ଆମେରିକାର ଏକ ସ୍କୁଲରେ ଆଖିବୁଜା ଗୁଳିଚାଳନା, ଶିକ୍ଷକ ଓ ଛାତ୍ରୀ ମୃତ

ଆମେରିକାର ସେଣ୍ଟ ଲୁଇସ ହାଇସ୍କୁଲରେ ଗୁଳିକାଣ୍ଡ। ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସ୍କୁଲରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଳିକାଣ୍ଡ ଘଟଣାଇଥିବା ବ୍ୟକ୍ତିଙ୍କୁ ପୋଲିସ ଗୁଳି କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।
ଆମେରିକାରେ ଗୁଳିକାଣ୍ଡ ଘଟଣା କମୁନି। ତେବେ ରିପୋର୍ଟ ମୁତାବକ, ଆମେରିକାର ମଧ୍ୟ ପଶ୍ଚିମ ମସୌରୀର ସେଣ୍ଟ ଲୁଇସ ହାଇସ୍କୁଲ ଭିତରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଗୁଳିକାଣ୍ଡ କରିଥିଲେ। ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣକାରୀକୁ ପୋଲିସ ଗୁଳି କରିଛି। ସେଣ୍ଟ ଲୁଇସ ପୋଲିସ କହିବା ମୁତାବକ, ଏହି ସ୍କୁଲର ଜଣେ ଶିକ୍ଷକ ଏବଂ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।
ଏହି ଘଟଣା ସମୟରେ ଅନେକ ସମୟରେ ଅନେକ ଛାତ୍ରଛାତ୍ରୀ ନିଜ ଶ୍ରେଣୀରେ ବନ୍ଦ ରହିଥିଲେ। ତେବେ ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନି। କିନ୍ତୁ ଘଟଣା ଘଟାଇଥିବା ଯୁବକଙ୍କ ବୟସ ପାଖାପାଖି ୨୦ ବର୍ଷ ହେବ ବୋଲି ଜଣାପଡିଛି। ତେବେ କ’ଣ ପାଇଁ ଆଉ କେଉଁ ପରିସ୍ଥିତିରେ ଯୁବକ ଜଣକ ଗୁଳିକାଣ୍ଡ କରିଥିଲେ, ତାହା ଜଣାପଡିନାହିଁ।
America School Firing Death Teacher And Student Police Also Killed The Attacker https://t.co/b9tiT5SKUb
— UNEWS (@UNEWS_STODIO) October 25, 2022
ତେବେ ଆମେରିକାର ସ୍କୁଲରେ ଗୁଳିକାଣ୍ଡ କିଛି ନୂଆ କଥା ନୁହେଁ। ମଇ ମାସରେ ଆମେରିକାର ଟେକ୍ସାସ ସ୍କୁଲରେ ଫାୟାରିଂ ହେବା ଯୋଗୁଁ ୧୮ ପିଲାଙ୍କ ସମସେତ ୨୧ ଜଣଙ୍କର ଜୀବନ ଚାଲିଯାଇଥିଲା। ସ୍କୁଲ ଭିତରେ ପଶି ୧୮ ବର୍ଷୀୟ ଜଣେ ଯୁବକ ଫାୟାରିଂ କରିଥିଲେ। ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀରେ ପଢୁଥିବା ପିଲାଙ୍କୁ ଗୁଳିମାରିଥିଲା ଯୁବକ।
ସୂଚନାଯୋଗ୍ୟ, ଆମେରିକାରେ ଲଗାତର ଭାବେ ଗୁଳିମାଡ ଘଟଣା ବଢିବାରେ ଲାଗିଛି । କିଛିଦିନ ତଳେ ଉତ୍ତର ମେରୀଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲେ । ଏହାସହ ଜଣେ ଗୁରୁତର ହୋଇଥିଲେ ।
ସେହିପରି ଗତ ମାସରେ ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ । ସେହିପରି ଏକ ହସ୍ପିଟାଲରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଏକାଧିକ ମୃତାହତ ହୋଇଥିଲେ । ଆହୁରି ମଧ୍ୟ ଏକ ସପିଂ ମଲ୍ ଓ ଶ୍ମଶାନରେ ଗୁଳିକାଣ୍ଡ ଖବର ଆସିଥିଲା ।
Also Read : ଭାରତ ପାଇଁ ଗର୍ବ, ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ରିଷି ସୁନକ