ରାଜ୍ୟ

ଦାରିଦ୍ର୍ୟର କରୁଣ ପରିଣତି, ତିନି ବର୍ଷ ହେଲା ପାଞ୍ଚ ଫୁଟର ପାଇଖାନାରେ ୫ ପ୍ରାଣୀ କୁଟୁମ୍ବ

ପାଇଖାନା ଟାଙ୍କି ଉପରେ ଭାତହାଣ୍ଡି । ଏହା କେଉଁ ରଙ୍ଗ ଦିଆ କାହାଣୀ ନୁହେଁ କିମ୍ବା କେଉଁ ଉପାନ୍ତ ଅଂଚଳର ଦୃଶ୍ୟ ନୁହେଁ । ଏହା ହେଉଛି ଖୋଦ ରାଜଧାନୀ ଭୁବନେଶ୍ବରର ଦୃଶ୍ୟ । ଯାହା ଦେଖିଲେ ଆପଣଙ୍କ ଭାବନାକୁ ଏକ ଶକ୍ତ ଝଟକା ଲାଗିବ । ସତରେ କଣ ଏମିତି ଅବସ୍ଥାରେ ରାଜଧାନୀରେ ରହୁଛନ୍ତି ମଣିଷ ? ତିନି ଫୁଟ ଓସାରର ଏକ ଛୋଟ ଘର ଯାହା ଭିତରେ ଗୋଟିଏ ମଣିଷ ବି ଚଳପ୍ରଚଳ କରିବା କଷ୍ଟ କିନ୍ତୁ ସେଠି ଚଳୁଛନ୍ତି ୫ ଜଣ ମଣିଷ । ତେବେ ସବୁଠାରୁ ବଡ଼ ଦୁଃଖର ବିଷୟ ହେଉଛି ଏହା ହେଉଛି ଏକ ପାଇଖାନା ।

ଏହି ପାଇଖାନା ଘର ଭିତରେ ଦିନେ କି ମାସେ ନୁହେଁ ବରଂ ତିନି ବର୍ଷ ହେବ ରହୁଛନ୍ତି ୫ ପ୍ରାଣୀ କୁଟୁମ୍ବ । ତେବେ ଏହି ପରିବାରର ଦୁଃଖ କାହାଣୀ ଶୁଣିଲେ ଆପଣଙ୍କୁ କନ୍ଦାଇ ଦେବ । ଆଜ୍ଞା ହଁ ଏହି ମହିଳା ଜଣକ ହେଉଛନ୍ତି କନକଲତା ଛାଟିଆ । ଘର ଫୁଲବାଣୀ ଜିଲ୍ଲାର ରାଇକିଆ ଅଞ୍ଚଳରେ । ଦୀର୍ଘ ୧୫ ବର୍ଷ ତଳୁ ସ୍ୱାମୀ ଆରପାରିକୁ ଚାଲି ଯାଇଛନ୍ତି । ପରିବାର ଚଳିବା ଅତି କଷ୍ଟକର ହୋଇପଡ଼ିଲା । ତେଣୁ ଏକମାତ୍ର ଝିଅକୁ ନେଇ ହୋଟେଲରେ ବାସନ ମାଜି ପେଟ ପୋଷୁଥିଲେ କନକଲତା । କିଛିଦିନ ତଳେ ଝିଅକୁ ବିବାହ କରିଦେଇ ନିଜର ସବୁ କର୍ତ୍ତବ୍ୟ ଶେଷ ହୋଇଗଲା ବୋଲି ଭାବି ନେଲେ । ହେଲେ ଦଇବର ଲିଖନୀ ଥିଲା କିଛି ଅଲଗା, ଝିଅର ତିନିଟି ଛୁଆ ହେବା ପରେ ତାର ସ୍ୱାମୀ ମା ଛୁଆଙ୍କୁ ଛାଡି କେଉଁଆଡେ ଚାଲିଗଲେ ଯେ ଆଉ ଫେରିଲେନି । ଆଉ ତାପରେ ପୁଣି ବଢି ଯାଇଥିଲା କନକଲତାଙ୍କ ଦୁଃଖର ବୋଝ ।

ନାତି ନାତୁଣୀଙ୍କ ସହିତ ଝିଅ ଫେରି ଆସିଥିଲେ ମା ପାଖକୁ । ବହୁ କଷ୍ଟ କରି ଚାରି ପ୍ରାଣୀଙ୍କୁ ନେଇ ଦୀର୍ଘ ୧୦ ବର୍ଷ ହେଲା ଖଣ୍ଡଗିରି ବାରଭୂଜା ବସ୍ତିରେ ବିତି ଯାଉଥିଲା ଅଭାବୀ ଜୀବନ । ତେବେ ବେଡି ଉପରେ କୋରଡ଼ା ଭଳି ଦିନେ ଦୁର୍ଘଟଣାରେ ଭାଙ୍ଗିଗଲା କନକଲତାଙ୍କ ହାତ । ଆଉ ତାପରେ ବନ୍ଦ ହୋଇଗଲା ରୋଜଗାର, ଘର ଭଡା ନଦେଇ ପାରିବାରୁ ଘରୁ ତଡ଼ି ଦେଲେ ଘର ମାଲିକ । ତେବେ ଅରକ୍ଷିତକୁ ଦଇବ ସାହା ଭଳି ଠିକ ସେହି ସମୟରେ ସହଯୋଗର ହାତ ବଢ଼ାଇ ଥିଲେ ଜଣେ ବୃଦ୍ଧ । ନିଜ ସମ୍ବଳ ଅନୁଯାୟୀ ରହିବା ପାଇଁ ଦେଇଥିଲେ ଏଇ ପାଇଖାନା ଘରଟି। ସେହି ଦିନ ଠାରୁ ଏହି ଶୌଚ କରିବା ଜାଗାଟି କନକଲତାଙ୍କ ପରିବାର ପାଇଁ ଘର ପାଲଟି ଯାଇଛି । ଏମାନଙ୍କ ଉପରେ କାହାର ବି ନଜର ପଡୁନି । ନା ଅଛି ରାସନ୍ କାର୍ଡ ନା କାହାର ସହଯୋଗ । ସେଥିରେ ପୁଣି ଲକ୍ ଡାଉନରେ ବଞ୍ଚିବା ହୋଇପଡିଛି ଆହୁରି କଷ୍ଟକର।

 

କନକଲତାଙ୍କ ବିଷୟରେ ଖବର ପାଇ ସେଣ୍ଟଜୋନ୍‌ ଆମ୍ବୁଲାନ୍ସ ସେବା ତାଙ୍କୁ କିଛି ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲେ । ହେଲେ ଏଇ ଅଭାବୀ ପରିବାର ପାଇଁ ସେତିକି ଖାଦ୍ୟ ବା କେତେଦିନ ଯାଇଥାନ୍ତା । ଅନ୍ୟପଟେ ଆଉ କୌଣସି ଉପାୟ ନପାଇ ଏଇ ପାଇଖାନା ଘରକୁ ସାହାରା କରିଛନ୍ତି କନକଲତା । ଜାଣି ନାହାନ୍ତ ଏଠୁ କେବେ ମୁକ୍ତି ମିଳିବ ନା ନାହିଁ । ଆଉ ଏହି ତିନି ପିଲାଙ୍କ ଭବିଷ୍ୟତ ହୁଏତ କେଉଁ ଜ୍ୟୋତିଷ ବି ଆକଳନ କରି ପାରିବେ ନାହିଁ ।

KNews Bureau

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

28 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

1 hour ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

2 hours ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago