । ନିଶା ମାଫିଆ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ତାଙ୍କର ସବୁ ପ୍ଲାନ୍ କୁ ଚମ୍ପଟ କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ତେବେ ଏହି ସ୍ପେଶାଲ କ୍ରାଇମ୍ ୟୁନିଟ୍ ବହୁତ୍ ସମୟ ଧରି ନିଶା ମାଫିଆଙ୍କ ପିଛା କରି ଶେଷରେ ୩ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ।
ଭୁବନେଶ୍ୱର ପିତାପଲ୍ଲୀରୁ ପାହାଳ ଯାଏଁ ଚାଲିଥିଲା ପୋଲିସ ଏବଂ ୩ ଅଭିଯୁକ୍ତଙ୍କ ମଧ୍ୟରେ ଛକା ପଞ୍ଝା । ଫିଲ୍ମ ଷ୍ଟାଇଲରେ ପୋଲିସ ଅପରାଧୀ ମୁହାଁମୁହିଁ ହୋଇଥିଲେ । ନିଶା ମାଫିଆଙ୍କୁ ଗୋଡେଇ ଗୋଡେଇ ଧରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । ଦାମୀ ଗାଡ଼ିରେ ମାଫିଆ ମାନେ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ ।
ଖବର ପାଇ ସ୍ପେଶାଲ କ୍ରାଇମ ୟୁନିଟ ଚଢ଼ାଉ କରିଛି । ଗାଡିରୁ ଜବତ ହୋଇଛି ୩ ଶହ କେଜି ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା । ଏନେଇ ୩ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୋଲିସ ।