ସ୍ପେଶାଲ

ଏଠାରେ ଝିଅ ସାଜେ ମା’ର ସଉତୁଣୀ, ଗୋଟିଏ ସ୍ୱାମୀ ସହ ଉଭୟେ ରଖନ୍ତି ଶାରୀରିକ ସମ୍ପର୍କ

ମା’ ଓ ଝିଅ ଉଭୟଙ୍କର ସ୍ୱାମୀ ଜଣେ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଦୁନିଆରେ ସତରେ ଏମିତି ଅଦ୍ଭୁତ ପରମ୍ପରା ରହିଛି। ବାଂଲାଦେଶର ମଣ୍ଡି ଜନଜାତିରେ ଏହି ଅଜବ ପରମ୍ପରା ରହିଛି। ଏଠାରେ ଓରୋଲା ଡାଲବୋଟ ନାମ୍ନୀ ଜଣେ ଝିଅ ଛୋଟ ଥିବା ବେଳେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା। ଓରୋଲା ଛୋଟ ଥିବାରୁ ତାଙ୍କ ମା’ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ଦ୍ୱିତୀୟ ପିତାଙ୍କ ନାଁ ଥିଲା ନଟେନ୍‌।

ଓରୋଲା କହିଛନ୍ତି ଯେ ସେ କିଶୋରାବସ୍ଥାରେ ଉପନୀତ ହେବା ପରେ ଜାଣିବାକୁ ପାଇଲେ ଯେ ତାଙ୍କ ଦ୍ୱିତୀୟ ପିତା ହିଁ ତାଙ୍କ ପତି। ତିନି ବର୍ଷ ବୟସରେ ହିଁ ତାଙ୍କ ବିବାହ ନଟେନ୍‌ଙ୍କ ସହ କରାଯାଇଥିଲା। ଏହି କଥା ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ସେ ବିଶ୍ୱାସ କରିପାରିଲେନାହିଁ ଯେ ଯାହାକୁ ଏତେ ଦିନ ଯାଏଁ ସେ ବାପା ବୋଲି ଭାବୁଥିଲେ ସେ ତାଙ୍କ ବାପା ନୁହେଁ ବରଂ ତାଙ୍କ ସ୍ୱାମୀ। ସୂଚନାଯୋଗ୍ୟ ଯେ ଉକ୍ତ ଅଞ୍ଚଳରେ ପିତାଙ୍କୁ ସ୍ୱାମୀ ଭାବେ ଆପଣାଇବାର ଏକ ଅଜବ ପରମ୍ପରା ରହିଛି। ଏହି ପରମ୍ପରା ମୁତାବକ ତାଙ୍କ ବିବାହ ପିତାଙ୍କ ସହ କରାଯାଇଥିଲା।

ଏଭଳିସ୍ଥିତିରେ ଉକ୍ତ ମହିଳାଙ୍କୁ ନିଜ ସ୍ୱାମୀଙ୍କ ବଂଶର ଏକ କମ୍‌ ବୟସର ବ୍ୟକ୍ତିଙ୍କୁ ବିବାହ କରିବାକୁ ପଡ଼ିଥାଏ। ଓରୋଲାଙ୍କ ମା’ଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। କମ୍‌ ବୟସର ନୂଆ ସ୍ୱାମୀଙ୍କ ବିବାହ ତାଙ୍କ ଭାବୀ ପତ୍ନୀଙ୍କ ସମେତ ଝିଅ ସହ ଗୋଟିଏ ମଣ୍ଡପରେ କରାଯାଇଥାଏ। ବିଶ୍ୱାସ ରହିଛି ଯେ ଏଭଳି କରିବା ଦ୍ୱାରା କମ୍‌ ବୟସର ସ୍ୱାମୀ ନୂଆ ପତ୍ନୀଙ୍କ ସହ ତାଙ୍କ ଝିଅର ମଧ୍ୟ ସ୍ୱାମୀ ହୋଇ ଉଭୟଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ଏହି ପରମ୍ପରା ଯୋଗୁ ଏବେ ଓରୋଲାଙ୍କର ତାଙ୍କ ସ୍ୱାମୀ ନଟେନ୍‌ଙ୍କଠାରୁ ତିନିଟି ଛୁଆ ଅଛନ୍ତି। ଅନ୍ୟପଟେ ତାଙ୍କ ମା’ଙ୍କର ମଧ୍ୟ ନଟେନ୍‌ଙ୍କ ଠାରୁ ଦୁଇଟି ଶିଶୁ ଅଛନ୍ତି।

ଉଭୟ ମା’ ଓ ଝିଅ ଜଣେ ସ୍ୱାମୀଙ୍କ ସହ ଗୋଟିଏ ଘରେ ରହିଥାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପରମ୍ପରା ଯୋଗୁ ମା’ ଓ ଝିଅଙ୍କ ସମ୍ପର୍କ ଯେମିତି ହେବା କଥା ସେମିତି ରହେନାହିଁ। ସ୍ୱାମୀ ଜଣେ ହୋଇଥିବାରୁ ମା ଓ ଝିଅ ପରସ୍ପରର ସହ ସଉତୁଣୀ ଭଳି ବ୍ୟବହାର କରିଥାନ୍ତି।

WCW 11

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

23 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

1 hour ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

2 hours ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago