Below header

ଭାଣିଜୀଙ୍କ ବାହାଘରରେ ସାମିଲ ହେବେ ମନିଷ ସିସୋଦିଆ, କୋର୍ଟ ଦେଲେ ୩ ଦିନର ଅନ୍ତରୀଣ ଜାମିନ୍‌

ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ସିସୋଦିଆ ନିଜ ଭାଣିଜୀଙ୍କ ବାହାଘରରେ ଯୋଗଦେବା ପାଇଁ ଯିବେ ।

ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ସିସୋଦିଆ ନିଜ ଭାଣିଜୀଙ୍କ ବାହାଘରରେ ଯୋଗଦେବା ପାଇଁ ଯିବେ । ସେ ଫେବୃୟାରୀ ୧୨ରୁ ୧୬ ପର୍ଯ୍ୟନ୍ତ ଜାମିନ ମାଗିଥିଲେ । କିନ୍ତୁ କୋର୍ଟ ତାଙ୍କୁ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ତିହାର ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି । ସିବିଆଇ ଓକିଲ ଜାମିନକୁ ବିରୋଧ କରି କହିଛନ୍ତି ଯେ ମନୀଷ ସିସୋଦିଆ ଅତ୍ୟଧିକ ପ୍ରଭାବଶାଳୀ । ସେ ଉଚ୍ଚ ଏବଂ ଶକ୍ତିଶାଳୀ ପଦରେ ଅଛନ୍ତି । ସେ ପ୍ରମାଣ ସହିତ ଏପଟସେପଟ କରିପାରିବେ ।

ଏଥିରେ କୁହାଯାଇଛି ଯେ କେବଳ ବର ଏବଂ କନ୍ୟା ହିଁ ସେମାନଙ୍କ ବିବାହ ପାଇଁ ୫ ଦିନର ଜାମିନ୍‌ ମାଗି ପାରିବେ । ବିବାହରେ ଯୋଗଦେବା ପାଇଁ ଗୋଟିଏ ଦିନର ସମୟ ଦିଆଯାଇ ପାରିବ ।

ତେବେ କୋର୍ଟ ସିସୋଦିଆଙ୍କୁ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ କୌଣସି ଅସୁବିଧା ହେବ କି ବୋଲି ପଚାରିଥିଲେ । ସିସୋଦିଆଙ୍କ ପକ୍ଷରୁ କୁହାଯାଇଥିଲା କି, ମୋ ସହିତ ପୋଲିସ ପଠାଇ ମୋ ପରିବାରକୁ ଅପମାନିତ କରନ୍ତୁ ନାହିଁ । ଏହାଦ୍ୱାରା ପରିବେଶ ନଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.