ସ୍ପେଶାଲ

ରାତିରେ ଜଗନାଥଙ୍କୁ ସ୍ବପ୍ନରେ ଦେଖିଲେ, ଆଉ ସକାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅବିକଳ ପ୍ରତିମା ତିଆରି କରିଦେଲେ

ସାଲେପୁର (କେନ୍ୟୁଜ୍): ମହାପ୍ରଭୁଙ୍କର ଲୀଳା ଅନନ୍ତ ଅପାର। ଜଗତର ନାଥ ଜଗନ୍ନାଥ ଯାହାର ଆଦି ନାହିଁ କି ଅନ୍ତ ନାହିଁ। ଭକ୍ତଙ୍କ ଭାବରେ ବନ୍ଧା ସେ। କେତେବେଳେ ଭକ୍ତଙ୍କୁ ସ୍ବପ୍ନ ଦେଖାନ୍ତି ଆଉ କେତେବେଳେ ସ୍ବପ୍ନକୁ ବାସ୍ତବ ରୂପ ଦିଅନ୍ତି। ସେ କୌଣସି କାରିଗର ନୁହନ୍ତି କିମ୍ବା କାରିଗରୀ କୌଶଳ କାହାଠାରୁ ଶିକ୍ଷାଲାଭ କରିନାହାନ୍ତି। ହେଲେ ନିଖୁଣ ଭାବରେ ଶ୍ରୀଜିଉ ମାନଙ୍କର ମୂର୍ତ୍ତି ସହ ତାଙ୍କର ବିଭିନ୍ନ ବେଶଭୂଷା ତିଆରି କରନ୍ତି। ସବୁ କିଛି ସମ୍ଭବ ହୋଇଛି ଜଗନ୍ନାଥଙ୍କ କେବଳ ସ୍ବପ୍ନଟିଏ ପାଇଁ। ନିଜ ଆଖିରେ ନଦେଖିଲେ ଆପଣ ବି ବିଶ୍ୱାସ କରିବେନି।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ଗାଁର ହେଉଛନ୍ତି ଗୋପାଳ ଚନ୍ଦ୍ର ନାଥ। ଜଣେ କପଡ଼ା ବ୍ଯବସାୟୀଙ୍କ କପଡା ଦୋକାନରେ ସେଲସମ୍ଯାନ ଭାବରେ ଦୀର୍ଘ ବର୍ଷ ଧରି କାମ କରନ୍ତି ଗୋପାଳ। ଦିନେ ରାତିରେ ଜଗନାଥଙ୍କୁ ସ୍ବପ୍ନରେ ଦେଖିଲେ। ସ୍ବପ୍ନରେ ସେ ଦେଖିଲେ ନିଜେ ସେ ଜଗନ୍ନାଥଙ୍କ ମୂର୍ତି ତିଆରି କରୁଛନ୍ତି। ତାଙ୍କ ଦେହ ଶୀତେଇ ଉଠିଲା। ସକାଳ ହେଲା। ତାଙ୍କୁ ଲାଗିଲା ସେ ନିଶ୍ଚୟ ସ୍ବପ୍ନରେ ଦେଖିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଅବିକଳ ମୂର୍ତି ତିଆରି କରିଦେବେ। ସତକୁ ସତ ସେଇଆ ହେଲା। ସ୍ବପ୍ନରେ ଦେଖିଥିବା ଚତୁର୍ଦ୍ଧାମୂର୍ତ୍ତି ତାଙ୍କ ହାତରେ ସେ ତିଆରି କଲେ। ଆଉ ସେହି ଦିନଠୁ ହୁଁ ସେ ରାତାରାତି ବନିଗଲେ ମୂର୍ତି କାରିଗର। ଜଗନ୍ନାଥଙ୍କ ବିଭିନ୍ନ ବେଶ ସହ ଅତି ସୁନ୍ଦର ସୁନ୍ଦର ମୂର୍ତି ସୋଲରେ ତିଆରି କରୁଛନ୍ତି ସେ। ସବୁ ସେହି ମହାପ୍ରଭୁଙ୍କ କୃପାରୁ। ଏହି ମହାପ୍ରଭୁଙ୍କ ମୂର୍ତି କୁ ଭାରତ ବାହାରୁ ଯେମିତି ଆମେରିକା ଦୁବାଇ ଓ ବିଭିନ୍ନ ଦେଶରେ ରହୁଥିବା ଯୁବକ ଓ ଯୁବତୀ ମାନେ ଅନଲାଇନରେ ଅର୍ଡର ଦେଇଥାନ୍ତି। ଗୋପାଳଙ୍କ ସହିତ ଭିଡ଼ିଓ କଲ୍ କାରି ବିଭିନ୍ନ ମୂର୍ତିକୁ ପସନ୍ଦ କରିଥାନ୍ତି।

ଗୋପାଳ ପିଲାଟି ଦିନରୁହିଁ ଜଗନ୍ନାଥଙ୍କ ଭକ୍ତ। ପ୍ରତିଦିନ ତାଙ୍କ ଆଗରେ ମୁଣ୍ଡ ନୂଆନ୍ତି ସେ। ଏମିତି ଗୋଟେ ଦିନବି ନାହିଁ ଯେଉଁଦିନ ସେ ଜଗନ୍ନାଥଙ୍କ କଥା ଭାବିନାହାନ୍ତି। ଏ ସବୁ ମୂର୍ତି ତିଆରି କରି ସେ ଅନେକ ଅନୁଷ୍ଠାନରୁ ଅନେକ ପ୍ରଶଂସା ସାଉଁଟିଛନ୍ତି। ହେଲେ କେବେବି ବ୍ଯବସାୟ ଉଦ୍ଦେଶ୍ଯରେ କାହାକୁ ମୂର୍ତ୍ତି ପାଇଁ ମୂଲ୍ଯ କହିନାହାନ୍ତି। ଏପଟେ ଗୋପାଳ ଙ୍କୁ ଯେବେ ବିଦେଶ ରୁ ଫୋନ କୋଲ ଆସେ ସେ ଅନେକ ଖୁସି ହୁଅନ୍ତି। ମୂର୍ତି ଅନେକ ଲୋକଙ୍କୁ ସେମିତି ଦେଇଛନ୍ତି ସେ। କେହି କେହି କିଛି ଅର୍ଥ ଖୁସିରେ ବି ଦିଅନ୍ତି ତାଙ୍କୁ। ଜଗନ୍ନାଥଙ୍କ ମୂର୍ତ୍ତି କାହାକୁ ଦେଲେ ସେ ଅତି ଖୁସି ହୁଅନ୍ତି। ତାଙ୍କ ହାତ ହଠାତ କିଭଳି ଜଣେ ନିଖୁଣ ମୂର୍ତ୍ତିକାରର ହାତରେ ପରିଣତ ହେଲା ସେ ଜାଣିନାହାନ୍ତି। ତାଙ୍କର କେହି ଗୁରୁ ନାହାନ୍ତି ଜଗନ୍ନାଥଙ୍କ ଏ ସବୁ ଲୀଳା ବୋଲି ଲୋକେ କୁହନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଆରମ୍ଭ, ପୁଣି ଶେଷ। ସେ ଏକ ବିରାଟ ବିସ୍ମୟ ପୁଣି ମହାନନ୍ଦର ଶେଷବିନ୍ଦୁ। ମହାଶୂନ୍ୟରେ ସେ ମହାପୂର୍ଣ୍ଣ ପୂର୍ଣ୍ଣବ୍ରହ୍ମ, ସତ୍‌ ଚିତ୍‌ ଆନନ୍ଦର ଏକ ଅଦ୍ଦଭୂତ ରୂପ। ଏ ବ୍ରହ୍ମଙ୍କୁ ଯେ ଧାରଣ କରେ ସେ ପବିତ୍ର ଓ ଭାଗ୍ୟବାନ। ସତରେ ଜଣେ ଭକ୍ତର ମନ ବୁଝି ଲୀଳାମୟଙ୍କ ଏହି ଲୀଳା ଏବେ ତାଙ୍କୁ ଜଣେ ସାଧାରଣ ମଣିଷକୁ ଅସାଧାରଣ ଓ ଲୋକପ୍ରିୟ କରାଇ ପାରିଛି ।

 

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago