ଗଳିରେ ବାଣ ଫୁଟାଇବାକୁ ମନା କରୁଥିଲେ ଯୁବକ, ରାଗରେ ଛୁରୀ ମାରି ହତ୍ୟା କଲେ ୩ ସାଙ୍ଗ

ମୁମ୍ବାଇର ଶିବାଜୀ ନଗରରେ ଯୁବକଙ୍କୁ ଦି ଦ୍ୱିପ୍ରହରରେ ହତ୍ୟା କଲେ ତିନି ଜଣ ପିଲା। ଏହି ତିନି ଜଣ ପିଲା ଗଳିରେ ବସି ବାଣ ଫୁଟାଉଥିଲେ, ଯୁବକ ଜଣକ ଏମିତି କରିବାକୁ ମନା କରିବାକୁ ଯୁବତଙ୍କୁ ଛୁରୀ ଭୁସି ହତ୍ୟା କଲେ ପିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ମାମଲାର ତଦନ୍ତ କରୁଛି।

ଖବର ମୁତାବକ, ମୁମ୍ବାଇର ଶିବାଜୀ ନଗର ଅଞ୍ଚଳର ବାରଦାତ ନଟବର ପାରେଖ କମାଉଣ୍ଡ ବିଲିଡିଂ ନଂ ୧୫ ବି ପାଖରେ ସୋମବାର ଦିନ ଦ୍ୱିପ୍ରହରରେ ବାଣ ଫୁଟାଉଥିଲେ ୩ ଜଣ ପିଲା। କାଚ ବୋତଲରେ ବାଣ ରଖି ଫୁଟାଉଥିଲେ ପିଲାମାନେ। ତେବେ ସୁନୀଲ ନାମକ ଜଣେ ଯୁବକ ଏମିତି କରିବାକୁ ବାରଣ କରିଥିଲେ। ସୁନୀଲ ଏହାକୁ ବାରଣ କରିବା ପରେ ପିଲାମାନେ ପଳାଇଥିଲେ। ହେଲେ ପୁଣି ଥରେ ଆସି ଏମିତି କାମ କରିଥିଲେ। ସୁନୀଲ ଯେତେବେଳେ ଏମିତି କରିବାକୁ ମନା କରିଥିଲେ, ସେତେବେଳେ ଏହି ପିଲାମାନେ ମିଶି ସୁନୀଲଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଆଉ ଏମାନେ ସୁନୀଲଙ୍କ ବେକକୁ ଜାବୁଡି ଧରି ମାରପିଟ୍‌ କରିଥିଲେ। ମାରିପିଟ୍‌ କରିବା ପରେ ଏମାନଙ୍କ ମଧ୍ୟରୁ ଜଣେ ପିଲା ଛୁରୀରେ ସୁନୀଲଙ୍କୁ ଆକ୍ରମଣ କରିଥିଲା। ସୁନୀଲ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ। ହସପିଟାଲରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ଏହି ଘଟଣାରେ ୨ ଜଣ ପିଲାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣ ଫେରାର ରହିଛି। ଫେରାର ଥିବା ପିଲାକୁ ପୋଲିସ ଖୋଜୁଛି। ତେବେ ଏହି ୩ ଜଣ ପିଲାଙ୍କ ବୟସ ୧୨, ୧୪, ୧୫ ବର୍ଷ ବୋଲି ପୋଲିସ ଅନୁମାନ କରୁଛି। ପୋଲିସ ମୃତ ସୁନୀଲଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ଗୁରୁତର ସହିତ ଯାଞ୍ଚ କରୁଛି ପୋଲିସ।

Also Read : ଆମେରିକାର ଏକ ସ୍କୁଲରେ ଆଖିବୁଜା ଗୁଳିଚାଳନା, ଶିକ୍ଷକ ଓ ଛାତ୍ରୀ ମୃତ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.