ଦେଶ ବିଦେଶ

ଓଲଟିପଡିଥିବା ଗାଡିରୁ ତେଲ ଚୋରି କରିବା ପଡିଲା ମହଙ୍ଗା; ବାସନରେ ତେଲ ଭରିବା ବେଳେ ଫାଟିଲା ଟାଙ୍କି, ଉଡିଲା କଙ୍କାଳ

ମଧ୍ୟପ୍ରଦେଶ ଖରଗୋନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରତ ପେଟ୍ରୋଲିୟମ ଡିଜେଲ ବୋଝେଇ ଗାଡି ଓଲଟି ପଡିବାରୁ ତେଲ ଚୋରି କରୁଥିଲେ ଲୋକେ। ଏହି ସମୟରେ ହଠାତ୍‌ ଟାଙ୍କିଟି ଫାଟିଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ଅନୁଯାୟୀ, ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ବିଷ୍ଟାନ ଥାନା ଅଞ୍ଚଳରେ ଅନିୟନ୍ତ୍ରିତ ହୋଇ ତେଲ ଟ୍ୟାଙ୍କର ଓଲଟିପଡିଥିଲା। ଗାଡି ଓଲଟିପଡିବା ପରେ ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଥିଲେ। ଗାଡିଟି ଡିଜେଲରେ ଫୁଲ ଥିବା ଯୋଗୁଁ ଲୋକେ ଆସି ବୋହିବାକୁ ଲାଗିଥିଲେ । ଏହି ସମୟରେ ଗାଡିର ଟାଙ୍କି ଫାଟିଥିଲା। ଆଉ ସମସ୍ତେ ଏତେତେଣେ ଛିଟିକି ପଡିଥିଲେ। ଦୁଇ ଜଣ ଘଟଣାସ୍ଥଳରେ ମରିଥିବା ବେଳେ ଅନ୍ୟ ଗୁରୁତରମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଗାଡିର ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ଗାଡି ପହଞ୍ଚିଛି। ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ୭ ଜଣ ପିଲା ଏବଂ ୧୩ ଜଣ ମହିଳା ରହିଛନ୍ତି। ଯେଉଁମାନେ ଗୁରୁତର ରହିଛନ୍ତି ସେମାନଙ୍କୁ ଇନ୍ଦୋର ହସପିଟାଲକୁ ପଠାଯାଇଛି।

ଏହି ଟ୍ୟାଙ୍କର ନିଆଁ ଲିଭିବା ପରେ ଘଟଣା ସ୍ଥଳରେ ଜଣେ ଯୁବତୀଙ୍କ କଙ୍କାଳ ଦେଖିବାକୁ ମିଳିଥିଲା। ଅନ୍ୟ ଜଣେ ମୃତକ ହସପିଟାଲରେ ହିଁ ମୃତ୍ୟୁବରଣ କରିଥିଲେ।

ଏହି ଘଟଣା ବିଷୟରେ ଜାଣିବା ପରେ ଜିଲ୍ଲାପାଳ କୁମାର ପୁରୁଷୋତ୍ତମ ଏବଂ ଏସପି ଧର୍ମବୀର ସିଂ ଯାଦବ ହସପିଟାଲରେ ପହଞ୍ଚିଲେ। ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ତେଲ ଗାଡି ବିସ୍ଫୋରଣ ସର୍ଟ ସର୍କିଟ ଯୋଗୁଁ ହୋଇଛି।

Also Read : ଦେଶୀ ବୋମାକୁ ବଲ୍‌ ଭାବି ଖେଳୁଥିଲେ ପିଲା, ହଠାତ୍‌ ହାତରେ ଫାଟିଲା ବୋମା : ଜଣେ ମୃତ

Swagatika

Recent Posts

ଜମ୍ମୁ କଶ୍ମୀର : ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ, ୧୦ ମୃତ, ୩୩ ଗୁରୁତର

ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାରେ ତୀର୍ଥ ଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏଥିରେ ୧୦ ଜଣଙ୍କ…

6 mins ago

Vi ଦେଉଛି ବଢ଼ିଆ ଡିଲ୍‌, ପୂରା ବର୍ଷ ପାଇଁ ମିଳିବ ରିଚାର୍ଜ ଅଫର

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବଡ଼ ଟେଲିକମ୍ କମ୍ପାନୀ । Viର କମ୍ ଗ୍ରାହକ ଥିଲେ ମଧ୍ୟ ଏହା…

19 mins ago

ହସ୍ପିଟାଲ ବେଡ୍‌ରୁ ଚୋରି ଶିଶୁ ଉଦ୍ଧାର, ସିସିଟିଭି ପାଇଁ ଧରାପଡିଲା ଚୋର

ବାଲେଶ୍ୱର(କେନ୍ୟୁଜ): ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ୱର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

22 mins ago

ଓଲଟିଲା ଅମୃତଭଣ୍ଡା ଵୋଝେଇ ଟ୍ରକ, ଜଣେ ମୃତ

ସୋରୋ: ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆ ଠାରେ ଅମୃତଭଣ୍ଡାଵୋଝେଇ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି…

38 mins ago

ମେଡିକାଲରୁ ଚୋରି ଶିଶୁ ଉଦ୍ଧାର, ଆଶାକର୍ମୀ ଅଟକ

ବାଲେଶ୍ବର: ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ବର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

1 hour ago

ଲୁଟେରାଙ୍କ ଆତଙ୍କ ନେଇ ଚିନ୍ତାରେ ଜନ ସାଧାରଣ, ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ): ଥମୁନି ଲୁଟେରାଙ୍କ ଆତଙ୍କ । ଦିନ ଦ୍ୱିପ୍ରହରରେ ଲୁଟିବା ପାଇଁ ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ । ଯଦି…

1 hour ago