ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଯିବ ନାହିଁ ସୁନ୍ନି ୱାକଫ୍ ବୋର୍ଡ, ଆଜି ବସିଥିବା ବୋର୍ଡ ମିଟିଂ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଯିବ ନାହିଁ ସୁନ୍ନି ୱାକଫ୍ ବୋର୍ଡ। ଆଜି ବସିଥିବା ବୋର୍ଡ ମିଟିଂ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ସୁନ୍ନି ୱାକଫ ବୋର୍ଡ ପୁନଃ ବିଚାର ପାଇଁ ପିଟିସନ ଦାଖଲ କରିବ ନାହିଁ। ଅଧୋଧ୍ୟା ଜମି ବିବାଦ ମାମଲାରେ ରାମ ଜନ୍ମଭୂମି ନ୍ୟାସକୁ ବିବାଦୀୟ ଜମି ଦେବାକୁ ରାୟ ଦେଇଥିଲେ ସୁପ୍ରିମକୋର୍ଟ। ଏହାସହ ସୁନ୍ନି ୱାକଫ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ଦେବାକୁ ଦେଇଥିଲେ ନିର୍ଦ୍ଦେଶ। ସେ ସମୟରେ ସୁପ୍ରିମକୋର୍ଟରେ ପୁନଃ ବିଚାର ଆବେଦନ କରିବେ ନାହିଁ ବୋଲି କହିଥିଲେ ସୁନ୍ନି ୱାକଫ ବୋର୍ଡ ଅଧ୍ୟକ୍ଷ। କିନ୍ତୁ ୱାକଫ ବୋର୍ଡର କିଛି ସଦସ୍ୟ ଏଥିରେ ସହମତ ହୋଇ ନଥିଲେ। ତେଣୁ ଆଜିର ବୋର୍ଡ ମିଟିଂ ବୈଠକ ଗୁରୁତ୍ୱ ପୂର୍ଣ୍ଣ ଥିଲା।

ଆଜିର ବୈଠକରେ ଅଧିକାଂଶ ସଦସ୍ୟ ସୁପ୍ରିମକୋର୍ଟରେ ପୁନଃ ବିଚାର ପିଟିସନ ଦାଖଲ କରିବା ବିରୋଧରେ ମତ ରଖିଥିଲେ। ଏହା ପୂର୍ବରୁ ପ୍ରାୟ ଶହେ ଜଣେ ବିଶିଷ୍ଟ ମୁସଲିମ ବ୍ୟକ୍ତିବିଶେଷ ସୁପ୍ରିମକୋର୍ଟରେ ପୁନଃବିଚାର ଆବେଦନକୁ ବିରୋଧ କରିଥିଲେ। ସେମାନଙ୍କ ମତରେ ଏହି ମାମଲକୁ ଲମ୍ବା ଟାଣିବା ଦ୍ୱାରା ମୁସଲିମ ସମ୍ପ୍ରଦାୟର କୌଣସି ଲାଭ ହେବ ନାହିଁ ।

KNews Bureau

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

4 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

12 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

15 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

22 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

48 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

57 mins ago