ଜୟନ୍ତ ଚୌଧୁରୀଙ୍କ ଦଳ NDAରେ ସାମିଲ, ୟୁପିରେ INDIA ମେଣ୍ଟକୁ ବଡ଼ ଝଟ୍‌କା

ରାଷ୍ଟ୍ରୀୟ ଲୋକ ଦଳ (RLD) ସଭାପତି ଜୟନ୍ତ ଚୌଧୁରୀ INDIA ମେଣ୍ଟକୁ ବଡ଼ ଝଟ୍‌କା ଦେଇଛନ୍ତି । ସେ ସୋମବାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଏନଡିଏ ସହ ଯିବାକୁ ନିଷ୍ପତ୍ତି ନେଇଛି ।

ରାଷ୍ଟ୍ରୀୟ ଲୋକ ଦଳ (RLD) ସଭାପତି ଜୟନ୍ତ ଚୌଧୁରୀ INDIA ମେଣ୍ଟକୁ ବଡ଼ ଝଟ୍‌କା ଦେଇଛନ୍ତି । ସେ ସୋମବାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଏନଡିଏ ସହ ଯିବାକୁ ନିଷ୍ପତ୍ତି ନେଇଛି । ଏନଡିଏରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଚୌଧୁରୀ କହିଛନ୍ତି, ଦଳର ସମସ୍ତ ବିଧାୟକଙ୍କ ସହ ଆଲୋଚନା ପରେ ଏନଡିଏରେ ସାମିଲ ହେବାର ନିଷ୍ପତ୍ତି ନିଆଯାଇଛି ।

ବିଧାୟକମାନଙ୍କ ଅସନ୍ତୋଷ ଉପରେ ସେ କହିଛନ୍ତି ଯେ ଆମେ ଆମର ସମସ୍ତ ବିଧାୟକଙ୍କ ସହ କଥା ହୋଇଛୁ । ସମସ୍ତ ବିଧାୟକ ଏବଂ କାର୍ଯ୍ୟକର୍ତ୍ତା ଆମ ସହିତ ଅଛନ୍ତି । ସେ ଆହୁରି କହିଛନ୍ତି, ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି । ଏହା ମୋ ପାଇଁ, ମୋ ପରିବାର ପାଇଁ ଏବଂ କୃଷକ ସମ୍ପ୍ରଦାୟ ପାଇଁ ବହୁତ ବଡ଼ ସମ୍ମାନ ।

କହି ରଖୁଛୁ କି, କେନ୍ଦ୍ର ସରକାର ଗତ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ଦେବାକୁ ଘୋଷଣା କରିଥିଲେ । ଏହା ଉପରେ ତାଙ୍କ ନାତି ତଥା ଆର୍‌ଏଲ୍‌ଡି ନେତା ଜୟନ୍ତ ଚୌଧୁରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ପ୍ରମୁଖ କୃଷକ ନେତା ରହିଥିବା ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଦେବା ନିଷ୍ପତ୍ତିକୁ ନେଇ ଜୟନ୍ତ ଖୁସିବ୍ୟକ୍ତ କରିଥିଲେ ।

ସେ କହିଥିଲେ, ‘ମୁଁ କେଉଁ ମୁହଁରେ ମନା କରିବି ? ଏହା ମୋ ପାଇଁ ଭାବପ୍ରବଣ ଏବଂ ସ୍ମରଣୀୟ ମୁହୂର୍ତ୍ତ । ମୁଁ ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଉଛି । ଦେଶର ଭାବନା ଏହି ନିଷ୍ପତ୍ତି ସହିତ ଜଡ଼ିତ ରହିଛି’ । ଏହାପରେ ଜୟନ୍ତ ଚୌଧୁରୀ ଏନ୍‌ଡିଏରେ ସାମିଲ ହେବା ପ୍ରାୟତଃ ନିଶ୍ଚିତ ବୋଲି କୁହାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.