ସ୍ପେଶାଲ

ବିବାହରେ ପହଞ୍ଚିଲେନି ଅତିଥି, ତ କନ୍ୟା ରାଗରେ ପଠାଇ ଦେଲା ହଜାର ହଜାର ଟଙ୍କାର ବିଲ୍‌!

ବିବାହରେ ବର-କନ୍ୟା ହୁଅନ୍ତୁ କି ସାଙ୍ଗସାଥୀ, ସମ୍ପର୍କୀୟ କିମ୍ବା ଅତିଥି, ସମସ୍ତେ ବେଶ୍‌ ଉତ୍ସାହିତ ଥାଆନ୍ତି। ସୋସିଆଲ ମିଡିଆରେ ବିବାହ ସହ ଜଡ଼ିତ ବିଭିନ୍ନ ଅଜବ ଖବର ଭାଇରାଲ ହେବାରେ ଲାଗିଥାଏ। ଅନେକ ବାର ବର-କନ୍ୟାଙ୍କ ସହ ମଜାଦାର ଘଟଣା ଘଟିଥାଏ ତ କେବେ ଅତିଥିମାନେ ଏମିତି କିଛି କରି ବସନ୍ତି, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ଥାଆନ୍ତି। ଏମିତି ହିଁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯେଉଁଠି ଅତିଥିମାନେ ନ ପହଞ୍ଚିବାରୁ କନ୍ୟା ବିବାହରେ ହୋଇଥିବା ସମସ୍ତ ଖର୍ଚ୍ଚର ବିଲ୍‌ ସେମାନଙ୍କ ପାଖକୁ ପଠାଇ ଦେଇଛନ୍ତି।

Redditରେ ଅନେକ ୟୁଜର ନିଜର ଫନି କଥା ସେୟାର କରିଥାଆନ୍ତି। ନିକଟରେ ଜଣେ ୟୁଜର ବହୁତ ଅଜବ ଘଟଣା ସେୟାର କରିଛନ୍ତି। କଥାଟି ହେଲା, ଏହି ୟୁଜରଙ୍କୁ କୌଣସି ଏକ ବିବାହର ନିମନ୍ତ୍ରଣ ମିଳିଥିଲା। କିନ୍ତୁ ସେ ସେଠାରେ ପହଞ୍ଚି ପାରି ନ ଥିଲେ। କିଛି ଦିନ ପରେ ତାଙ୍କ ପାଖକୁ ୧୭ ହଜାର ବିଲ୍‌ର ଇନ୍‌ଭଏସ୍‌ ଆସିଥିଲା, ଯାହାକୁ ସେଦିନର କନ୍ୟା ଜଣକ ପଠାଇଥିଲେ। ଏପଟେ ଇନ୍‌ଭଏସ୍‌ ଦେଖି ଅତିଥିଙ୍କ ହୋଶ୍‌ ଉଡ଼ି ଯାଇଥିଲା। କାହିଁକିନା, ସେ ଏମିତି କିଛି ଆଶା କରି ନ ଥିଲେ।

ତେବେ ଏହି ଇନ୍‌ଭଏସ୍‌ ସହିତ ଏକ ନୋଟ୍‌ ମଧ୍ୟ ଥିଲା, ଯେଉଁଥିରେ ଲେଖା ହୋଇଥିଲା କି, ‘ଆମେ ଆପଣଙ୍କୁ ନିମନ୍ତ୍ରଣ କରିଥିଲୁ, କିନ୍ତୁ ଆପଣ ନ ଆସିବା ନେଇ କୌଣସି ସୂଚନା ଦେଇ ନ ଥିଲେ, ଯେଉଁ କାରଣରୁ ଆମକୁ କ୍ଷତି ସହିବାକୁ ପଡ଼ିଥିଲା। ଏଥିପାଇଁ ଏବେ ଆପଣଙ୍କୁ ଏହାର ଭରଣା କରିବାକୁ ହେବ’। ରିପୋର୍ଟରୁ ଜଣାପଡ଼ିଛି, ଏହି ବିବାହରେ ବର-କନ୍ୟା ପ୍ରତି ଦୁଇଜଣ ଅତିଥିଙ୍କ ପିଛା ପାଖାପାଖି ୧୭ ହଜାର ଟଙ୍କା ଖର୍ଚ୍ଚ କରି ତାଙ୍କ ପାଇଁ ରିସେପ୍ସନ ଡିନରର ବ୍ୟବସ୍ଥା କରିଥିଲେ। କିନ୍ତୁ କିଛି ଅତିଥି ନ ଆସିବାରୁ କନ୍ୟାଙ୍କର ରାଗ ବଢ଼ି ଯାଇଥିଲା।

Roshni

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

13 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

1 hour ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago