ଭାରତ ପାଇଁ ଗର୍ବ, ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ରିଷି ସୁନକ

ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେଲେ ରିଷି ସୁନକ। ସୁନକ ପେନି ମୋର୍ଡାଣ୍ଟକୁ ହରାଇ ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ଅକ୍ଟୋବର ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ରିଷି।
ରିଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ପେନି ମୋର୍ଡାଣ୍ଟ ତାଙ୍କଠୁ ବହୁ ପଛରେ ରହିଥିଲେ। ମୋର୍ଡାଣ୍ଟ ନିଜ ନାଁ ପ୍ରତ୍ୟାହାର କରିବା ପରେ ସୁନକ ୟୁକେର ପ୍ରଧାନମନ୍ତ୍ରୀ ହେବାର ବାଟ ପରିଷ୍କାର ହୋଇଥିଲା। ରିଷି ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
BREAKING: Rishi Sunak is new UK Prime Minister. He’ll be the first British-Asian PM & first Hindu PM, and at 42, the youngest PM in modern times. I’ve backed @RishiSunak for a long time, think he’s the right guy for the job, and wish him every success. pic.twitter.com/oNfKXlk9R2
— Piers Morgan (@piersmorgan) October 24, 2022
ବ୍ରିଟେନ୍ର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ରିଷି ସୁନକ । ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବ୍ରିଟେନରେ ପୁଣି ରାଜନୈତିକ ସଂକଟ ଦେଖାଦେଇଥିଲା । ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାର ମାତ୍ର ୪୪ ଦିନ ପରେ ପଦରୁ ଇସ୍ତଫା ଦେଇଥିଲେ ଲିଜ ଟ୍ରସ । ଦେଶରେ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ସେ ଶାସନ ଭାର ସମ୍ଭାଳିଥିଲେ ।