Below header

ବାପା ମା ମୁଣ୍ଡ ବାଡ଼େଇ କାନ୍ଦୁଛନ୍ତି ସିନା ହେଲେ ଆଉ ଫେରିବନି ପୁଅ ସାହିଲ

ଗୋଟେ ବାପାର ଏଇ କାନ୍ଦକୁ ଦେଖି ଆମ ଆଖିରେ ମଧ୍ୟ ଲୁହ ଆସିଯାଉଛି । କାରଣ ବାପା ଜଣକ ତା ପୁଅକୁ ହରାଇଛନ୍ତି । ଆଉ ପୁଅର ଏପରି ଅଚାନକ୍‌ ମୃତ୍ୟୁ ପାଇଁ ସାର୍‌ ମାନଙ୍କୁ ଦାୟୀ କରିଛନ୍ତି । ତାଙ୍କ ମୁହଁରେ କେବଳ ଗୋଟିଏ କଥା ୮ ଘଣ୍ଟା ତଳେ ମୋ ପୁଅ ସହ ମୁଁ କଥା ହେଇଥିଲି ।

ଗୋଟେ ବାପାର ଏଇ କାନ୍ଦକୁ ଦେଖି ଆମ ଆଖିରେ ମଧ୍ୟ ଲୁହ ଆସିଯାଉଛି । କାରଣ ବାପା ଜଣକ ତା ପୁଅକୁ ହରାଇଛନ୍ତି । ଆଉ ପୁଅର ଏପରି ଅଚାନକ୍‌ ମୃତ୍ୟୁ ପାଇଁ ସାର୍‌ ମାନଙ୍କୁ ଦାୟୀ କରିଛନ୍ତି । ତାଙ୍କ ମୁହଁରେ କେବଳ ଗୋଟିଏ କଥା ୮ ଘଣ୍ଟା ତଳେ ମୋ ପୁଅ ସହ ମୁଁ କଥା ହେଇଥିଲି । ମୋ ପୁଅର ଜୀବନ ଗଲା କେମିତି ? ମୋ ପୁଅ ଦେହ ଯଦି ଅସୁସ୍ଥ ଥିଲା ତାକୁ କୋଉ ସାର୍‌ ମେଡିକାଲ ନେଇଥିଲେ ଯଦି ନେଇଥିଲେ ସେ ରିପୋର୍ଟ କୁଆଡ଼େ ଗଲା ? ଏଭଳି କିଛି ପ୍ରଶ୍ନ କରି କ୍ୟାପିଟାଲ୍‌ ହସ୍ପିଟାଲ ଶବ ବ୍ୟବଛେଦ ପରିସରରେ ଭୋ ଭୋ ହୋଇ କାନ୍ଦୁଛନ୍ତି ଏହି ବାପା ଜଣକ ।

କାହିଁ କେଉଁ ଉପାନ୍ତ ଅଞ୍ଚଳ ଫୁଲବାଣୀରୁ ସହରକୁ ଦୌଡ଼ି ଆସିଥିଲା ସେହି କୁନି ପୁଅଟି ପାଠ ପଢିବା ପାଇଁ l ହେଲେ ଏ କଣ ହେଲା ? ସତେ ଯେମିତି ମାଆ ବାପାଙ୍କ ଆଶା ଆକାଂକ୍ଷାକୁ କିଏ ଅଭିଶାପ ଦେଲା l ଏମିତି ଏକ ହୃଦୟ ଫାଟିଗଲା ଭଳି ଘଟଣା ଘଟିଛି ଏହି ଭୁବନେଶ୍ୱରରେ । ଯାହାକୁ ଶୁଣିଲେ ସମସ୍ତେ ସ୍ତବ୍ଧ ହୋଇଯିବେ । ମା’ ଟି ଛାତି ବାଡେଇ ତଳେ ଗଡି ଯାଉଛି l ବାପା ଚଟାଣ ଉପରେ ବସି ବାହୁନି ବାହୁନି କାନ୍ଦୁଛି l ସେପଟେ ଜେଜେମା ଆଉ ଭଉଣୀଟି କାନ୍ଦି କାନ୍ଦି ପାଗଳି ହୋଇ ଯାଉଛି l
ଏହି ଶୋକାକୁଳ ପରିବେଶ ଭିତରେ ସମସ୍ତଙ୍କ ଆଖିରେ କେବଳ ଲୁହ l ସପ୍ତମ ଶ୍ରେଣୀର ଛାତ୍ର ସାହିଲ ଉଡାନ କ୍ୟାପିଟାଲ ହାଇସ୍କୁଲରେ ପାଠ ପଢେ l ସେହି ବିଦ୍ୟାଳୟ ନିକଟରେ ଥିବା ହଷ୍ଟେଲରେ ସେ ରହୁଥିଲା l ଘର ତାର କନ୍ଧମାଳ ଜିଲ୍ଲା ଫୁଲବାଣୀରେ l ଶନିବାର ଦିନ ଘର ଲୋକଙ୍କୁ ହଷ୍ଟେଲ କର୍ତ୍ତୃପକ୍ଷ ଫୋନ କରି ସାହିଲ ଦେହ ଖରାପ ବୋଲି ଜଣାଇଥିଲେ । ହେଲେ ଦିନକ ପରେ ଦେଖିଲା ବେଳକୁ ସାହିଲର ମୃତ ଶରୀର କ୍ୟାପିଟାଲ ହସ୍ପିଟାଲରେ ଥିଲା ।

ପୋଲିସ ସୂଚନା ଦେଇଛି କି ସାହିଲ ଅସୁସ୍ଥ ଥିଲା । ଗତ ୧୦ ଦିନ ହେବ ତାର ଦେହ ଭଲ ନଥିଲା । ତାର ଚିକିତ୍ସା କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସାହିଲ ମୃତ୍ୟୁ ବରଣ କରିଛି l ସାହିଲକୁ ହରାଇ କେବଳ ତାର ବାପା ମା ନୁହନ୍ତି, ସମ୍ପର୍କୀୟ ଓ ଗାଁ ଲୋକେ ମଧ୍ୟ ଖୁବ୍ ଭାଙ୍ଗି ପଡ଼ିଛନ୍ତି । ସାହିଲର ପୋଷ୍ଟମର୍ଟମ ପରେ ତାର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୋଲିସ କହିଛି କି ବ୍ୟବଚ୍ଛେଦ ତଥ୍ୟ ଅନୁସାରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ l ତେବେ ନିରୀହ ବାଳକର କେମିତି ଜୀବନ ଗଲା ? ତାକୁ ନେଇ ସମସ୍ତେ ଏବେ ଚିନ୍ତାରେ l ସାହିଲ ମୃତ୍ୟୁ ପଛରେ କିଛି ରହସ୍ୟ ନାହିଁ ତ ? ଆଉ ସବୁଠୁ ବଡ଼ କଥା ହେଉଛି ସ୍କୁଲ ପକ୍ଷରୁ ଆସିଥିବା ଜଣେ କର୍ମଚାରୀଙ୍କ ବୟାନ ଗୋଳମାଳିଆ ସ୍ଥିତି ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.