ଗଞ୍ଜାମ ପୁରୁଷୋତ୍ତମପୁର ଷୋଳଘର ନିକଟ ଋଷିକୂଲ୍ୟା ନଦୀରେ ଅଘଟଣ: ଗାଧୋଉଥିବାବେଳେ ଭାସିଗଲେ ୨ ଭାଇ

ବ୍ରହ୍ମପୁର(କେନ୍ୟୁଜ୍): ନଦୀରେ ଗାଧୋଉଥିବାବେଳେ ଭାସିଗଲେ ୨ ଭାଇ । ସାନଭାଇ ଉଦ୍ଧାର, ବଡ଼ଭାଇ ଏବେ ବି ନିଖୋଜ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଷୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ଅଘଟଣ । ସକାଳୁ ୨ ଭାଇ ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ସାନ ଭାଇକୁ ଉଦ୍ଧାର କରିଥିବା ବେଳେ ବଡ଼ଭାଇ ଏବେ ବି ନିଖୋଜ ରହିଛନ୍ତି । ନିଖୋଜ ଯୁବକ ଜଣକ ହେଲେ ସୁମିତ ମହାନ୍ତି । ସୁମିତଙ୍କୁ ଖୋଜିବାରେ ଲାଗିଛନ୍ତି ଅଗ୍ନିଶମ ବିଭାଗର ଟିମ୍‌ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ବିଡ଼ିଓ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.