Below header

ବୁଡ଼ିଯାଉଥିବା ମୟୂରକୁ ବଞ୍ଚାଇବାକୁ କୂଅକୁ ଡେଇଁଲେ ଯୁବକ, କିନ୍ତୁ ଭିତରେ ବସିଥିଲା ସାପ, ଦେଖନ୍ତୁ ଭିଡିଓରେ ତା’ପରେ କ’ଣ ଘଟିଲା

କୂଅରେ ବୁଡ଼ିଯାଉଥିବା ଏକ ମୟୂରକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବିପଦ ମୁହଁକୁ ଠେଲିଦେଇଛନ୍ତି ଜଣେ ଯୁବକ। କୂଅରେ ସାପ ଥିବା ଜାଣି ମଧ୍ୟ ମୟୂରକୁ ବଞ୍ଚାଇବାକୁ ସେ ଭିତରକୁ ଯିବାକୁ ହଁ ଭରିଥିଲେ। ଆଉ ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ କେତେକ ବନ୍ଧୁ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଗୋଟିଏ ଜୀବ ପାଇଁ କେହି ନିଜ ଜୀବନକୁ ବାଜି ଲଗାଇଥିବା ଘଟଣାକୁ ଲୋକେ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି।

ଦେଖନ୍ତୁ ଭିଡିଓ:

Video Courtesy: Crafoo TV

ଭିଡିଓଟି ତାମିଲନାଡ଼ୁର ତିରୁଚିରାପଲ୍ଲୀ ଜିଲ୍ଲାର ଥୁରାୟୁର ବୋଲି ଜଣାଯାଇଛି। ଏଠାରେ ଏକ ୩୦ ଫୁଟ ଗଭୀର ସାପ ଭର୍ତ୍ତି କୂଅ ଭିତରେ ମୟୂରଟିଏ ବୁଡ଼ିଯାଉଥିଲା। ଏହାଦେଖି ଜଣେ ଯୁବକ ମୟୂରକୁ ବଞ୍ଚାଇବାକୁ ବାହାରିଥିଲେ। ଏକ ରଶିରେ ନିଜକୁ ବାନ୍ଧି ସେ କୂଅ ଭିତରକୁ ଯାଇଥିଲେ ଓ ମୟୂରକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ନିଜ ବ୍ୟାଗ୍‌ ନିଜେ ଉଠାଇଲେ ସ୍ୱିଡେନ୍‌ର ରାଜା, ଦେଖନ୍ତୁ ଭାଇରାଲ ଫଟୋ

ଭିଡିଓରେ ଆଉ କିଛି ଲୋକଙ୍କ ପାଟି ମଧ୍ୟ ଶୁଣାଯାଉଛି, ଯେଉଁମାନେ ଯୁବକଙ୍କୁ ଗାଇଡ୍‌ କରୁଛନ୍ତି। ତେବେ କୂଅରେ ଏକ ସାପ ବୁଲୁଥିବା ମଧ୍ୟ ନଜର ଆସିଛି। ତଥାପି ସାପକୁ ଭୟ ନକରି ଯୁବକ ଜଣକ ମୟୂରର ଜୀବନ ବଞ୍ଚାଇଥିବାରୁ ତାଙ୍କ ସାହାସିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.