ଫ୍ୟାନଙ୍କୁ ଆକ୍ରମଣ କଲେ ଆଦିତ୍ୟ, ଫୋନ ଛଡ଼ାଇ ଭିଡ଼କୁ ଫିଙ୍ଗିଥିବାର ଭିଡିଓ ହେଲା ଭାଇରାଲ

ଆଦିତ୍ୟ ଛତିଶଗଡର ଭିଲାଇର ଏକ କଲେଜ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ସମୟରେ ଆଦିତ୍ୟ ନାରାୟଣ ଜଣେ ଫ୍ୟାନଙ୍କ ଉପରେ ହଠାତ୍‌ ରାଗିଯାଇଥିଲେ । ରାଗ ଏତେ ବଢ଼ିଯାଇଥିଲା ଯେ ସେ ଫ୍ୟାନଙ୍କ ସହ ଦୁର୍ବବ୍ୟହାର କରିଥିଲେ।

ସିଙ୍ଗର ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣଙ୍କୁ କିଏ ବା ନଜାଣେ । ତାଙ୍କ ଗୀତ ଏବଂ ମଜାଳିଆ କଥାବର୍ତ୍ତା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଗୀତ ବି ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସେ । କିନ୍ତୁ ନିକଟରେ ହୋଇଥିବା ଏକ କନସର୍ଟରେ ଆଦିତ୍ୟ ଏଭଳି କିଛି କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି । ଆଦିତ୍ୟ ନାରାୟଣଙ୍କ ଏହି ଭିଡିଓ ଏକ କନସର୍ଟରୁ ଆସିଛି, ଯେଉଁଥିରେ ସେ ଜଣେ ଫ୍ୟାନଙ୍କୁ ଦୁର୍ବବ୍ୟହାର କରିଛନ୍ତି । ଏହା ସହ ତାଙ୍କ ଫୋନ୍ କୁ ଭିଡ଼ ଭିତରେ ଫୋପାଡିଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ଆଦିତ୍ୟ ନାରାୟଣ ପୁଣି ଥରେ ଟ୍ରୋଲର ଶିକାର ହୋଇଛନ୍ତି । ଏହି ଓ୍ଵିକେଣ୍ଡରେ ଆଦିତ୍ୟ ଛତିଶଗଡର ଭିଲାଇର ଏକ କଲେଜ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ସମୟରେ ଆଦିତ୍ୟ ନାରାୟଣ ଜଣେ ଫ୍ୟାନଙ୍କ ଉପରେ ହଠାତ୍‌ ରାଗିଯାଇଥିଲେ । ରାଗ ଏତେ ବଢ଼ିଯାଇଥିଲା ଯେ ସେ ଫ୍ୟାନଙ୍କ ସହ ଦୁର୍ବବ୍ୟହାର କରିଥିଲେ।

ମ୍ୟୁଜିକ୍ ଇଭେଣ୍ଟ୍ କୁ ହୋଷ୍ଟ କରୁଥିବାବେଳେ ସିଙ୍ଗର ଆଦିତ୍ୟ ପ୍ରଥମେ ମାଇକ୍ ରେ ଫ୍ୟାନଙ୍କ ହାତକୁ ବାଡ଼େଇଥିଲେ, ପରେ ତାଙ୍କ ଫୋନ୍ ଛଡ଼ାଇ ଭିଡ଼ ଭିତରକୁ ଫିଙ୍ଗି ଦେଇଥିଲେ । ଯେଉଁ ଯୁବକ ଉପରେ ଆଦିତ୍ୟ ରାଗି ଯାଇଥିଲେ, ସେ ମ୍ୟୁଜିକ୍‌ କନସର୍ଟ ସମୟରେ ଆଦିତ୍ୟ ନାରାୟଣଙ୍କ ଏକ ଭିଡିଓ କରୁଥିଲେ । କିନ୍ତୁ ଆଦିତ୍ୟ ଏହାକୁ ପସନ୍ଦ କରିନଥିଲେ ଏବଂ ତାଙ୍କ ଫ୍ୟାନଙ୍କୁ ଆକ୍ରମଣ କରିଥିଲେ। ଆଦିତ୍ୟଙ୍କ ଏଭଳି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜରମାନେ ବିରକ୍ତ ପ୍ରକାଶ କରିଛନ୍ତି ।

ଅନଲାଇନରେ ଭାଇରାଲ ହୋଇଥିବା ଭିଡିଓରେ ଆଦିତ୍ୟ ନାରାୟଣ କନସର୍ଟ ସମୟରେ ଶାହରୁଖ ଖାନଙ୍କ ଫିଲ୍ମ ଡନରୁ ‘ଆଜ କି ରାତ’ ଗୀତ ଗାଉଥିଲେ । ଏହି ସମୟରେ ସେ ଜଣେ ଫ୍ୟାନଙ୍କ ଉପରେ ରାଗି ଯାଇଥିଲେ। ତେବେ ଭାଇରାଲ ଭିଡିଓକୁ ଦେଖିଲେ ଆଦିତ୍ୟଙ୍କ ରାଗିବାର କାରଣ ସ୍ପଷ୍ଟ ହୋଇନାହିଁ । ସେ କନସର୍ଟରେ ଗୀତ ଗାଉଥିବା ସମୟରେ ଫ୍ୟାନଙ୍କ ପାଖକୁ ଆସିଥିଲେ ଏବଂ ହଠାତ ତାଙ୍କ ହାତକୁ ମାଇକରେ ବାଡ଼େଇଥିଲେ ଏବଂ ଫୋନ୍ ଛଡ଼ାଇ ନେଇ ଭିଡ଼ ଭିତରକୁ ଫିଙ୍ଗିଥିଲେ । ଭିଡିଓରେ ଦେଖାଯାଇଛି ଯେ କନସର୍ଟରେ ଉପସ୍ଥିତ ଥିବା ଅନ୍ୟ ଫ୍ୟାନ୍ସମାନେ ଆଦିତ୍ୟଙ୍କ ଏଭଳି କାମ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୋସିଆଲ ମିଡିଆ ୟୁଜରମାନେ ମଧ୍ୟ ତାଙ୍କ ଉପରେ ରାଗିବା ସହ କମେଣ୍ଟ ମଧ୍ୟ ଦେଉଛନ୍ତି ।

ଭିଡିଓରେ ରିଆକ୍ସନ ଦେବା ସହ ଜଣେ ୟୁଜର ଲେଖିଛନ୍ତି- ଆଦିତ୍ୟ ନାରାୟଣଙ୍କର କଣ ଅସୁବିଧା ହେଲା ? ନିଜ ଫ୍ୟାନଙ୍କ ପାଇଁ ଏହା ଅସମ୍ମାନର ବିଷୟ । ଆଉ ଜଣେ ଫ୍ୟାନ୍‌ ଲେଖିଛନ୍ତି – ତାଙ୍କର ଏହି ବ୍ୟବହାର ନିନ୍ଦନୀୟ । ତେବେ ଆଦିତ୍ୟ ନାରାୟଣଙ୍କର ଏଭଳି ଘଟଣା ପ୍ରଥମ ନୁହେଁ ସେ ଅନେକଥର ଏଭଳି ବିବାଦର ଶିକାର ହୋଇଛନ୍ତି । ଏହାପୂର୍ବରୁ ମଧ୍ୟ ତାଙ୍କ ରାଗିବା କାରଣରୁ ଅନେକ ଥର ସେ ଟ୍ରୋଲର ଶିକାର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.