ଢେଙ୍କାନାଳ : ବାଣ ଦୋକାନରେ ବିସ୍ଫୋରଣ ଯୋଗୁ ୧୨ ଆହତ,୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ

ଢେଙ୍କାନାଳ (କେନ୍ୟୁଜ ) : ଦୀପାବଳିରେ ଢେଙ୍କାନାଳ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବାଣ ଦୋକାନରେ ବିସ୍ଫୋରଣ ଘଟି ୧୨ ଜଣ ଆହତ ହୋଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଜଣେ ଗୁରୁତର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ସୁଆଁଳ ଗାଁରେ ଘଟିଛି ଏପରି ଘଟଣା ।

ସୂଚନା ଅନୁଯାୟୀ, ବଡ଼ସୁଆଁଳ ଗାଁରେ ଶିଶିର ପାଲ ବାଣ ଦୋକାନ କରିଥିଲେ। ବନ କିଣା ବିକା ଚାଲିଥିବା ବେଳେ କୌଣସି କାରଣରୁ ହଠାତ୍‌ ଦୋକାନରେ ବିକ୍ରି ହେଉଥିବା ବାଣ ବିସ୍ଫୋରଣ ହୋଇଥିଲା। ଚାହୁଁଚାହୁଁ ଆଖପାଖ ଅଞ୍ଚଳରେ ବିସ୍ଫୋରଣ ଯୋଗୁ ଜିନିଷପତ୍ର ଛିଟିକି ପଡ଼ିଥିଲା।

ଦୋକାନ ଆଖ ପାଖରେ ଥିବା ପ୍ରାୟ ୧୨ ଜଣ ଲୋକ ଏଥିରେ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିସ୍ଫୋରଣ ଶବ୍ଦ ଶୁଣି ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। କିଛି ସମୟ ପରେ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।

ବିସ୍ଫୋରଣରେ ଗୁରୁତର ହୋଇଥିବା ୪ ଜଣଙ୍କୁ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ହେଲେ ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ, ତାଙ୍କର ୯ ବର୍ଷର ପୁଅ ପ୍ରତୀକ ଓ ଅନ୍ୟ ଜଣେ ନାବାଳିକା ଅନ୍ୱେଷା ପାଲଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.