ଓଲଟିପଡିଥିବା ଗାଡିରୁ ତେଲ ଚୋରି କରିବା ପଡିଲା ମହଙ୍ଗା; ବାସନରେ ତେଲ ଭରିବା ବେଳେ ଫାଟିଲା ଟାଙ୍କି, ଉଡିଲା କଙ୍କାଳ

ମଧ୍ୟପ୍ରଦେଶ ଖରଗୋନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରତ ପେଟ୍ରୋଲିୟମ ଡିଜେଲ ବୋଝେଇ ଗାଡି ଓଲଟି ପଡିବାରୁ ତେଲ ଚୋରି କରୁଥିଲେ ଲୋକେ। ଏହି ସମୟରେ ହଠାତ୍ ଟାଙ୍କିଟି ଫାଟିଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଖବର ଅନୁଯାୟୀ, ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ବିଷ୍ଟାନ ଥାନା ଅଞ୍ଚଳରେ ଅନିୟନ୍ତ୍ରିତ ହୋଇ ତେଲ ଟ୍ୟାଙ୍କର ଓଲଟିପଡିଥିଲା। ଗାଡି ଓଲଟିପଡିବା ପରେ ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଥିଲେ। ଗାଡିଟି ଡିଜେଲରେ ଫୁଲ ଥିବା ଯୋଗୁଁ ଲୋକେ ଆସି ବୋହିବାକୁ ଲାଗିଥିଲେ । ଏହି ସମୟରେ ଗାଡିର ଟାଙ୍କି ଫାଟିଥିଲା। ଆଉ ସମସ୍ତେ ଏତେତେଣେ ଛିଟିକି ପଡିଥିଲେ। ଦୁଇ ଜଣ ଘଟଣାସ୍ଥଳରେ ମରିଥିବା ବେଳେ ଅନ୍ୟ ଗୁରୁତରମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଗାଡିର ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ଗାଡି ପହଞ୍ଚିଛି। ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ୭ ଜଣ ପିଲା ଏବଂ ୧୩ ଜଣ ମହିଳା ରହିଛନ୍ତି। ଯେଉଁମାନେ ଗୁରୁତର ରହିଛନ୍ତି ସେମାନଙ୍କୁ ଇନ୍ଦୋର ହସପିଟାଲକୁ ପଠାଯାଇଛି।
MP: Fire breaks out in fuel tanker; 2 dead, over 20 injured
Read @ANI Story | https://t.co/zu7mNjJass#Fire #MadhyaPradesh pic.twitter.com/WhvrO0V9eV
— ANI Digital (@ani_digital) October 26, 2022
ଏହି ଟ୍ୟାଙ୍କର ନିଆଁ ଲିଭିବା ପରେ ଘଟଣା ସ୍ଥଳରେ ଜଣେ ଯୁବତୀଙ୍କ କଙ୍କାଳ ଦେଖିବାକୁ ମିଳିଥିଲା। ଅନ୍ୟ ଜଣେ ମୃତକ ହସପିଟାଲରେ ହିଁ ମୃତ୍ୟୁବରଣ କରିଥିଲେ।
ଏହି ଘଟଣା ବିଷୟରେ ଜାଣିବା ପରେ ଜିଲ୍ଲାପାଳ କୁମାର ପୁରୁଷୋତ୍ତମ ଏବଂ ଏସପି ଧର୍ମବୀର ସିଂ ଯାଦବ ହସପିଟାଲରେ ପହଞ୍ଚିଲେ। ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ତେଲ ଗାଡି ବିସ୍ଫୋରଣ ସର୍ଟ ସର୍କିଟ ଯୋଗୁଁ ହୋଇଛି।
Also Read : ଦେଶୀ ବୋମାକୁ ବଲ୍ ଭାବି ଖେଳୁଥିଲେ ପିଲା, ହଠାତ୍ ହାତରେ ଫାଟିଲା ବୋମା : ଜଣେ ମୃତ