ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାରପିଟ୍‌, ମହିଳାଙ୍କ ଗର୍ଭପାତ ଅଭିଯୋଗ

ଭୁବନେଶ୍ୱର(କେନ୍ୟୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାରପିଟ୍‌ । ମାରପିଟ୍‌ରେ ମହିଳାଙ୍କ ଗର୍ଭପାତ ଅଭିଯୋଗ । ଭୁବନେଶ୍ୱର ପାହଳ ଥାନା ବାଙ୍ଗୁଆରି ଗାଁରୁ ଆସିଛି ଏପରି ଅଭିଯୋଗ । ଗତ ୨ ତାରିଖରେ ସୋନାଲି ପଣ୍ଡା, ଏବଂ ତାଙ୍କ ପରିବାର ଲୋକଙ୍କୁ କିଛି ଲୋକ ମାରପିଟ କରିଥିଲେ । ଏଥିରେ ସୋନାଲିଙ୍କ ଗର୍ଭପାତ ହୋଇଥିବା ଅଭିଯୋଗ ହୋଇଛି ।

ବର୍ତ୍ତମାନ ସେ କଟକସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସିତ ହେଉଛନ୍ତି । ତେବେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା କହିଛନ୍ତି ପୀଡିତ ପରିବାର । ସେପଟେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲିଛି ବୋଲି କହିଛନ୍ତି ପାହାଳ ଥାନା ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.