ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଯିବ ନାହିଁ ସୁନ୍ନି ୱାକଫ୍ ବୋର୍ଡ, ଆଜି ବସିଥିବା ବୋର୍ଡ ମିଟିଂ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଯିବ ନାହିଁ ସୁନ୍ନି ୱାକଫ୍ ବୋର୍ଡ। ଆଜି ବସିଥିବା ବୋର୍ଡ ମିଟିଂ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ସୁନ୍ନି ୱାକଫ ବୋର୍ଡ ପୁନଃ ବିଚାର ପାଇଁ ପିଟିସନ ଦାଖଲ କରିବ ନାହିଁ। ଅଧୋଧ୍ୟା ଜମି ବିବାଦ ମାମଲାରେ ରାମ ଜନ୍ମଭୂମି ନ୍ୟାସକୁ ବିବାଦୀୟ ଜମି ଦେବାକୁ ରାୟ ଦେଇଥିଲେ ସୁପ୍ରିମକୋର୍ଟ। ଏହାସହ ସୁନ୍ନି ୱାକଫ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ଦେବାକୁ ଦେଇଥିଲେ ନିର୍ଦ୍ଦେଶ। ସେ ସମୟରେ ସୁପ୍ରିମକୋର୍ଟରେ ପୁନଃ ବିଚାର ଆବେଦନ କରିବେ ନାହିଁ ବୋଲି କହିଥିଲେ ସୁନ୍ନି ୱାକଫ ବୋର୍ଡ ଅଧ୍ୟକ୍ଷ। କିନ୍ତୁ ୱାକଫ ବୋର୍ଡର କିଛି ସଦସ୍ୟ ଏଥିରେ ସହମତ ହୋଇ ନଥିଲେ। ତେଣୁ ଆଜିର ବୋର୍ଡ ମିଟିଂ ବୈଠକ ଗୁରୁତ୍ୱ ପୂର୍ଣ୍ଣ ଥିଲା।

sunniଆଜିର ବୈଠକରେ ଅଧିକାଂଶ ସଦସ୍ୟ ସୁପ୍ରିମକୋର୍ଟରେ ପୁନଃ ବିଚାର ପିଟିସନ ଦାଖଲ କରିବା ବିରୋଧରେ ମତ ରଖିଥିଲେ। ଏହା ପୂର୍ବରୁ ପ୍ରାୟ ଶହେ ଜଣେ ବିଶିଷ୍ଟ ମୁସଲିମ ବ୍ୟକ୍ତିବିଶେଷ ସୁପ୍ରିମକୋର୍ଟରେ ପୁନଃବିଚାର ଆବେଦନକୁ ବିରୋଧ କରିଥିଲେ। ସେମାନଙ୍କ ମତରେ ଏହି ମାମଲକୁ ଲମ୍ବା ଟାଣିବା ଦ୍ୱାରା ମୁସଲିମ ସମ୍ପ୍ରଦାୟର କୌଣସି ଲାଭ ହେବ ନାହିଁ ।

Leave A Reply

Your email address will not be published.