Categories: ସ୍ପେଶାଲ

ପୃଥିବୀକୁ ଧ୍ୱଂସ କରିପାରେ ଏପୋଫିସ୍‌ ଉଲ୍‌କାପିଣ୍ଡ! NASA ଜାରି କଲା ତାରିଖ

ଉଲ୍‌କାପିଣ୍ଡ ‘ଏପୋଫିସ୍‌’କୁ ‘GOD of disturbances’ ବୋଲି କୁହାଯାଏ। ଅର୍ଥାତ୍‌ ଏହା ପୃଥିବୀକୁ ଧ୍ୱଂସ କରିପାରେ। ଏପୋଫିସ୍‌ ପୃଥିବୀ ସହ ଧକ୍କା ହେଲେ ଲକ୍ଷ ଲକ୍ଷ ଲୋକଙ୍କର ଦୁନିଆରୁ ଚିହ୍ନବର୍ଣ୍ଣ ଲିଭିଯିବ ବୋଲି ସ୍ପେସ୍‌ ଏଜେନ୍ସି ନାସା (NASA) କହିଛି। ନାସା ଅନୁସାରେ, ୧୦ଟି ଅଲଗା ଅଲଗା ଦିନରେ ଏହା ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ଅଛି।

ଦୁନିଆର ଏ ହେବ ବିନାଶକାରୀ

ନାସା ପୂର୍ବରୁ ହିଁ ଏପୋଫିସ୍‌ ଉଲ୍‌କାପିଣ୍ଡ ବିଷୟରେ ଚେତାବନୀ ଦେଇଥିଲା। ସୌରମଣ୍ଡଳରେ ଲମ୍ବା ସମୟରୁ ରହିଥିବା ଏହି ଉଲ୍‌କାପିଣ୍ଡ ପୃଥିବୀ ପାଇଁ ବିପଦ ସାଜିଛି। ମିଡିଆ ରିପୋର୍ଟ ମୁତାବକ, ଯଦି ଆଜି ଉଲ୍‌କାପିଣ୍ଡ ପୃଥିବୀ ସହ ଧକ୍କା ହୁଏ, ଏହା ପୃଥିବୀ ପାଇଁ ବିନାଶକାରୀ ପ୍ରମାଣିତ ହେବ। ପୃଥିବୀକୁ କୌଣସି ବି ଏଭଳି ଦିନରୁ ବଞ୍ଚାଇବା ପାଇଁ ନାସା ଉଲ୍‌କାପିଣ୍ଡର ଗତିବିଧି ଉପରେ ନଜର ରଖିଛି।

ଏହାସହ ପଢ଼ନ୍ତୁ: ମାତ୍ର ୧୨ ବର୍ଷ ବୟସରେ ଡାଟା ସାଇଣ୍ଟିଷ୍ଟ୍‍ ହେଲେ ସିଦ୍ଧାର୍ଥ! ଜାଣନ୍ତୁ ତାଙ୍କ ସଫଳତାର କାହାଣୀ

କାହିଁକି ରଖାଯାଇଛି ‘GOD of disturbances’

ନାସାର ଅଟୋମେଟେଡ୍‌ ଓ୍ଵାର୍ଣ୍ଣିଙ୍ଗ୍‌ ସିଷ୍ଟମ୍‌ ଦ୍ୱାରା ଟ୍ରାକ୍‌ କରାଯାଇଥିବା ଏହି ଉଲ୍‌କାପିଣ୍ଡ ଏ ପଯ୍ୟର୍ନ୍ତ ସବୁଠାରୁ ବଡ଼ ଉଲ୍‌କାପିଣ୍ଡ ଅଟେ। ଏହାର ନାଁ ପୌରାଣିକ ମିଶର୍‌ର ‘GOD of disturbances’ ଅର୍ଥାତ୍‌ ମହାନ୍‌ ସାପ ଏପୋଫିସ୍‌ର ନାମ ଅନୁସାରେ ରଖାଯାଇଛି। ଏପୋଫିସ୍‌ର ଚଉଡ଼ା ୩୭୦ ମିଟର ବୋଲି ନାସା ଅନୁମାନ କରିଛି। ଏହା ଏତେ ବଡ଼ ଯେ, ପୃଥିବୀ ପାଇଁ ବିପଦ ସାଜିପାରେ।

ହିରୋସୀମାରେ ପଡ଼ିଥିବା ବମ୍‌ ତୁଳନାରେ ଲକ୍ଷେ ଗୁଣା ଶକ୍ତିଶାଳୀ

ଏପୋଫିସ୍‌ ୨୦୬୦ରୁ ୨୧୦୩ ବର୍ଷ ମଧ୍ୟରେ କେବେ ବି ପୃଥିବୀ ସହ ଧକ୍କା ହୋଇପାରେ। ଏହା ହିରୋସୀମା ଉପରେ ପଡ଼ିଥିବା ବମ୍‌ ତୁଳନାରେ ଲକ୍ଷେ ଗୁଣା ଅଧିକ ଶକ୍ତିଶାଳୀ ଅଟେ। ପୃଥିବୀ ସହ ଏହାର ସାମ୍ନାସାମ୍ନି ହେବାର ଶକ୍ତି ୧,୨୦୦ ମେଗାଟନ୍‌ ଅର୍ଥାତ୍‌ ୧୨ ଲକ୍ଷ କିଲୋଟନ୍‌ର ଗତିଜ ଶକ୍ତି ହେବ। ଯେତେବେଳେ କି ଆମେରିକା ୧୯୪୫ରେ ଜାପାନର ହିରୋସୀମା ଉପରେ ପକାଇଥିବା ବମ୍‌ର ଶକ୍ତି ୧୫ କିଲୋଟନ୍‌ ଟିଏନ୍‌ଟି ବରାବର ଥିଲା।

ଏହାସହ ପଢ଼ନ୍ତୁ: ମଣିଷକୁ ଡେଙ୍ଗୁ ଦାଉରୁ ବଞ୍ଚାଇବ ଏହି ବ୍ୟାକ୍ଟେରିଆ, ଡେଭେଲୋପ୍‌ ହେଲା ନୂଆ ଟେକ୍ନୋଲୋଜି

ଏହି ୧୦ଟି ତାରିଖରୁ କେବେ ବି ହୋଇପାରେ ପୃଥିବୀ ଧ୍ୱଂସ

ଏହି ଉଲ୍‌କାପିଣ୍ଡକୁ ପ୍ରଥମେ ୨୦୦୪, ୧୯ ଜୁନ୍‌ରେ ଠାବ କରାଯାଇଥିଲା। ଅନ୍ତରୀକ୍ଷ ଯାତ୍ରୀମାନଙ୍କର ଡର ଥିଲା ଯେ ଏପୋଫିସ୍‌ ୨୦୨୯ରେ ପୃଥିବୀ ନିକଟ ଦେଇ ଯିବା ବେଳେ ନିହାତି ଭାବେ ଧକ୍କା ହୋଇପାରେ। କିନ୍ତୁ ଏହି ସମ୍ଭାବନାକୁ ଏବେ ଖାରଜ କରିଦିଆଯାଇଛି। ଏବେ ନାସାର ବୈଜ୍ଞାନିକମାନେ ୧୦ଟି ତାରିଖ ନିଶ୍ଚିତ କରିଛନ୍ତି, ଯେଉଁଦିନ ଏପୋଫିସ୍‌ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ଅଧିକ ରହିଛି। ଆସନ୍ତୁ ଜାଣିବା କ’ଣ ସେ ସବୁ ତାରିଖ।

୧. ୧୨ ଏପ୍ରିଲ, ୨୦୬୦
୨. ୧୧ ଏପ୍ରିଲ, ୨୦୬୫
୩. ୧୨ ଏପ୍ରିଲ, ୨୦୬୮
୪. ୧୦ ଅକ୍ଟୋବର, ୨୦୬୮
୫. ୧୩ ଏପ୍ରିଲ, ୨୦୭୬
୬. ୧୩ ଏପ୍ରିଲ, ୨୦୭୭
୭. ୧୩ ଏପ୍ରିଲ, ୨୦୭୮
୮. ୧୦ ଅକ୍ଟୋବର, ୨୦୮୯
୯. ୧୩ ଏପ୍ରିଲ, ୨୦୯୧
୧୦. ୧୪ ଏପ୍ରିଲ, ୨୧୦୩

Roshni

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

15 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

23 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

40 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago