ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ପଳାଉଥିବା ବେଳେ କାବୁ ହେଲେ ୨ ଲୁଟେରା
ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ପଳାଉଥିବା ବେଳେ କାବୁ ହେଲେ ୨ ଲୁଟେରା। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଲୋକାପଡ଼ା ଗାଁ ରାସ୍ତାରୁ କାବୁ ହେଲେ ଲୁଟେରା। ଦୁଇ ଲୁଟେରା ଏକ କଳା ପଲସରରେ ଆସି ଶିଳାସ୍ତମ୍ବ ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ଏକ ସୁନାଚେନ ଛିଣ୍ଡାଇ ଖସି ପଳାଇ ଯାଇଥିଲେ।

କେନ୍ଦ୍ରାପଡା(କେନ୍ୟୁଜ୍) : ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ପଳାଉଥିବା ବେଳେ କାବୁ ହେଲେ ୨ ଲୁଟେରା। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଲୋକାପଡ଼ା ଗାଁ ରାସ୍ତାରୁ କାବୁ ହେଲେ ଲୁଟେରା। ଦୁଇ ଲୁଟେରା ଏକ କଳା ପଲସରରେ ଆସି ଶିଳାସ୍ତମ୍ବ ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ଏକ ସୁନାଚେନ ଛିଣ୍ଡାଇ ଖସି ପଳାଇ ଯାଇଥିଲେ। ପରେ ଲୋକାପଡା ଗାଁର ଜଣେ ମହିଳା ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ସଂପୃକ୍ତ ୨ ଲୁଟେରା ତାଙ୍କ ବେକରୁ ଚେନ ଛିଣ୍ଡାଇ ଖସି ପଳାଇଥିଲେ। ତେବେ ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ଏକାଠି ହୋଇ ଦୁଇ ଲୁଟେରାଙ୍କୁ ପିଛାକରି କାବୁ କରିଥିଲେ। ଆଳି ପୋଲିସ ଖବର ପାଇ ଦୁଇ ଲୁଟେରାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଲୁଟର ଶିକାର ଦୁଇ ମହିଳା ଆଳି ଥାନାରେ ଦୁଇଟି ଏତଲା ଦେଇଛନ୍ତି।