କୂଅରେ ବୁଡ଼ିଯାଉଥିବା ଏକ ମୟୂରକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବିପଦ ମୁହଁକୁ ଠେଲିଦେଇଛନ୍ତି ଜଣେ ଯୁବକ। କୂଅରେ ସାପ ଥିବା ଜାଣି ମଧ୍ୟ ମୟୂରକୁ ବଞ୍ଚାଇବାକୁ ସେ ଭିତରକୁ ଯିବାକୁ ହଁ ଭରିଥିଲେ। ଆଉ ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ କେତେକ ବନ୍ଧୁ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଗୋଟିଏ ଜୀବ ପାଇଁ କେହି ନିଜ ଜୀବନକୁ ବାଜି ଲଗାଇଥିବା ଘଟଣାକୁ ଲୋକେ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି।
ଭିଡିଓଟି ତାମିଲନାଡ଼ୁର ତିରୁଚିରାପଲ୍ଲୀ ଜିଲ୍ଲାର ଥୁରାୟୁର ବୋଲି ଜଣାଯାଇଛି। ଏଠାରେ ଏକ ୩୦ ଫୁଟ ଗଭୀର ସାପ ଭର୍ତ୍ତି କୂଅ ଭିତରେ ମୟୂରଟିଏ ବୁଡ଼ିଯାଉଥିଲା। ଏହାଦେଖି ଜଣେ ଯୁବକ ମୟୂରକୁ ବଞ୍ଚାଇବାକୁ ବାହାରିଥିଲେ। ଏକ ରଶିରେ ନିଜକୁ ବାନ୍ଧି ସେ କୂଅ ଭିତରକୁ ଯାଇଥିଲେ ଓ ମୟୂରକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି।
ଏହାସହ ପଢ଼ନ୍ତୁ: ନିଜ ବ୍ୟାଗ୍ ନିଜେ ଉଠାଇଲେ ସ୍ୱିଡେନ୍ର ରାଜା, ଦେଖନ୍ତୁ ଭାଇରାଲ ଫଟୋ
ଭିଡିଓରେ ଆଉ କିଛି ଲୋକଙ୍କ ପାଟି ମଧ୍ୟ ଶୁଣାଯାଉଛି, ଯେଉଁମାନେ ଯୁବକଙ୍କୁ ଗାଇଡ୍ କରୁଛନ୍ତି। ତେବେ କୂଅରେ ଏକ ସାପ ବୁଲୁଥିବା ମଧ୍ୟ ନଜର ଆସିଛି। ତଥାପି ସାପକୁ ଭୟ ନକରି ଯୁବକ ଜଣକ ମୟୂରର ଜୀବନ ବଞ୍ଚାଇଥିବାରୁ ତାଙ୍କ ସାହାସିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି।
ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । କାମଚଳା ବାଚସ୍ପତି…
ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ…
ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମା ଝିଅଙ୍କୁ ଆକ୍ରମଣ ଘଟଣା । ଆଖି ବୁଜିଲେ ଝିଅ, ମୃତ୍ୟୁ ସହ…
ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି…
ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ…
ଭଞ୍ଜନଗର (କେନ୍ୟୁଜ): ପୁଣି ବୁଲିଲା ବାଘ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଘ ଆତଙ୍କ । ସହର ନିକଟରେ ଥିବା…