Categories: ସ୍ପେଶାଲ

ଆଜିକାଲି ଝିଅମାନେ ନିହାତି ଜାଣି ରଖିବା ଦରକାର ଆତ୍ମରକ୍ଷାର କୌଶଳ, ନଚେତ ଅକାଳରେ ଯାଇପାରେ ଜୀବନ

ଆଜିର ଦୁନିଆରେ ଝିଅମାନେ ପୁଅମାନଙ୍କର ସମକକ୍ଷ ହୋଇ ଚାଲିଲେଣି। ଆଉ ଏବେ ତ ପୁରୁଷ ମାନଙ୍କ ଠାରୁ ମହିଳାମାନେ ଅଧିକ କର୍ମ ନିଯୁକ୍ତି ହେଲେଣି। ଆମ ମାନଙ୍କ ମଧ୍ୟରୁ ବହୁତ ମହିଳା କାଯ୍ୟର୍ରତ ଅଟନ୍ତି। ଆଉ ସେମାନେ ପ୍ରତ୍ୟେକ ଦିନ ଅଫିସ୍‌ ଯିବାକୁ ଟ୍ରାନ୍ସପର୍ଟର ସାହାରା ନିଅନ୍ତି। ବ୍ୟସ୍ତବହୁତ ଏବଂ କର୍ମମୟ ଜୀବନରେ ଆମକୁ ଏହି ଟ୍ରାନ୍ସପର୍ଟର ସାହାରା ନେବା ଜରୁରୀ ହୋଇ ପଡୁଛି। ଅଧିକାଂଶ ମହିଳା ଅଫିସରୁ ରାତିରେ ଘରକୁ ଫେରନ୍ତି ଆଉ ଏଥିପାଇଁ ମଧ୍ୟ ସେମାନେ ଗାଡି ବୁକ୍‌ କରି ଆସନ୍ତି। କିନ୍ତୁ ଏହା ଆମ ପାଇଁ କେତେ ସୁରକ୍ଷିତ ହୋଇଥାଏ ଏବଂ ଆମେ ନିଜେ କେମିତି ନିଜର ସୁରକ୍ଷା କରିପାରିବା ଏବଂ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଏହା ଆମେ ନିଜ ବିଚାର କରିବା ଉଚିତ। ଯଦି ଏହି ସବୁ ଛୋଟ ଛୋଟ କଥା ଉପରେ ଆମେ ଧ୍ୟାନ ଦିଅନ୍ତି ତେବେ ହାଇଦରାବାଦ ଭଳି ଘଟଣା ହେବା ପୂର୍ବରୁ ଆମେ ନିଜକୁ ରକ୍ଷା କରିପାରିବା। ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି ପରିସ୍ଥିତିରେ ଆପଣ କେମିତି ନିଜକୁ ରକ୍ଷା କରିପାରିବେ ଏବଂ କେମିତି ହାତରେ ଧରିଥିବା ଫୋନର ପ୍ରୟୋଗ କରି ନିଜକୁ ସୁରକ୍ଷିତ କରିପାରିବେ ଏବଂ ସତର୍କ ରହିପାରିବେ।

ଆଜିର ସ୍ମାର୍ଟ ଯୁଗରେ ସବୁକିଛି ସ୍ମାର୍ଟ ଟେକନିକ ଦ୍ୱାରା ହୋଇପାରୁଛି। ଏଣିକ କ୍ୟାବରେ ଯାତ୍ରା କରିବାର ପ୍ରଚଳନ ମଧ୍ୟ ବଢ଼ୁଛି। ଏହାକୁ ଆମେ ଆମ ଜରୁରୀ ଆବଶ୍ୟକତାରେ ବ୍ୟବହାର କରୁଛନ୍ତି ଏବଂ ଅନେକ ଥର ପବ୍ଲିକ ଟ୍ରାନ୍ସପର୍ଟ ଠାରୁ ଦୂରେଇ ରହିବା ପାଇଁ ଆମେ ଏହାର ବ୍ୟବହାର କରିଥାଉ। ଆମ ମାନଙ୍କ ମଧ୍ୟରୁ ଅନେକ ମହିଳା ଅଫିସରୁ ବାହାରିଲେ ପ୍ରାୟ ସବୁବେଳେ ଘରେ ପହଁଚିବାକୁ ମୋବାଇଲରେ ଥିବା କିଛି ଆପ୍ଲିକେସନ ଯଥା ଓଲା ଏବଂ ଉବରର ବ୍ୟବହାର କରୁଛନ୍ତି। କିନ୍ତୁ ଏହି ସବୁ ଭିତରେ ଆମେ କିଛି ଜିନିଷକୁ ଅଣଦେଖା କରିଦିଅନ୍ତିି ଯାହାକୁ ଏବେ ଆମକୁ ଧ୍ୟାନରେ ରଖିବା ନିହାତି ଅବଶ୍ୟକ।

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଯେତେବେଳେ ବି ଆପଣ ଓଲା, ଉବରରେ ଯାତ୍ରା କରୁଛନ୍ତି ତେବେ ଏହାର ସୂଚନା କେବଳ ଆପଣ ନିଜ ପାଖରେ କିମ୍ବା ଫୋନରେ ରଖନ୍ତୁ ନାହିଁ। ଆପଣ ଏହାର ଡିଟେଲ୍ସ ହ୍ଵାଟସଅପ୍‌ କିମ୍ବା ମେସେଜରେ କାହାକୁ ଦେଇପାରିବେ କିମ୍ବା ନିଜ ପରିବାର ଓ ନିଜର ଖାସ୍‌ ବନ୍ଧୁଙ୍କୁ ଦେଇପାରିବେ। ଆପଣ ଗାଡିରେ ବସିଥିଲେ ଡ୍ରାଇଭରଙ୍କ ନାଁ ପଚାରନ୍ତୁ ଏବଂ ଗାଡିର ନମ୍ବର ବି ଦେଖନ୍ତୁ। ଏହାସହିତ ଯଦି ସମ୍ଭବ ହୋଇପାରୁଛି ତେବେ ଗାଡିର ଫଟୋ ମଧ୍ୟ ଉଠାଇ ଦିଅନ୍ତୁ ଏବଂ ଏହି ଫଟୋକୁ ଆପଣ ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ପଠାଇ ପାରିବେ।

ଦେଶର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ଆମକୁ ଅନେକ ସୁବିଧା ଦେଇଛି, ଏପରି ସ୍ଥଳେ ଆମେ ଗୁଗଲ ମ୍ୟାପର ବ୍ୟବହାର କରିପାରିବା। ଏବେ ଆପଣ ଭାବୁଥିବେ ଯେ ଏଠି ଆମେ ଗୁଗଲ ମ୍ୟାପ କଥା କାହିଁକି କହୁଛୁ। ତେବେ ଆମେ ଏଠି ଆପଣଙ୍କୁ ଗୁଗଲ ମ୍ୟାପ୍‌ କଥା ଏଥିପାଇଁ କହୁଛୁ କାରଣ ଯେତେବେଳେ ବି ଆପଣ କୌଣସି ଅଜଣା ରାସ୍ତା ଦେଇ ଯାତ୍ରା କରୁଛନ୍ତି ଏବଂ ଆପଣଙ୍କୁ ସେହି ରାସ୍ତା ବିଷୟରେ କିଛି ଜଣାନାହିଁ ତେବେ ଆପଣ ଏହି ସମୟରେ ଗୁଗଲ ମ୍ୟାପର ବ୍ୟବହାର କରିପାରିବେ। ଏହାଛଡା ସବୁଠୁ ଜରୁରୀ କଥା ହେଉଛି ଯଦି ଆପଣ ସବୁବେଳେ ନିଜ ଘରକୁ ଗୋଟିଏ ରାସ୍ତା ଦେଇ ଯାଉଛନ୍ତି ଆଉ ଓଲା, ଉବର ଡ୍ରାଇଭର ଆପଣଙ୍କୁ ସେହି ରାସ୍ତାରେ ନ ନେଇ ଏକ ଅଜଣା ରାସ୍ତା ଦେଇ ନେଉଛନ୍ତି ତେବେ ଆପଣ ତାଙ୍କୁ ସେଇଠି ଗାଡି ରଖିବାକୁ କୁହନ୍ତୁ ଏବଂ ଏହାକୁ ବିରୋଧ କରନ୍ତୁ, ଆପଣଙ୍କର ପାଖରେ ଏହାର ସୁବିଧା ରହିଛି ଯେ ଯଦି କେହି ଡ୍ରାଇଭର ଆପଣଙ୍କ ସହିତ ଦୁବ୍ୟର୍ବହାର କରୁଛନ୍ତି ତେବେ ଆପଣ ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ କରିପାରିବେ।

ଏହାସହ ପଢନ୍ତୁ : କଣ ଆପଣ ଜାଣିଛନ୍ତି ଜଜ୍ ଏବଂ ମାଜିଷ୍ଟ୍ରେଟ୍‌ଙ୍କ ମଧ୍ୟରେ କଣ ରହିଛି ପାର୍ଥକ୍ୟ ?

କିନ୍ତୁ ଏମିତି ପରିସ୍ଥିତିରେ ଆମେ ସବୁଠୁ ବଡ ଭୁଲ କରିବସନ୍ତି ଯେ ଆମେ ସେମାନଙ୍କ ସହିତ ଯୁକ୍ତି କରନ୍ତି, ଡ୍ରାଇଭରକୁ ଗାଳି କରନ୍ତି ଆଉ ଏଥିପାଇଁ ଆମେ କୌଣସି ନା କୌଣସି ଦୁର୍ଘଟଣାର ଶିକାର ହୋଇଯାନ୍ତି। ତେବେ ଏମିତି ପରିସ୍ଥିତିରେ ଯଦି ଆପଣଙ୍କୁ ତାଙ୍କ ଉପରେ ସନ୍ଦେହ ଆସୁଛି ତେବେ ଆପଣ ନିଜ ପରିବାରଙ୍କ ସହିତ କିମ୍ବା ନିଜ ବନ୍ଧୁଙ୍କୁ ଫୋନ ଲଗାଇ କଥା ହୁଅନ୍ତୁ ଏବଂ ନିଜ ଲୋକେସନକୁ ତାଙ୍କୁ ବାରମ୍ବାର ଜଣାନ୍ତୁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣ ଯେତେବେଳେ ବି ଓଲା କିମ୍ବା ଉବର ବୁକ୍‌ କରୁଛନ୍ତି ତେବେ ପ୍ରଥମେ ଆମକୁ ସେହି ଗାଡିର ରେଟିଙ୍ଗ୍‌ ଦେଖିବା ଉଚିତ, ଏହାସହିତ ଗାଡି ଡ୍ରାଇଭରଙ୍କର ବି ରେଟିଙ୍ଗ୍‌ ଦେଖିବା ଉଚିତ। ଏହା ଦେଖନ୍ତୁ ଯେ ତାଙ୍କ ବ୍ୟବହାରକୁ ନେଇ ତାଙ୍କୁ କେତେ ରେଟିଙ୍ଗ ମିଳିଛି। ଦେଖନ୍ତୁ ୫ ମିଳିଛି ନା ୨ ମିଳିଛି କିମ୍ବା ୧। ଲଗାତାର ଏହି ରେଟିଙ୍ଗ ଏବଂ କମେଣ୍ଟସ ଆପଣଙ୍କୁ ଜଣାଇଦେବ ଯେ ଆପଣ ଯାହା ସହିତ ଯାତ୍ରା କରୁଛନ୍ତି ଏବଂ ଆପଣଙ୍କ ଜୀବନର ଷ୍ଟିୟରିଂ ଯାହା ହାତରେ ରହିଛି ସେ କେତେ ବିଶ୍ୱାସନୀୟ। ଏହି ସବୁ ଜିନିଷ ଆପଣଙ୍କୁ ଗମ୍ଭୀର ପରିସ୍ଥିତିରେ ନିଶ୍ଚୟ ସାହାଯ୍ୟ କରିଥାଏ କିନ୍ତୁ ଆମେ ଏହାକୁ ଅଧିକାଂଶ ସମୟରେ ଅଣଦେଖା କରିଦିଅନ୍ତି।

ନିଶ୍ଚିତ ପଢନ୍ତୁ : ଫାସଟ୍ୟାଗ କଣ ଓ କେମିତି କରିବେ ଏହାର ବ୍ୟବହାର, ଜାଣନ୍ତୁ ଏହା ସମ୍ବନ୍ଧୀୟ କିଛି ଅତ୍ୟନ୍ତ ଜରୁରୀ ତଥ୍ୟ

ଖାସ୍‌ କରି ଯେତେବେଳେ ଆପଣଙ୍କ ଗାଡି ଖରାପ ହୋଇଯାଏ ଏବଂ ଯଦି ଆପଣ ସ୍କୁଟିରେ ଯାତ୍ରା କରୁଛନ୍ତି ତେବେ ଏଭଳି ସ୍ଥିତିରେ ଆପଣଙ୍କୁ ସାହସ ଦେଖାଇବାକୁ ପଡିବ। ଏମିତି ପରିସ୍ଥିତିରେ ଆପଣ ଆଖପାଖରେ ଥିବା କୌଣସି ପୋଲିସ ଷ୍ଟେସନକୁ ଯାଇପାରିବେ କିମ୍ବା ଭିଡ ବା ଅଧିକ ଲୋକ ଥିବା ଏରିଆକୁ ଚାଲିଯାଇପାରିବେ। କିନ୍ତୁ ମନେ ରଖନ୍ତୁ ଏହି ଲୋକମାନଙ୍କ ମଧ୍ୟରେ ଆପଣଙ୍କୁ କିଛି ମନ୍ଦ ଉଦ୍ଦେଶ୍ୟର ଲୋକ ମଧ୍ୟ ମିଳିପାରନ୍ତି, ଏଥିପାଇଁ ଆପଣ ଏହି ସମୟରେ ନିଜ ସିକ୍ସ ସେନ୍ସକୁ ପ୍ରୟୋଗ କରିବା ଉଚିତ।

ଆମକୁ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ ଯାହା ଆମକୁ ବଡ ଦୁର୍ଘଟଣାରୁ ରକ୍ଷା କରିପାରିବ। ଓଲା ଏବଂ ଉବର ଆପଣଙ୍କୁ କେଉଁ ହେଲ୍ପ ଆପ୍ସ ଦେଇଛି ତାକୁ ମଧ୍ୟ ଜାଣିବା ଦରକାର। ଯେଉଁପରି ଭାବରେ ଆମେ କ୍ୟାବ୍‌ ବୁକ୍‌ କଲାବେଳେ କେତେ ଟଙ୍କା ଦେଖୁଛନ୍ତି ଏବଂ ଡ୍ୟୁରେସନ୍‌ ଦେଖୁଛନ୍ତି ଠିକ ସେହିପରି ଆଜି ଠାରୁ ଆମକୁ ଆଉ ଗୋଟେ ଜିନିଷକୁ ବି ନିଶ୍ଚୟ ଦେଖିବା ଉଚିତ। ତାହା ହେଉଛି ଓଲା, ଉବର ହେଲ୍ପ ଲାଇନ୍‌। କାରଣ ଯେଉଁପରି ଭାବରେ ମହିଳାଙ୍କ ସହିତ ଦୁବ୍ୟର୍ବହାର କିମ୍ବା ଲୁଟ ହେଉଛି, ସେଥିପାଇଁ ଏହାର ଅଭିଯୋଗ କରିବାକୁ ଏହି ଦୁଇ ଆପ୍‌ ମଧ୍ୟ ନିଜ ସର୍ଭିସ ଦେଉଛି। ଯଦି ଆପଣଙ୍କ ସହିତ କିଛି ଏମିତି ହେଉଛି ତେବେ ଏହାର ସୂଚନା ତାଙ୍କୁ ନିଶ୍ଚୟ ଦିଅନ୍ତୁ ଏବଂ ସେଠାରୁ ଆପଣଙ୍କୁ ଫୋନ ମଧ୍ୟ ଆସିଥାଏ। ଏଥପାଇଁ ସେମାନଙ୍କ ଠାରୁ ଯେଉଁ ଫୋନ ଆସୁଛି ଆପଣ ତାଙ୍କୁ ଆପଣଙ୍କ ସହିତ ହୋଇଥିବା ଦୁବ୍ୟର୍ବହାର ବିଷୟରେ ଠିକ୍‌ ଭାବରେ କୁହନ୍ତୁ। ଆପଣଙ୍କୁ ସେମାନଙ୍କ ଦ୍ୱାରା ନିଶ୍ଚୟ କିଛି ସାହାଯ୍ୟ ମିଳିପାରିବ।

ସେହିପରି ଏମିତି କିଛି ଆପ୍ଲିକେସନ୍‌ ଅଛି ଯାହା ମହିଳାମାନେ ତାଙ୍କ ଫୋନରେ ନିଶ୍ଚୟ ଇନଷ୍ଟଲ କରିବା ଉଚିତ। ଏହି ଆପକୁ ସେଫ୍ଟି ଆପ୍‌ କୁହାଯାଏ। ଏହି ଆପ ସାହାଯ୍ୟରେ ଯଦି ଆପଣ କେବେ କିଛି ଅସୁବିଧାରେ ପଡିଲେ ଏହାର ବଟନ ଦବାଇ ଆପଣ ଆପଣଙ୍କ ପରିବାର କିମ୍ବା ବନ୍ଧୁଙ୍କ ସହିତ କନେକ୍ଟ କରିପାରିବେ । ଏହାପରେ ସେମାନେ ଆପଣଙ୍କୁ ଫଲୋ କରିବା ଆରମ୍ଭ କରନ୍ତି ଏବଂ ଆପଣଙ୍କ ପାଖରେ ମଧ୍ୟ ପହଁଚିପାରିବେ, ଏଥିରୁ ଆପଣ ସୁରକ୍ଷିତ ମଧ୍ୟ ହୋଇପାରିବେ। ଏହି ସବୁ ଆପ୍‌ ମଧ୍ୟରୁ ପ୍ରଥମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ସ୍ମାର୍ଟ ୨୪x୭। ଏହି ଆପ୍‌ ୨୪ ଘଣ୍ଟା ଆପଣଙ୍କ ସାଥିରେ ରହିଥାଏ। ଯଦି ଆପଣଙ୍କ ସହିତ ଦୁବ୍ୟର୍ବହାର ହେଉଛି ଏଠାରେ ଆପଣ ମେସେଜ୍‌ ପଠାଇ ପାରିବେ ଏବଂ ଏଥିରୁ ତୁରନ୍ତ ଆପଣଙ୍କୁ ରିପ୍ଲାଏ ମେସେଜ୍‌ ବି ଆସିଥାଏ। ଆଉ ଗୋଟେ ଆପ୍‌ ହେଉଛି ହିମ୍ମତ୍‌ ଆପ୍‌। ଏହି ଆପ୍‌ ଖାସ୍‌ କରି ମହିଳାଙ୍କ ସୁରକ୍ଷା ପାଇଁ ବନାଯାଇଛି। ଏହି ସବୁ ଆପର ସାହାଯ୍ୟ ନେଇ ଆପଣ ନିଜକୁ ରକ୍ଷା କରିପାରିବେ। ଏହାସହିତ ଏମିତି ପରିସ୍ଥିତିରେ ଆପଣ ନିଜେ ବହୁତ କିଛି କରିପାରିବେ ଯେଉଁଥିରୁ ଆପଣ ନିଜକୁ ସୁରକ୍ଷିତ ରଖିପାରିବେ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago