ଦେଶୀ ବୋମାକୁ ବଲ୍ ଭାବି ଖେଳୁଥିଲେ ପିଲା, ହଠାତ୍ ହାତରେ ଫାଟିଲା ବୋମା : ଜଣେ ମୃତ

କୋଲକତାର ଉତ୍ତର ବେରକପୁର ପାଖରେ ଦେଶୀ ବୋମା ବିସ୍ଫୋରଣରେ ୭ ବର୍ଷର ପିଲା ମୃତ। ଏହି ଘଟଣାରେ ଆଉ ଜଣେ ପିଲା ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପିଲାମାନେ ବୋମାକୁ ବଲ୍ ଭାବି ଖେଳୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ଘଟଣା ପରେ ପିଲାମାନଙ୍କୁ ତୁରନ୍ତ ଭାଟପାରା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରୁ ତାଙ୍କୁ କୋଲକତା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ପୋଲିସ ଯାଞ୍ଚ ଆରମ୍ଭ କରିଛି।
ଖବର ମୁତାବକ, ପଶ୍ଚିମବଙ୍ଗର କୋଲକତା ଠାରୁ ୩୫ କିମି ଦୂର ଉତ୍ତର ବେରକପୁରରେ ଦୁଇ ଜଣ ପିଲା ଏକ ଦେଶୀ ବୋମାକୁ ବଲ୍ ଭାବି ଖେଳୁଥିଲେ। ପିଲାମାନେ ଏହାକୁ ଖେଳୁଥିବା ସମୟରେ ବୋମାଟି ହଠାତ୍ ଫାଟିଯାଇଥିଲା। ଫଳରେ ପିଲାମାନେ ଝିଟକି ପଡିଥିଲେ। ବିସ୍ଫୋରଣ ପରେ ପିଲାମାନଙ୍କୁ ସ୍ଥାନୀୟ ଲୋକ ତୁରନ୍ତ ଭାଟପାରା ସରକାରୀ ମେଡିକାଲକୁ ନେଇଥିଲେ। କିନ୍ତୁ ସେଠାରୁ ସେମାନଙ୍କୁ କୋଲକତା ମେଡିକାଲକୁ ସ୍ଥାନାନ୍ତର କରିଯାଇଥିଲା। ମେଡିକାଲରେ ଡାକ୍ତର ଜଣେ ପିଲାକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ପିଲା ଗୁରୁତର ଥିବା ଜଣାପଡିଛି। ତେବେ ମୃତ ପିଲାର ବୟସ ୭ ବର୍ଷ ଏବଂ ଗୁରୁତର ଆହତ ଥିବା ପିଲାର ବୟସ ୧୦ ବର୍ଷ ବୋଲି ଖବର ମିଳିଛି। ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି।
A seven-year-old boy was killed while a 10-year-old was seriously injured after a country-made bomb exploded when they mistook it for a ball near #Barrackporehttps://t.co/FlGA8AtHvY
— Hindustan Times (@htTweets) October 25, 2022
ଗୁରୁତର ଆହତ ହୋଇଥିବା ପିଲାର ଜେଜେ ମା’ କହିଛନ୍ତି, ପିଲାଟି ସକାଳୁ ଉଠି ରେଲେଓ୍ଵ ଟ୍ରାକ ନିକଟକୁ ଖେଳିବାକୁ ଯାଇଥିଲା। କାଳିପୂଜା ଥିବାରୁ ଦୁହେଁ ସାଙ୍ଗ ମିଶି ବିନା ଜଳିଥିବା ବାଣ ଦେଖିଥିଲେ। ଏହି ସମୟରେ ହାତରେ ବୋମାଟି ବିସ୍ଫୋରଣ ହୋଇଥିଲା। ତେବେ ଏହି ରେଲେଓ୍ଵ ଟ୍ରାକ ନିକଟରେ ପୋଲିସ ଏକ ଝୁପୁଡି ଘରେ ଦେଶୀ ବୋମା ଲୁଚାଇଥିବା ରେଳବାଇ ପୋଲିସ ଜବତ କରିଛି।
Also Read : ଗଳିରେ ବାଣ ଫୁଟାଇବାକୁ ମନା କରୁଥିଲେ ଯୁବକ, ରାଗରେ ଛୁରୀ ମାରି ହତ୍ୟା କଲେ ୩ ସାଙ୍ଗ