ସ୍ପେଶାଲ

ଗୋବର୍ଦ୍ଧନ ପୂଜା ସହ ଶ୍ରୀକୃଷ୍ଣଙ୍କର ରହିଛି ଅତି ନିବିଡ଼ ସମ୍ପର୍କ, ଜାଣନ୍ତୁ କ’ଣ କହୁଛି ପୌରାଣିକ କାହାଣୀ

ଦୀପାବଳି ଉତ୍ସବ ପର ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଗୋବର୍ଦ୍ଧନ ପୂଜା କରାଯାଇଥାଏ। ଶ୍ରୀକୃଷ୍ଣ ଇନ୍ଦ୍ରଦେବଙ୍କ ପ୍ରକୋପରୁ ଗୋକୁଳବାସୀଙ୍କୁ ବଞ୍ଚାଇବା ପାଇଁ ତର୍ଜନୀ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉଠେଇଥିଲେ। ସେବେଠାରୁ ଗୋବର୍ଦ୍ଧନ ପର୍ବ ପାଳନ କରିବା ପରମ୍ପରା ଚାଲିଆସିଛି। ଧାର୍ମିକ ବିଶ୍ୱାସ ଅନୁସାରେଏହି ପର୍ବତ ଏତେ ବଡ଼ ଯେ ସୂର୍ଯ୍ୟନାରାୟଣ ମଧ୍ୟ ଏହା ମଧ୍ୟରେ ଲୁଚି ଯାଉଥିଲେ। ଏହି ପୂଜା ବିଶେଷ ଭାବେ ଗାଈ ମାନଙ୍କୁ ସମର୍ପିତ କରାଯାଇଛି।

ଗୋବର୍ଦ୍ଧନ ପୂଜାରେ ଖାସ କରି ଗୋମାତାଙ୍କ ର ପୂଜା କରାଯାଏ। ହିନ୍ଦୁ ଧର୍ମ ଶାସ୍ତ୍ରରେ ଗୋ ମାତାଙ୍କୁ ବହୁତ ପବିତ୍ର ମନାଯାଏ। ଏମିତିକି ଗାଈକୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି ମନାଯାଏ। ଏମିତିରେ ଯେଉଁପରି ମାତା ଲକ୍ଷ୍ମୀ ସୁଖ ସମୃଦ୍ଧି ତଥା ଧନାଶିର୍ବାଦ ପ୍ରଦାନ କରିଥାନ୍ତି ସେହିପରି ଗୋମାତା ନିଜ କ୍ଷୀରରେ ସ୍ୱାସ୍ଥ୍ୟ ରୂପି ଧନ ପ୍ରଦାନ କରିଥାନ୍ତି। ଏମିତିରେ ଗାଈ ଦେହରେ ୩୦ କୋଟି ଦେବଦେବୀ ବସବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଏମିତିରେ ପ୍ରଭୁ ଶ୍ରୀକୃଷ୍ଣ ହିଁ ପ୍ରଥମେ ଏହି ପୂଜା ଆରମ୍ଭ କରିଥିଲେ।

ଏବେ ଜାଣନ୍ତୁ ଏହି ଗିରି ଗୋବର୍ଦ୍ଧନ ପର୍ବତ ପଛର ଏକ ସ୍ୱତନ୍ତ୍ର କାହାଣୀ..

୫ ହଜାର ବର୍ଷ ପୂର୍ବରୁ ଗୋବର୍ଦ୍ଧନ ପର୍ବତର ଉଚ୍ଚତା ୩୦ ହଜାର ମିଟର ଥିଲା। କିନ୍ତୁ ବର୍ତ୍ତମାନ ଏହାର ଉଚ୍ଚତା ୨୫ରୁ ୩୦ ମିଟର ରହିଛି। ବର୍ତ୍ତମାନ ଏହି ପର୍ବତର ଉଚ୍ଚତା ପ୍ରତିଦିନ ମୁଠାଏ ଲେଖାଏ କମି କମିଯାଉଛି। ଜଣେ ଋଷିଙ୍କ ଅଭିଶାପ ଯୋଗୁଁ ପର୍ବତର ଉଚ୍ଚତା ହ୍ରାସ ପାଉଛି ବୋଲି କୁହାଯାଏ। ଏକ ଧାର୍ମିକ କଥା ଅନୁସାରେ, ଥରେ ପୂଲସ୍ତ୍ୟ ଋଷି ଗିରିରାଜ ପର୍ବତ ଦେଇ ଯାଉଥିଲେ। ପର୍ବତର ସୌନ୍ଦର୍ଯ୍ୟ ତାଙ୍କୁ ଆକୃଷ୍ଟ କରିଥିଲା। ପୂଲସ୍ତ୍ୟ ଋଷି ଦ୍ରୋଣାଞ୍ଚଳଙ୍କୁ ଅନୁରୋଧ କରିଥିଲେ ଯେ ସେ କାଶୀରେ ରହିବାକୁ ଚାହୁଁଛନ୍ତି ଏବଂ ସେ ନିଜ ପୁତ୍ର ଗୋବର୍ଦ୍ଧନ ତାଙ୍କୁ ଦେଇଦିଅନ୍ତୁ। ସେ ଏହାକୁ କାଶୀରେ ସ୍ଥାପିତ କରିବାକୁ ଚାହୁଁଛନ୍ତି। ଦ୍ରୋଣାଞ୍ଚଳ ଏହା ଶୁଣି ବହୁତ ଦୁଃଖୀ ହେଲେ। ଗୋବର୍ଦ୍ଧନ ଋଷିଙ୍କୁ କହିଲେ ଯେ ସେ ତାଙ୍କ ସହ ଯିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସେ କହିଥିଲେ ଯେ, ତାଙ୍କୁ ସେ ଯେଉଁଠାରେ ରଖିବେ ସେ ସେଠାରେ ସ୍ଥାପିତ ହୋଇଯିବେ। ପୂଲସ୍ତ୍ୟ ଋଷି ପ୍ରତିଶୃତି ଦେଲେ। ଗୋବର୍ଦ୍ଧନ କହିଥିଲେ ‘ମୁଁ ଦୁଇ ଯୋଜନ ଉଚ୍ଚ ଓ ପାଞ୍ଚ ଯୋଜନ ଚଉଡା। ଆପଣ ମୋତେ କାଶୀ କେମିତି ନେଇଯିବେ ? ପୂଲସ୍ତ୍ୟ ଜବାବ ଦେଲେ ଯେ ସେ ନିଜ ତପୋବଳ ବଳରେ ତାଙ୍କୁ ପାପୁଲିରେ ନେଇଯିବେ।

ରାସ୍ତାରେ ବ୍ରିଜ ଧାମ ପଡିଲା। ସେତେବେଳେ ଗୋବର୍ଦ୍ଧନଙ୍କୁ ମନେପଡ଼ିଲା ଯେ ଭଗବାନ ଶ୍ରୀକୃଷ୍ଣ ଏଠାରେ ବାଲ୍ୟକାଳରେ ଲୀଳା କରୁଥିଲେ। ଗୋବର୍ଦ୍ଧନ ପୂଲସ୍ତ୍ୟଙ୍କ ପାପୁଲିରେ ଧୀରେ ଧୀରେ ଓଜନିଆ ହେବାକୁ ଲାଗିଲା। ଯାହାଫଳରେ ତାଙ୍କ ତପସ୍ୟା ଭାଙ୍ଗିଗଲା। ପୂଲସ୍ତ୍ୟ ଗୋବର୍ଦ୍ଧନ ପର୍ବତକୁ ସେଠାରେ ରଖିଦେଲେ ଓ ତାଙ୍କୁ ଦେଇଥିବା ପ୍ରତିଶୃତି ଭାଙ୍ଗିଦେଲେ। କିଛି ସମୟରେ ପୂଲସ୍ତ୍ୟ ଗୋବର୍ଦ୍ଧନକୁ ଉଠାଇବାକୁ ବହୁତ ଚେଷ୍ଟା କଲେ କିନ୍ତୁ ପାରିଲେନି। ସେତେବେଳେ ପୂଲସ୍ତ୍ୟ ରାଗିଯାଇ ଗୋବର୍ଦ୍ଧନକୁ ଅଭିଶାପ ଦେଇଥିଲେ ଯେ ତାଙ୍କର ବିଶାଳକାୟ ଉଚ୍ଚତା ଦୈନିକ ଟିକିଏ ଟିକିଏ ହ୍ରାସ ପାଇବ। ସେବେଠାରୁ ଗୋବର୍ଦ୍ଧନ ପର୍ବତର ଉଚ୍ଚତା ହ୍ରାସ ପାଇବାରେ ଲାଗିଛି।

ହିନ୍ଦୁ ଧର୍ମରେ ଗୋବର୍ଦ୍ଧନ ପର୍ବତ ପରିକ୍ରମାର ଅନେକ ମହତ୍ତ୍ୱ ରହିଛି। ଯଦି କୌଣସି ବ୍ୟକ୍ତି ଚାରି ଧାମ ଯାତ୍ରା କରିନପାରନ୍ତି ତାହେଲେ ସେ ଗୋବର୍ଦ୍ଧନ ପର୍ବତ ପରିକ୍ରମା ନିଶ୍ଚୟ କରିବା ଉଚିତ। ଏହାଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ। ଗୋବର୍ଦ୍ଧନ ପର୍ବତ ପାଖାପାଖି ୧୦ କିଲୋମିଟର ଯାଏଁ ବିସ୍ତାର କରିଛି। ଗୋବର୍ଦ୍ଧନ ପର୍ବତ ପରିକ୍ରମା ୨୧ କିମି ରହିଥାଏ ଯାହାକୁ ବୁଲିବା କ’ଣ ପାଇଁପାଇଁ ପାଖାପାଖି ୫ରୁ ୬ ଘଣ୍ଟା ସମୟ ଲାଗିଥାଏ। ଏହି ପର୍ବତ ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଦୁଇ ରାଜ୍ୟ ମଧ୍ୟରେ ବିଭାଜିତ।

D Sonali

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

31 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

33 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago